WPL 2024: ଆଜି ଦିଲ୍ଲୀ କ୍ୟାପିଟାଲସ ବନାମ ଗୁଜୁରାଟ ଜିଆଣ୍ଟସ୍ , କିଏ ହେବ ଟେବୁଲ୍ ଟପ୍ପର ?
ମହିଳା ପ୍ରିମିୟର ଲିଗ୍ (WPL-2024) ର 20 ତମ ମ୍ୟାଚ୍ ରେ ଆଜି ଦିଲ୍ଲୀ କ୍ୟାପିଟାଲସ, ଗୁଜୁରାଟ ଜିଆଣ୍ଟସ୍ ସହିତ ମୁହାଁମୁହିଁ ହେବ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ସନ୍ଧ୍ୟା 7:00 ରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ, ଆସନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ ଉପରେ ନଜର ପକାଇବା ।
ପଏଣ୍ଟ ଟେବୁଲରେ ଦିଲ୍ଲୀ ଶୀର୍ଷରେ ରହିଛି
ଦିଲ୍ଲୀ ବର୍ତ୍ତମାନ ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି, ହେଲେ ବଡ ପରାଜୟ ହେଲେ ସିଧାସଳଖ ଫାଇନାଲ ମ୍ୟାଚ ଖେକିପାରିବ ନାହିଁ । ଯଦି ଦିଲ୍ଲୀ ସିଧାସଳଖ ଫାଇନାଲରେ ପହଞ୍ଚାଇବାକୁ ଚାହାଁନ୍ତି ତେବେ ଏହି ବିଜୟ ସେମାନଙ୍କ ପାଇଁ ଆବଶ୍ୟକ ।

DEL-W vs GUJ-W: ହେଡ୍-ଟୁ-ହେଡ୍ ରେକର୍ଡ
ମହିଳା ପ୍ରିମିୟର ଲିଗ୍ ଇତିହାସରେ ଏହି ଦୁଇ ଦଳ ୩ଥର ପରସ୍ପରକୁ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ଦୁଇଟି ମ୍ୟାଚ୍ ଜିତିଛି ଏବଂ ଗୁଜୁରାଟ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ଜିତିଛି।
DEL-W vs GUJ-W: ପିଚ୍ ରିପୋର୍ଟ
ଦିଲ୍ଲୀ କ୍ୟାପିଟାଲସ ଏବଂ ଗୁଜୁରାଟ ବ୍ୟାଟରଙ୍କୁ ସହ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଏହି ଦଳ ଦିଲ୍ଲୀରେ ବଡ଼ ସ୍କୋର କରିଛି । ଏହି ପିଚ୍ ବ୍ୟାଟିଂ ପାଇଁ ବହୁତ ଭଲ ଏବଂ ତେଣୁ ଆମେ ଏହି ଦୁଇ ଦଳ ମଧ୍ୟରେ ଆଉ ଏକ ଉଚ୍ଚ ସ୍କୋରର ମୁକାବିଲା ଦେଖିବାକୁ ପାଇପାରିବା ।
ସେହିପରି ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସକୁ ସାତ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ସ୍ମୃତି ମନ୍ଧାନାଙ୍କ ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ତୃତୀୟ ଦଳ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲସ୍ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ତେବେ ଏହି ପରାଜୟ ସହିତ ମୁମ୍ବାଇରେ ପ୍ରଥମ ସ୍ଥାନ ଅଧିକାର କରି ଫାଇନାଲରେ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ବହୁତ କମ୍ ଅଛି ।












Click it and Unblock the Notifications