ଆରିସିବିରେ ଯୋଡି ହେଲେ ସାନିଆ ମିର୍ଜା, ମିଳିଲା ଗୁରୁ ଦାୟିତ୍ୱ
ଓମେନ୍ସ ପ୍ରେମିୟର ଲିଗ୍- ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କୁ ମେଣ୍ଟର ନିଯୁକ୍ତ କରାଯାଇଛି ।

Sania Mirza in WPL 2023: ଓମେନ୍ସ ପ୍ରେମିୟର ଲିଗ୍- ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କୁ ମେଣ୍ଟର ନିଯୁକ୍ତ କରାଯାଇଛି । ଏହା ଭାରତ କ୍ରିକେଟ ଇତିହାସରେ ପ୍ରଥମ । ଅନ୍ୟ କୌଣସି ଖେଳର ଲେଜେଣ୍ଡ କ୍ରିକେଟ ସହ ଯୋଡ଼ି ହେବ ଏହା ପ୍ରଥମ ।
ତେବେ ସାନିଆ ମିର୍ଜା ଆରସିବି ସହିତ ଯୋଡି ହୋଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି। ସାନିଆ ମଧ୍ୟ ଆଉ କହିଛନ୍ତି ଆରସିବି ଦୀର୍ଘବର୍ଷ ଧରି ଲୋକପ୍ରିୟ ଟିମ ହୋଇ ରହିଛି। ଏବେ ମହିଳା ପ୍ରିମିୟର ଲିଗ ସହିତ ଯୋଡି ହୋଇ ରହିଥିବାରୁ ଏହା ନିଷ୍ପତ୍ତି ତାଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ । ଆରସିବି ଓ ଏହାର ବ୍ରାଣ୍ଡ ଫିଲୋସଫି ସହ ମୋ ବିଚାରଧାରାର ସମାନତା ରହିଛି ସାନିଆ କହିଛନ୍ତି ।
ନିକଟରେ ହୋଇଥିବା ମହିଳା ପ୍ରିମିୟର ଲିଗ୍ ନିଲାମରେ (ଡବ୍ଲୁପିଏଲ୍ ନିଲାମ)ରେ ଆରସିବି ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଏଲିସେ ପେରି, ଅଷ୍ଟ୍ରେଲୀୟ ମିଡିୟମ ପେସର୍ ମେଗାନ୍ ସ୍କଟ୍, ନ୍ୟୁଜିଲ୍ୟାଣ୍ଡର ଅଧିନାୟିକା ସୋଫି ଡିଭାଇନ୍, ଇଂଲଣ୍ଡ ଅଧିନାୟିକା ହେଥର ନାଇଟ୍, ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଡେନ ଓ୍ବାନ ନିକେର୍ ଏବଂ ଇଣ୍ଡିଆ ଅଣ୍ଡର -୧୯ ତାରକା ରିଚା ଘୋଷଙ୍କ ଭଳି ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଥିଲା ।
ସୂଚନାଥାଉ କି, ଦୁବାଇରେ ତାଙ୍କର ଶେଷ ଟୁର୍ନାମେଣ୍ଟ ଖେଳିବେ ସାନିଆ । ସାନିଆ କ୍ରିକେଟକୁ ଭଲ ପାଆନ୍ତି ଓ ବିଭିନ୍ନ କ୍ରିକେଟ୍ ଷ୍ଟାଡିୟମରେ ତାଙ୍କୁ ଦେଖିବାକୁ ମିଳିଥାଏ। ନିକଟରେ ସେ ରୋହନ ବୋପାନ୍ନାଙ୍କ ସହ ଅଷ୍ଟ୍ରେଲିୟ ଓପନ୍ ମିଶ୍ରିତ ଡବଲ୍ସର ଫାଇନାଲରେ ପ୍ରବେଶ କରିଥିଲେ। ସାନିଆର ୬ ଗ୍ରାଣ୍ଡସ୍ଲାମ ଟାଇଟଲ ମଧ୍ୟରୁ ତିନୋଟି ମିଶ୍ରିତ ଡବଲ୍ସ ଟ୍ରଫି ଯାହା ସେ ମହେଶ ଭୁପାଥୀ (୨୦୦୯ ଅଷ୍ଟ୍ରେଲିୟ ଓପନ୍, ୨୦୧୨ ଫ୍ରେଞ୍ଚ ଓପନ୍) ଏବଂ ବ୍ରାଜିଲର ବ୍ରୁନୋ ସୋରେସ୍ (2014 US ଓପନ୍) ସହିତ ଜିତିଥିଲେ ।












Click it and Unblock the Notifications