ମହିଳା ଆଇପିଏଲ: ସ୍ମୃତି ମନ୍ଧାନା ସବୁଠୁ ଦାମୀ ବିକ୍ରି, ଦେଖନ୍ତୁ ପୂରା ତାଲିକା...
ମହିଳା ଆଇପିଏଲ୍ (WPL 2023) ର ପ୍ରଥମ ସିଜନ ପାଇଁ ନିଲାମ ପ୍ରକ୍ରିୟା ସମାପ୍ତ ହୋଇଛି । 5 ଟି ଦଳ ନିଜ ନିଜ ଦଳର 87 ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି ।

WPL 2023 Full List Complete Squad: ମହିଳା ଆଇପିଏଲ୍ (WPL 2023) ର ପ୍ରଥମ ସିଜନ ପାଇଁ ନିଲାମ ପ୍ରକ୍ରିୟା ସମାପ୍ତ ହୋଇଛି । 5 ଟି ଦଳ ନିଜ ନିଜ ଦଳର 87 ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି । ଏଥିରେ 30 ଜଣ ବିଦେଶୀ ଅଛନ୍ତି । ଏଥିପାଇଁ 59.5 କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ତେବେ ଦିଲ୍ଲୀ, ଗୁଜୁରାଟ ଏବଂ ଆରସିବି ସର୍ବାଧିକ 18-18 ଖେଳାଳି କିଣିଛନ୍ତି । ୟୁପିରେ 16 ଖେଳାଳି ଏବଂ ମୁମ୍ବାଇରେ 17 ଜଣ ଖେଳାଳି ସାମିଲ ହୋଇଛନ୍ତି । ଭାରତର ଆକ୍ରମଣାତ୍ମକ ବ୍ୟାଟର ସ୍ମୃତି ମନ୍ଧାନା ଲିଗର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 3.40 କୋଟିରେ କିଣିଛି । 3 ଖେଳାଳିଙ୍କୁ 3 କୋଟିରୁ ଅଧିକ ଟଙ୍କା ମିଳିଥିଲା । ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆସଲେ ଗାର୍ଡନଙ୍କୁ ଗୁଜୁରାଟ ଜଏଣ୍ଟସ୍ 3.20 କୋଟି ଟଙ୍କାରେ ଏବଂ ଇଂଲଣ୍ଡ ଅଲରାଉଣ୍ଡର ନାଟାଲିଆ ସାଗରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ 3.20 କୋଟିରେ କିଣିଛି । ଏଥି ସହିତ ମୁମ୍ବାଇ ଭାରତୀୟ ଦଳର ଅଧିନାୟିକା ହରମାନପ୍ରୀତ କୌରଙ୍କୁ 1.80 କୋଟି ଟଙ୍କାରେ କିଛି । ମାର୍ଚ୍ଚ 4 ରୁ 26 ପର୍ଯ୍ୟନ୍ତ ଏହି ଟି-20 ଲିଗ୍ ଖେଳାଯିବ ।
ଆଇପିଏଲର 5 ଟି ଦଳ ମହିଳା ଆଇପିଏଲରେ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ , ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅନ୍ତର୍ଭୁକ୍ତ। ଲିଗ୍ ଇତିହାସରେ ଗୁଜୁରାଟ ଜଏଣ୍ଟସ୍ ସବୁଠାରୁ ମହଙ୍ଗା ମହିଳା ଦଳ । ଆଦାନୀ ଗ୍ରୁପ୍ ଏହାକୁ 1289 କୋଟି ଟଙ୍କାରେ କିଣିଛି । ଅନ୍ୟପକ୍ଷରେ ମୁମ୍ବାଇ ଏହି ଦଳକୁ 913 କୋଟି, ଆରସିବି 910 କୋଟି, ଦିଲ୍ଲୀ 810 କୋଟିରେ କିଣିଥିବା ବେଳେ କପ୍ରି ଗ୍ଲୋବାଲ ୟୁପି ୱାରିୟର୍ସ ପାଇଁ 757 କୋଟିରେ କିଣିଛି ।
ସମସ୍ତ 5 ଟି ଦଳ ନିମ୍ନରେ
- ଦିଲ୍ଲୀ କ୍ୟାପିଟାଲ୍ସ: ଜେମିମା ରୋଡ୍ରିଗୁସ୍, ଶେଫାଳି ବର୍ମା, ମାରିଜାନା କାପ, ମେଗ ଲାନ୍ନିଙ୍ଗ, ଶିଖା ପାଣ୍ଡେ, ରାଧା ଯାଦବ, ଟାଇଟାସ ସାଧୁ, ଆଲିସ୍ କ୍ୟାପସି, ତର ନୋରିସ୍, ଲାଉରା ହାରିସ୍, ଜେସିଆ ଅଖତର, ମେନୁ ମଣି, ତାନିଆ ଭାଟିଆ, ପୁନାମ୍ ଯାଦବ, ଜେସ୍ ଜୋନାସେନ୍, ସ୍ନେହା ଦୀପ୍ତି , ଅରୁନ୍ଧତୀ ରେଡ୍ଡୀ, ଅପର୍ନା ମଣ୍ଡଳ ।
- ଗୁଜୁରାଟ ଜଏଣ୍ଟସ୍: ଏଶ୍ଲେ ଗାର୍ଡନର୍, ବେଥ୍ ମୌନି, ସ୍ନେହ ରାଣା, ଆନ୍ନାବେଲ୍ ସଟରଲ୍ୟାଣ୍ଡ, ଦେନ୍ଦ୍ର ଡଟ୍ଟିନ୍, ସୋଫିଆ ଡଙ୍କଲି, ହାର୍ଲିନ୍ ଦେଓଲ୍, ଏସ୍ ମେଘନା, ଜର୍ଜିଆ ୱାରେହମ୍, ମାନସୀ ଯୋଶୀ, ଡି ହେମଲାଟା, ମୋନିକା ପଟେଲ, ତନୁଜା କାନୱାର, ସୁସ୍ମା ଭର୍ମା, ହର୍ଲି ଗାଲା, ଅଶ୍ୱିନୀ କୁମାରୀ , ପାରନିକା ସିସୋଡିଆ, ଶବନମ୍ ଶକିଲ୍ ।
- ମୁମ୍ବାଇ ଇଣ୍ଡିଆନ୍ସ: ନାଟାଲିଆ ସିୱର୍, ପୂଜା ଭାଷ୍ଟ୍ରକର, ହରମାନପ୍ରୀତ କୌ ର, ୟସ୍ତିକ ଭାଟିଆ, ଆମେଲିଆ କେରେ, ହେଥର ଗ୍ରାହାମ, ଇସାବେଲ ୱଙ୍ଗ, ଅମାନଜୋଟ କୌର, ଧାରା ଗୁଜାର, ସାଇକା ଇଶିକା, ହେଲି ମାଥ୍ୟୁସ, ସି ଟ୍ରିଆନ, ହୁମାଇରା କାଜୀ, ପ୍ରିୟଙ୍କା ବାଲା, ସୋନମ ଯାଦବ ନୀଲମ ବିଶ୍।
- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ସ୍ମୃତି ମଣ୍ଡନା, ରିଚା ଘୋଷ, ଏଲିସେ ପେରି, ରେନୁକା ସିଂ, ସୋଫି ଡିଭାଇନ୍, ଏରିନ୍ ବର୍ନସ୍, ଦିଶା କାସତ୍, ଇନ୍ଦ୍ରାଣୀ ରୟ, ଶ୍ରେୟଙ୍କା ପାଟିଲ୍, କାନିକା ଅହୁଜା, ଆଶା ଶୋଭାନା, ହେଥର ନାଇଟ୍, ଡେନ୍ ୱାନ୍ ନିଏର୍କ, ପ୍ରୀତି ବୋଷ, ପୁଣମ୍ କେମନାର, କୋମଲ ଝାଞ୍ଜଝର, ମେଗାନ୍ ଶଟ, ସାହାନା ପାୱାର ।
- ୟୁପି ୱାରିୟର୍ସ: ଦୀପ୍ତି ଶର୍ମା, ସୋଫି ଏକ୍ଲେଷ୍ଟନ୍, ତାହିଲା ମ୍ୟାକଗ୍ରାଥ, ଶବ୍ନିମ ଇସମାଇଲ, ଆଲିସା ହେଲି, ଅଞ୍ଜଲି ସରୱାନୀ, ରାଜେଶ୍ୱରୀ ଗାଇକୱାଡ, ପୂଜା ସେହରାୱତ, ପାର୍ସୀ ଚୋପ୍ରା, ଏସ୍ ୟାସରୀ, କିରଣ ନାଭାଗିର, ଗ୍ରେସ୍ ହାରିସ୍, ଦେବିକା ବୈଦ୍ୟ, ଲରେନ୍ ବେଲ୍, ଲକ୍ଷ୍ମୀ ଶେ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications