ବିଶ୍ୱ କୁସ୍ତି ଚାମ୍ପିୟନସିପ: ବିନା ତ୍ରିରଙ୍ଗାରେ ପଡିଆକୁ ଓହ୍ଲାଇବେ ଭାରତୀୟ କୁସ୍ତିଯୋଦ୍ଧା
World Wrestling Championships: ଭାରତୀୟ ରେସଲିଂ ଆସୋସିଏସନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ । ବିଶ୍ୱ ମଞ୍ଚରେ ଭାରତୀୟ କୁସ୍ତିସଂଘକୁ ଝଟକା । ରବ୍ଦ ହୋଇଛି ସଦସ୍ୟତା । ଅନ୍ତର୍ଜାତୀୟ ରେସଲିଂ ଫେଡେରେଶନ ସଦସ୍ୟତା ବାତିଲ କରିଛି । ନିର୍ବାଚନ ଠିକ୍ ସମୟରେ ହୋଇ ନ ଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ରହିଛି ।
ତେବେ ଏହାର ଅର୍ଥ ଭାରତୀୟ ଖେଳାଳିମାନେ ଆସନ୍ତା ବିଶ୍ୱ କୁସ୍ତି ଚାମ୍ପିୟନସିପରେ ଆଉ ଜାତୀୟ ପତାକା ଅଧୀନରେ ଲଢ଼େଇ କରିପାରିବେ ନାହିଁ । ସେମାନଙ୍କୁ ନିରପେକ୍ଷ ଆଥଲେଟ ଭାବେ ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ଭାଗ ନେବାକୁ ପଡ଼ିବ ।

ସୂଚନାଥାଉ ଯେ, ଭାରତୀୟ ମହାସଂଘର ସଦସ୍ୟତାକୁ ନିଲମ୍ବନ କରାଯାଇଛି । ପୂର୍ବରୁ କୁ୍ସ୍ତି ମହାସଂଘର ନିର୍ବାଚନରେ ବିଳମ୍ବ ଯୋଗୁଁ ନୋଟିସ୍ ଦିଆଯାଇଥିଲା । ତେବେ ଭାରତୀୟ କୁସ୍ତି ଯୋଦ୍ଧା ମାନେ ବ୍ରିଜଭୂଷଣ ଶରଣଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଭାରତୀୟ କୁସ୍ତି ମହାସଂଘର ପଦାଧିକାରୀଙ୍କୁ ସମପେଣ୍ତ କରାଯାଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ।
କିନ୍ତୁ ଭୂପେନ୍ଦର ସିଂହ ବାଜୱାଙ୍କ ନେତୃତ୍ୱାଧୀନ ଆଡ ହକ୍ ପ୍ୟାନେଲ ଠିକଣା ସମୟରେ ନିର୍ବାଚନ ସାରିବାକୁ ସକ୍ଷମ ହୋଇପାରିଲେ ନାହିଁ। ଅତିରିକ୍ତ ଭାବେ UWW ଏପ୍ରିଲ ମାସରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ନ ହେଲେ, ମହାସଂଘକୁ ନିଲମ୍ବିତ କରାଯିବ ବୋଲି ସତର୍କ କରାଇଥିଲା । ଏହା ସତ୍ତ୍ୱେ ମଧ୍ୟ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ହୋଇ ପାରନି ।
ତେବେ ଆସନ୍ତାକାଲି ଠାରୁ ପଟିଆଲାରେ ବିଶ୍ୱ ଚାମ୍ପିୟନଶିପ ପାଇଁ ଟ୍ରାଏଲ ଆରମ୍ଭ ହେବ । ଏହାର ଦିନକ ପୂର୍ବରୁ ହିଁ ଏପରି ଖବର ସାମ୍ନାକୁ ଆସିଛି । ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ ହୋଇଥିଲେ ହେଁ ଭାରତୀୟ ଖେଳାଳିମାନେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଥିବା ଏସିଆନ ଗେମ୍ସରେ ଜାତୀୟ ପତାକା ଅଧୀନରେ ଖେଳିପାରିବେ। କାରଣ ଏସିଆନ ଗେମ୍ସକୁ ଭାରତୀୟ ଅଲିମ୍ପିକ ଆସୋସିଏସନ ଖେଳାଳିଙ୍କୁ ପଠାଇଥାଏ। ଏଥିରେ ଭାରତୀୟ କୁସ୍ତି ମହାସଂଘ ହସ୍ତକ୍ଷେପ କରେ ନାହିଁ ।












Click it and Unblock the Notifications