ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍: ତୃତୀୟ ଦିନରେ ବି ବର୍ଷା ବାଧକ, ବିଳମ୍ବରେ ଆରମ୍ଭ ହେଲା ଖେଳ

ଭାରତୀୟ ସମୟ ପ୍ରାୟ 11.30ବେଳକୁ ମଧ୍ୟ ବର୍ଷା ଲାଗି ରହିଥିଲା । ତେବେ ଦ୍ବିପ୍ରହରକୁ ବର୍ଷା ଟିକେ ଥମିବାରୁ ଖେଳ ଆରମ୍ଭ ହେଲା ।

ସାଉଥାମ୍ପଟନ: ପ୍ରଥମ ଦିନ ଖେଳ ଧୋଇ ହେବା ପରେ ଦ୍ବିତୀୟ ଦିନ ଖେଳକୁ ମଧ୍ୟ ପାଣିଚିଆ କରିଥିଲା ଇଂଲଣ୍ଡ ବୈଶାଖୀ ବର୍ଷା । ତେବେ ଅଧାଅଧୁରା ଖେଳ କରି ଗତକାଲି 65 ଓଭର ବୋଲିଂ କରାଇବା ପାଇଁ ସମକକ୍ଷ ହୋଇଥିଲେ ମ୍ୟାଚ ଅଧିକାରୀ । ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ଷ୍ଟମ୍ପ ଅପସାରଣ ସୁଦ୍ଧା 64.4 ଓଭରରେ 146 ରନ କରି ମୁଲ୍ୟବାନ 3 ଟି ୱିକେଟ ହରାଇ ସାରିଛି।

WTC final

ତେବେ ଆଜି ମଧ୍ୟ ସାଉଥାମ୍ପଟନ ଏଜେସ ବାଓଲ ଗ୍ରାଉଣ୍ଡରେ ସାକାଳୁ ବର୍ଷା ଆରମ୍ଭ ହୋଇ ଯାଇଥିଲା । ଭାରତୀୟ ସମୟ ପ୍ରାୟ 11.30ବେଳକୁ ମଧ୍ୟ ବର୍ଷା ଲାଗି ରହିଥିଲା । ତେବେ ଦ୍ବିପ୍ରହରକୁ ବର୍ଷା ଟିକେ ଥମିବାରୁ ଖେଳ ଆରମ୍ଭ ହେଲା ।

ଅନ୍ୟପଟେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, କିୱି ଦଳ ପାଞ୍ଚ ଜଣ ଦ୍ରୁତ ବୋଲର ଫିଲ୍ଡକୁ ଓହ୍ଲାଇଛି । ଯେତେବେଳେ କି ଟିମ୍ ଇଣ୍ଡିଆ ଦୁଇ ସ୍ପିନର ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଏକାଦଶରେ ସ୍ଥାନ ଦେଇଛି । ସାଉଥମ୍ପଟନ୍ ଟ୍ରାକ୍ ପେସର୍ ସପକ୍ଷରେ ରହିଛି ଏବଂ ବର୍ଷା ଯୋଗୁଁ ପଡିଆ ଆହୁରୀ ଓଦା ହେବାରୁ ଏହା ଦୃତ ବୋଲରଙ୍କୁ ଆହୁରୀ ସୁହାଇବ ଭାବି ନ୍ୟୁଜିଲାଣ୍ଡ ଏହି ରଣନୀତି ଆପଣଇଥିବା କୁହାଯାଉଛି ।

ଟସ୍ ହାରିବା ପରେ ଭାରତୀୟ ଓପନର୍ ରୋହିତ ଶର୍ମା ଏବଂ ଶୁବମାନ ଗିଲ ନୂତନ ଡ୍ୟୁକର ବଲକୁ ସଠିକତା ସହ ଖେଳି ଭାରତକୁ ଦୃଢ ପ୍ରାରମ୍ଭ ଦେଇଥିଲେ। ଦୁର୍ଭାଗ୍ୟବଶତଃ ରୋହିତ ଏବଂ ଗିଲ ସେମାନଙ୍କର ଚିତ୍ତାକର୍ଷକ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରି ପାରିନଥିଲେ ଏବଂ ଯଥାକ୍ରମେ 34 ଏବଂ 28 ରନରେ ବରଖାସ୍ତ ହୋଇଥିଲେ । ଚେତେଶ୍ୱର ପୂଜାରା ମଧ୍ୟ ମାତ୍ର ଆଠ ରନ୍ ସ୍କୋର କରିବା ପରେ ପାଭିଲିଅନ ଫେରିଥିଲେ । ଟ୍ରେଣ୍ଟ ବୋଲ୍ଟ, କାଇଲ୍ ଜାମିସନ୍ ଏବଂ ନିଲ୍ ୱାଗନର୍ ଗୋଟିଏଁ ଲେଖାଏଁ ୱିକେଟ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+