ବିଶ୍ବ ଟେଷ୍ଟ ଚାମ୍ପିଅନସିପ: ଫାଇନାଲ ନିକଟତର ଭାରତ
ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ୨-୦ ରେ ବିଜୟ ପରେ ଭାରତର ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବା ଏକ ପ୍ରକାର ପକ୍କା ହୋଇଯାଇଛି । ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଭାରତ ବର୍ତ୍ତମାନ ଦ୍ୱିତୀୟ ନମ୍ବରରେ ପହଞ୍ଚିଛି।
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ୨-୦ ରେ ବିଜୟ ପରେ ଭାରତର ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳିବା ଏକ ପ୍ରକାର ପକ୍କା ହୋଇଯାଇଛି । ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଭାରତ ବର୍ତ୍ତମାନ ଦ୍ୱିତୀୟ ନମ୍ବରରେ ପହଞ୍ଚିଛି।

ଯଦିଓ ଦକ୍ଷିଣ ଆଫ୍ରିକାର ଏକ ସୁଯୋଗ ଅଛି ଏବଂ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଫାଇନାଲରେ ପ୍ରବେଶ କରିବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଜିତିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଭାରତ ତା'ର ପରବର୍ତ୍ତି ଟେଷ୍ଟ ସିରିଜ୍ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ଉଭୟ ଦଳ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯିବାର ଅଛି । ଏମିତି ସ୍ଥିତିରେ ଭାରତ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି ।
ପଏଣ୍ଟ ଟେବୁଲ
- ଟିମ---- ମ୍ୟାଚ୍----ବିଜୟ---ଡ୍ର---ପରାଜୟ
ଅଷ୍ଟ୍ରେଲିଆ ୧୩ ୯ ୩ ୧
ଭାରତ ୧୪ ୮ ୨ ୪
ଦ.ଆଫ୍ରିକା ୧୧ ୬ ୦ ୫
ଶ୍ରୀଲଙ୍କା ୧୦ ୫ ୧ ୪
ଇଂଲଣ୍ଡ ୨୨ ୧୦ ୪ ୮
ପଏଣ୍ଟ ଟେବୁଲର ପ୍ରଥମ ଦୁଇଟି ସ୍ଥାନରେ ଥିବା ଟିମ୍ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ ହୋଇଥାଏ । ବର୍ତ୍ତମାନ ଅଷ୍ଟ୍ରେଲିଆ ଓ ଭାରତ ଏହି ସ୍ଥାନରେ ଥିଲେ ବି ଭାରତ ଫାଇନାଲକୁ ଯିବା ଏତେ ସହଜ ନୁହେଁ । କାରଣ ଦକ୍ଷିଣ ଆଫ୍ରିକା ଭାରତକୁ କଡା ଟକ୍କର ଦେଉଛି । ଏମିତି ସ୍ଥିତିରେ ଭାରତକୁ ଆଷ୍ଟ୍ରେଲିଆ ବିପକ୍ଷ ୪ ଟିକିଆ ସିରିଜରେ ଅତିକମରେ ୩ଟି ମ୍ୟାଚ୍ ଜିତିବାକୁ ପଡ଼ିବ । ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ କିମ୍ବା ୪ଟି ଯାକ ଟେଷ୍ଟ ମ୍ୟାଚ୍ ଜିତିବା କାଠିକର ପାଠ । ଏମିତି ସ୍ଥିତିରେ ଭାରତକୁ ପୂରା ଜାନ୍ ଲଗାଇ ଖେଳିବାକୁ ପଡ଼ିବ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications