ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍: ଫାଇନାଲକୁ କେମିତି ଯିବ ଭାରତ ? ଜାଣନ୍ତୁ, କଣ କହୁଛି ସମୀକରଣ ?
ଶେଷ ଫାଇନାଲ ସ୍ପଷ୍ଟ ହାତେଇବାକୁ ଭାରତ ପାଖରେ ଏକମାତ୍ର ସୁଯୋଗ କରିଛି । ତାହା ହେଲା ବିଜୟ... କେବଳ ବିଜୟ । ଏବେ ଅହମ୍ମଦାବାଦରେ ହେବାକୁ ଥିବା ୪ର୍ଥ ଟେଷ୍ଟ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ ହେଉଛି ।

ନୂଆଦିଲ୍ଲୀ: ଇନ୍ଦୋରରେ ପରାଜୟ ପରେ ଭାରତୀୟ ଦଳ ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବା ଅସମ୍ଭବ ନ ହେଲେ ବି କଷ୍ଟକର ହୋଇଯାଇଛି । କହିରଖୁ କି, ଭାରତକୁ ତୃତୀୟ ଟେଷ୍ଟରେ ୯ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଜୁନ ମାସରେ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଟିକେଟ ହାସଲ କରି ସାରିଛି ।
ତେବେ ଶେଷ ଫାଇନାଲ ସ୍ପଷ୍ଟ ହାତେଇବାକୁ ଭାରତ ପାଖରେ ଏକମାତ୍ର ସୁଯୋଗ କରିଛି । ତାହା ହେଲା ବିଜୟ... କେବଳ ବିଜୟ । ଏବେ ଅହମ୍ମଦାବାଦରେ ହେବାକୁ ଥିବା ୪ର୍ଥ ଟେଷ୍ଟ ଭାରତକୁ ନିଶ୍ଚିତ ବିଜୟ ଆବଶ୍ୟକ ହେଉଛି । ଯଦି ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ର ହୁଏ । ତେବେ ଭାରତକୁ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଟେଷ୍ଟ ସିରିଜର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ । ଏହି ସିରିଜରେ ନ୍ୟୁଜିଲାଣ୍ଡର ବିଜୟ କିମ୍ବା ଡ୍ର ହେଲା ତାହା ଭାରତକୁ ସୁହାଇବ । ଦୁଇଟି ଟେଷ୍ଟରୁ ଯଦି ଗୋଟିକରେ ବି ନ୍ୟୁଜିଲାଣ୍ଡ ଜିତେ ତାହା ଭାରତକୁ ଫାଇନାଲରେ ପହଞ୍ଚାଇବ । କାରଣ ଶ୍ରୀଲଙ୍କା ମଧ୍ୟ ଫାଇନାଲରେ ପହଞ୍ଚିବା ଦୌଡ଼ରେ ସାମିଲ ହୋଇଛି । କିନ୍ତୁ ଶ୍ରୀଲଙ୍କା ଦଳକୁ ପ୍ରତ୍ୟେକ ପରିସ୍ଥିତିରେ ନିଜର ଦୁଇଟି ଯାକ ଟେଷ୍ଟ ମ୍ୟାଚ୍ ଜିତିବାକୁ ପଡ଼ିବ ।
ଭାରତକୁ ହରାଇ ଅଷ୍ଟ୍ରେଲିଆ WTC ପଏଣ୍ଟ ଟେବୁଲରେ ପୂର୍ବଭଳି ୬୮.୫୨ ବିଜୟ ପ୍ରତିଶତ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଛି । ଆଇସିସିର ନିୟମ ଅନୁଯାୟୀ, ଗୋଟିଏ ଦଳ ମ୍ୟାଚ ଜିତିଲେ ୧୨ ପଏଣ୍ଟ, ଡ୍ର ରହିଲେ ୪ ପଏଣ୍ଟ ଓ ଟାଏ ହେଲେ ୬ ପଏଣ୍ଟ ପାଇବ । ଆଜି ଅପଡେଟ ହୋଇଥିବା ତଥ୍ୟ ଅନୁସାରେ, ଅଷ୍ଟ୍ରେଲିଆ ୧୮ଟି ମ୍ୟାଚ୍ରୁ ୧୧ ବିଜୟ ଓ ୪ଟି ଡ୍ର ସହ ୧୪୮ ପଏଣ୍ଟ ପାଇଛି ।
ଯଦି ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ହାରି ଯାଉଛି, ତା'ହେଲେ ବି ଦଳ ୬୪.୯୧ ବିଜୟ ପ୍ରତିଶତ ସହ ଟେବୁଲର ୧ ନଂ ସ୍ଥାନରେ ରହିବ । ଭାରତର ବିଜୟ ପ୍ରତିଶତ ପଏଣ୍ଟ ଏବେ ୬୦.୨୮ ରହିଛି । ଯଦି ଭାରତ ଶେଷ ଟେଷ୍ଟକୁ ଜିତି ନେଉଛି, ତା'ହେଲେ ଦଳର ବିଜୟ ପ୍ରତିଶତ ପଏଣ୍ଟ ୬୨.୫ ହୋଇଯିବ । ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହି ବେଶ ଆରାମରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।
ଭାରତ ଯଦି ହାରି ଯାଉଛି, ତା'ହେଲେ ଦଳର ବିଜୟ ପ୍ରତିଶତ ପଏଣ୍ଟ ୫୬.୯୪କୁ ଖସି ଆସିବ। ଏପରି ସ୍ଥିତିରେ ରୋହିତ ସେନା ଫାଇନାଲ ଟିକେଟ ପାଇଁ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜର ରେଜଲ୍ଟ ଉପରେ ନିର୍ଭର କରିବ । ସେହିପରି ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ଡ୍ର ରହିଲେ ଦଳର ବିଜୟ ପ୍ରତିଶତ ୫୮.୭୯ ରହିବ। ଏଠି ମଧ୍ୟ ଦଳକୁ ଶ୍ରୀଲଙ୍କା-ନ୍ୟୁଜିଲ୍ୟାଣ୍ଡ ସିରିଜର ରେଜଲ୍ଟକୁ ଅପେକ୍ଷା କରିବାକୁ ପଡ଼ିବ । ମ୍ୟାଚ୍ ଟାଏ ହେଲେ ଭାରତର ବିଜୟ ପ୍ରତିଶତ ୫୮.୭୯ ହେବ ।
ଶ୍ରୀଲଙ୍କା ପାଇଁ କଣ ସମୀକରଣ ?
ଶ୍ରୀଲଙ୍କାକୁ ଫାଇନାଲରେ ପ୍ରବେଶ କରିବା ହେଲେ, ସେମାନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଉଭୟ ଟେଷ୍ଟ ମ୍ୟାଚ୍ ଜିତିବାକୁ ପଡ଼ିବ । ଏହା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ର ହେବ କିମ୍ବା ଭାରତ ହାରିବ । ଏଭଳି ସ୍ଥିତିରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିବେ ।
ଶ୍ରୀଲଙ୍କା ଏବେ ୫୩.୩୩ ବିଜୟ ପ୍ରତିଶତ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଯଦି ଦଳ ନ୍ୟୁଜିଲାଣ୍ଡକୁ ୨-୦ରେ ହରାଇ ଦେଉଛି, ତା'ହେଲେ ଏହାର ବିଜୟ ପ୍ରତିଶତ ପଏଣ୍ଟ ୬୧.୧୧ ହୋଇଯିବ। କିନ୍ତୁ ଶ୍ରୀଲଙ୍କା ୧-୦ରେ ସିରିଜ ଜିତିବ, ତା'ହେଲେ ଦଳର ବିଜୟ ପ୍ରତିଶତ ପଏଣ୍ଟ ୫୫.୫୫ ହେବ। ଏପରି ସ୍ଥିତିରେ ଭାରତ ଶେଷ ଟେଷ୍ଟରେ ହାରିଲେ ମଧ୍ୟ ୫୬.୯୪ ବିଜୟ ପ୍ରତିଶତ ପଏଣ୍ଟ ସହ WTC ଫାଇନାଲ ଟିକେଟ ହାତେଇବାକୁ ସକ୍ଷମ ହେବ।












Click it and Unblock the Notifications