Get Updates
Get notified of breaking news, exclusive insights, and must-see stories!

ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ: ବିଜୟଠାରୁ ୬୯ ରନ ଦୂରରେ ସାଉଥଆଫ୍ରିକା

ଲର୍ଡସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ୩ୟ ସଂସ୍କରଣର ଫାଇନାଲ ମ୍ୟାଚ ରୋଚକ ସ୍ଥିତିରେ ପହଞ୍ଚିଛି। ଅଷ୍ଟ୍ରେଲିଆ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୮୨ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜବାବରେ ଦକ୍ଷିଣ ଆଫ୍ରିକା ୫୬ ଓଭର ଖେଳି ୨ ୱିକେଟ ବିନିମୟରେ ୨୧୩ରନ କରିଛି। ଐଡେନ ମାର୍କରାମଙ୍କ ଶତକ ଓ ତେମ୍ବା ବଭୁମାଙ୍କ ଅର୍ଦ୍ଧଶତକ ଦକ୍ଷିଣ ଆଫ୍ରିକା ପାଇଁ ଐତିହାସିକ ବିଜୟ ଆଶା ସୃଷ୍ଟି କରିଛି। ଦଳ ବିଜୟ ଠାରୁ ଆଉ ୬୯.ରନ ଦୂରରେ ରହିଥିବାବେଳେ ହାତରେ ୮ ୱିକେଟ ସୁରକ୍ଷିତ ରହିଛି।

୨୮୨ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ୱିକେଟ ହରାଇଥିଲା। ସ୍କୋର ୯ ରନ ଥିବାବେଳେ ରିୟାନ ରିକେଲଟନ ୬ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ୱିୟାନ ମୁଲଡର ଓ ଐଡେନ ମାର୍କରାମ ଧିରେସୁସ୍ଥେ ବ୍ୟାଟିଂ କରି ୬୧ରନ ଭାଗିଦାରୀ କରିଥିଲେ। ସ୍କୋର ୭୦ରନ ଥିବାବେଳେ ମୁଲଡର ୨୭ରନ କରି ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟରେ ମାର୍କରାମ ଓ ଅଧିନାୟକ ତେମ୍ବା ବଭୁମା ଦୃଢତାର ସହିତ ବ୍ୟାଟିଂ କରିଥିଲେ। ଉଭୟେ ତୃତୀୟ ୱିକେଟ ପାଇଁ ଅବିଭାଜିତ ୧୪୩ରନ ସଂଗ୍ରହ କରିଛନ୍ତି। ତୃତୀୟ ଦିନ ଖେଳ ଶେଷ ବେଳକୁ ମାର୍କରାମ ୧୦୨ ଓ ବଭୁମା ୬୫ରନ କରି ଅପରାଜିତ ରହିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଦୁଇଟି ଯାକ ୱିକେଟ ନେଇଛନ୍ତି।

World Test Championship Final South Africa 69 runs away from victory

ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ଦ୍ବିତୀୟ ଦିନର ଅସମାପ୍ତ /୧୪୪ରନରୁ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ ମିଚେଲ ଷ୍ଟାର୍କ ୧୬ ଓ ନାଥନ ଲାୟନ ୧ରନରୁ ଖେଳ ଆରମ୍ଭ କରିଥିଲେ। ଉଭୟେ ନମବ ୱିକେଟରେ ୧୪ରନ ଭାଗିଦାରୀ କରିଥିଲେ। ସ୍କୋର ୧୪୮ରନ ଥିବାବେଳେ ଲାୟନ ୨ରନ କରି ଆଉଟ୍‌ ହୋଇଥିଲେ। ‌େ‌ଶଷ ୱିକେଟରେ ଷ୍ଟାର୍କ ଓ ଜୋଶ ହାଜେଲଉଡ୍‌ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିରାଶ କରିଥିଲେ। ଷ୍ଟାର୍କ ଓ ହାଜେଲଉଡ୍‌ ଚମତ୍କାର ସଟ୍‌ ଖେଳି ‌େ‌ଶଷ ୱିକେଟରେ ୫୯ରନ ସଂଗ୍ରହ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୬୫ ଓଭର ଖେଳି ୨୦୭ରନ କରିବାକୁ ସକ୍ଷମ ହୋଇଥିଲା। ହାଜେଲଉଡ ୧୭ରନ କରି ଆଉଟ୍‌ ହୋଇଥିବା ବେଳେ ଷ୍ଟାର୍କ ୫୮ରନ କରି ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବଡ଼ା ୪ଟି, ଲୁଙ୍ଗି ଏନ୍‌ଗିଡ଼ି ୩ଟି, ମାର୍କୋ ୟାନସେନ ୱିୟାନ ମୁଲଡର ଓ .ଐଡେନ ମାର୍କରାମ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+