Get Updates
Get notified of breaking news, exclusive insights, and must-see stories!

World Test Championship: କେଉଁଠି ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩-୨୫ ଫାଇନାଲ ?

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩-୨୫ର ଫାଇନାଲ ମ୍ୟାଚ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଆସନ୍ତା ବର୍ଷ ଜୁନ ୧୧ରୁ ୧୫ ପର୍ଯ୍ୟନ୍ତ ଏହା ଖେଳାଯିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ୧୬ ଜୁନକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଏହା ଡବ୍ଲ୍ୟୁଟିସିର ତୃତୀୟ ଫାଇନାଲ ହେବ । ସମସ୍ତ ଫାଇନାଲ ଇଂଲଣ୍ଡରେ ଖେଳାଯାଇଛି ।

୨୦୨୫ ସଂସ୍କରଣର ଫାଇନାଲରେ ମଧ୍ୟ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ନଜର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଥିବା ବେଳେ ଦୁଇ ଦଳ ଚଳିତ ବର୍ଷ ଶେଷ ଭାଗରେ ୫ଟିକିଆ ଟେଷ୍ଟ ସିରିଜ ଖେଳିବେ। ଏହି ସିରିଜ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ।

World Test Championship

ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ, ୪ର୍ଥରେ ଇଂଲଣ୍ତ, ୫ମରେ ଶ୍ରୀଲଙ୍କା, ୬ଷ୍ଠରେ ଦକ୍ଷିଣ ଆଫ୍ରିକା ଓ ୭ମରେ ବାଂଲାଦେଶ ରହିଛି। ବାଂଲାଦେଶ ଠାରୁ ୦-୨ରେ ହାରିବା ପରେ ପାକିସ୍ତାନ ୮ମ ସ୍ଥାନକୁ ଖସି ଯାଇଛି ।

୨୦୨୧ ପ୍ରଥମ ସଂସ୍କରଣ ସାଉଥାମ୍ପଟନରେ ଖେଳା ଯାଇଥିଲା । ଏଥିରେ ଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା । ଦ୍ୱିତୀୟ ଫାଇନାଲ ୨୦୨୩ ଲଣ୍ଡନର ଓଭାଲ ପଡିଆରେ ଖେଳାଯିବ । ସେଠାରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଥିଲା ।

୨ଥର ଫାଇନାଲରେ ପରାଜିତ ହୋଇଥିବାରୁ ଏଥର ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ଟାଇଟଲ ହାସଲ ଲକ୍ଷ୍ୟରେ ରହିବ । ଭାରତ ଏବେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟରେ ରହିଛି । ବର୍ଷର ଶେଷ ଭାଗରେ ଉଭୟ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହା ଉଭୟଙ୍କ ପାଇଁ ଗୁରୁcତ୍ୱପୂର୍ଣ୍ଣ ହୋଇପଡିଛି । ଲର୍ଡସରେ ଟାଇଟଲ ଜିତିବା ସମସ୍ତ କ୍ରିକେଟ ଟିମର ସ୍ୱପ୍ନ ଥାଏ । ଭାରତ ଏଥର ଟାଇଟଲ ହାସଲ କରିବ ବୋଲି ବିସିସିଆଇ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+