ଟି-୨୦ରେ ବିଶ୍ୱ ରେକର୍ଡ: ଗୋଟିଏ ଓଭରରେ ୩୯ ରନ୍ ସ୍କୋର, ଅସମ୍ଭବକୁ ସମ୍ଭବ କଲେ ଏହି ଖେଳାଳି, ଦେଖନ୍ତୁ ଭିଡିଓ
ଟ୍ୱେଣ୍ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତିଦିନ ନୂଆ ନୂଆ ବିଶ୍ୱ ରେକର୍ଡ ଦେଖିବାକୁ ମିଳୁଛି । ବର୍ତ୍ତମାନ ଯାଏଁ ଅନ୍ତର୍ଜାତୀୟ ଟ୍ୱେଣ୍ଟି-ଟ୍ୱେଣ୍ଟି କ୍ରିକେଟରେ ଗୋଟିଏ ଓଭରରେ କେବଳ ୩୬ ରନ ହୋଇପାରିଥିଲା । ମାତ୍ର ଏ ରେକର୍ଡ ଏବେ ଇତିହାସ ହୋଇ ନୂଆ ରେକର୍ଡ ହୋଇ ସାରିଛି । ଏହି ଅଙ୍କ ଏବେ ୩୯ ରନରେ ପାଦ ଦେଇଛି ।
ଟ୍ୱେଣ୍ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭର ବା ୬ ବଲରେ ୩୯ ରନ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ । ମାତ୍ର ଏବେ ଏହା ସମ୍ଭବ ହୋଇ ସାରିଛି ଅସମ୍ଭବ ମନେ ହେଉଥିଲେ ବି । ଜଣେ ଖେଳାଳି ଗୋଟିଏ ଓଭରରେ ୩୯ ରନ କରି କ୍ରିକେଟର ଯୁବରାଜ ସିଂ, କିରଣ ପୋଲାର୍ଡ, ନିକୋଲାସ ପୂରନ, ରୋହିତ ଶର୍ମା ତଥା ରିଙ୍କୁ ସିଂଙ୍କ ଭଳି ଖେଳାଳିଙ୍କୁ ବି ମାତ ଦେଇଛନ୍ତି ।
🚨WORLD RECORD CREATED IN MEN’S T20 LEVEL 1 OVER 39 RUNS
Darius Visser scored 39 runs in match between Samoa Vs Vanuatu
— SportsOnX (@SportzOnX) August 20, 2024
(🎥 - ICC)#T20 #T20WorldCup #records #ICC #CricketUpdate #cricketnews pic.twitter.com/sXiyrlxjtE
ଏହି କୀର୍ତ୍ତିମାନ ସାମୋଆ ବ୍ୟାଟ୍ସମ୍ୟାନ ଡାରିୟସ ଭିସେରଙ୍କ ଦ୍ୱାରା କରାଯାଇଥିଲା । ପୁରୁଷ ଟି-୨୦ ବିଶ୍ୱକପ ଉପ-କ୍ଷେତ୍ରୀୟ ପୂର୍ବ ଏସିଆ-ପାସିଫିକ କ୍ୱାଲିଫାୟର୍ ଏ ୨୦୨୪ରେ ଏହି ସଫଳତା ଘଟିଛି। ସାମୋଆ ବ୍ୟାଟ୍ସମ୍ୟାନ ଡାରିୟସ ଭିସର୍ ଏକ ଓଭରରେ ୬ଟି ଛକା ସହ ମୋଟ ୩୯ ରନ ସଂଗ୍ରହ କରିଥିଲେ। ଡାରିୟସ ଭିସର୍ ଇନିଂସର ୧୫ତମ ଓଭରରେ ୩୯ ରନ ସ୍କୋର କରିବାରେ ସଫଳ ହୋଇଥିଲେ। ଡାରିୟସ ମୋଟ ୬ଟି ଛକା ମାରିଥିବା ବେଳେ ବାକି ନୋ ବଲ୍ରେ ଆସିଥିଲା।

ପୁରୁଷ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ଉପ କ୍ଷେତ୍ରୀୟ ପୂର୍ବ ଏସିଆ-ପ୍ରଶାନ୍ତ କ୍ୱାଲିଫାୟର ଏ ୨୦୨୪ ରେ ଦେଖିବାକୁ ମିଳିଛି । ସମୋଆର ବ୍ୟାଟର ଡେରିୟସ ବିସ୍ୱର ଗୋଟିଏ ଓଭରରେ ୬ ଛକା ମାରି ମୋଟ ୩୯ ରନ କରିଥିଲେ । ୧୫ ତମ ଓଭରରେ ସେ ୩୯ ରନ କରି ବିଶ୍ୱ ରେକର୍ଡ କରିଛନ୍ତି । ଡେରିୟସ ୬ ଟି ଛକା ମାରିଥିଲେ ଓ ବାକି ୩ ରନ ନୋ-ବଲରୁ ଆସିଥିଲା । ଫଳରେ ଏହି କାରନାମା ତାଙ୍କ ନାମରେ ନାମିତ ହୋଇଛି ।
ଓଭରର ପ୍ରଥମ ତିନୋଟି ବଲରେ ଡାରିୟସ ଭିସର୍ ଭାନୁଟୁଙ୍କ ନିପିକୋରୁ କ୍ରମାଗତ ତିନିଟି ଛକା ମାରିଥିଲେ। ତା'ପରେ ଚତୁର୍ଥ ବଲଟି ନୋ ବଲ ହୋଇଥିଲା, ଫଳସ୍ବରୂପ ୧ ରନ ହୋଇଥିଲା। ତା'ପରେ ପରବର୍ତ୍ତୀ ବଲରେ ଡାରିୟସ ଆଉ ଏକ ଛକା ମାରିଥିଲେ। ତା'ପରେ ଓଭରର ପଞ୍ଚମ ବଲ ଏକ ଡଟ୍ ଥିଲା। ଏହା ପରେ ଷଷ୍ଠ ବଲ ନୋ ଥିଲା, ଯେଉଁଥିରେ ଗୋଟିଏ ରନ ଆସିଥିଲା। ପରବର୍ତ୍ତୀ ବଲଟି ପୁନର୍ବାର ନୋ ଥିଲା, ଯେଉଁଥିରେ ଗୋଟିଏ ଛକା ମାରିଥିଲେ ଏବଂ ପରେ ଶେଷ ଫ୍ରି ହିଟ ବଲରେ ଛକା ହୋଇଥିଲା। ଏହିପରି, ଗୋଟିଏ ଓଭରରେ ୩୯ରନ ସ୍କୋର କରିବା ଆଶ୍ଚର୍ଯ୍ୟଜନକ ଥିଲା।
ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସାମୋଆ ଦଳ ୨୦ ଓଭରରେ ୧୭୪ ରନ ସଂଗ୍ରହ କରିଥିଲା। ଡାରିୟସ ଡାରିୟସ ଭିସେର ଦଳ ପାଇଁ ସବୁଠୁ ବଡ ଇନିଂସ ଖେଳି ୬୨ ଟି ବଲରେ ୧୩୨ ରନ ସଂଗ୍ରହ କରି ୫ ଚୌକା ଓ ୧୪ ଛକା ସହାୟତାରେ କରିଥିଲେ। ତା'ପରେ ଟାର୍ଗେଟକୁ ଗୋଡ଼ାଇ ଭାନୁଟୁ ଦଳ ୨୦ ଓଭରରେ ମାତ୍ର ୧୬୪/୯ ରନ ସ୍କୋର କରିପାରିଥିଲା।












Click it and Unblock the Notifications