ବିଶ୍ୱକପ: ବିଜୟ ପରେ ବି କାହିଁକି ରାଗି ଗଲେ ବିରାଟ କୋହଲି ? ଡ୍ରେସିଂ ରୁମରେ ପିଟିଲେ ମୁଣ୍ଡ, ଭିଡ଼ିଓ ଭାଇରାଲ
ଚେନ୍ନାଇ: ବିଶ୍ୱକପ ୨୦୨୩ରେ ଚେନ୍ନାଇ ଖେଳା ଯାଇଥିବା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଘରୋଇ ଦଳ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତୁ ୨୦୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଭାରତ ୪ ୱିକେଟ ହରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବା ଏହି ମ୍ୟାଚରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ ।
ତେବେ ବିରାଟ ୧୧୬ ବଲ ଖେଳି ୮୫ ରନ୍ କରି ଆଉଟ ହୋଇ ଯାଇଥିଲେ । ଶତକରୁ ବଞ୍ଚିତ ହୋଇଥିବା ବିରାଟ ନିଜର ରାଗ ଡ୍ରେସିଂ ରୁମରେ ସାରିଥିଲେ । ଡ୍ରେସିଂ ରୁମକୁ ଯାଇ ହାତରେ ନିଜ ମୁଣ୍ଡକୁ ପିଟୁଥିବାର ନଜର ଆସିଥିଲେ । ବିରାଟଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ବିରାଟ କୋହଲି ଡ୍ରେସିଂ ରୁମରେ ବସି ନିଜ ମଥାକୁ ପିଟୁଛନ୍ତି । ନିଜ ଭୁଲ୍ ସଟ ପାଇଁ ବିରାଟ ମନେ ମନେ ବହୁତ ବ୍ୟଥିତ ଥିବା ଦେଖିବାକୁ ମିଳିଛି ।
Sach me yaar mujhe bhi poori ummeed thi ki virat ki 48th ode century zaroor hogi
— SAJJAD HUSSAIN (@SAJJADH880) October 9, 2023
Virat Kohli ke out hone ka bahut dukh hua 😭😭😭
Lekin KL Rahul bhi Lajawab khela Rahul ke liya dukh hua jab wo last ball par 4 marna chahte the Lekin lag gaya 6👍👍
ମ୍ୟାଚରେ ବିରାଟ ୧୧୬ ବଲରେ ୮୫ ରନ୍ କରିଥିବା ବେଳେ ହେଜଲଉଡ ବଲରେ କ୍ୟାଚ୍ ଆଉଟ ହୋଇଥିଲେ । ଯଦି ଏଭଳି ବଲକୁ ସଟ୍ ମାରି ନଥାନ୍ତେ, ତେବେ ନିଜ କ୍ୟାରିଅର ୪୮ ତମ ଶତକ ପୂରଣ କରିଥାନ୍ତେ । ଏଭଳି ଭୁଲ ଯୋଗୁଁ ଆଉଟ ହୋଇ ଡ୍ରେସିଂ ରୁମକୁ ଯିବା ପରେ ବିରାଟ ନିଜ ସଟ୍ ରିପ୍ଲେ ଦେଖିବା ପରେ ରାଗି ଯାଇଥିଲେ । ନିରାଶ ହୋଇ ନିଜ ମଥାକୁ ହାତରେ ପିଟିବାରେ ଲାଗିଲେ ।












Click it and Unblock the Notifications