ସେମି ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ଭାରତୀୟ ଯବାନ: ଚୌକା ଓ ଛକାରୁ ମ୍ୟାଚ ଆରମ୍ଭ, ଦେଖନ୍ତୁ ଭିଡିଓ
CRPF Jawans Support Team India in World Cup Semifinal 2023: ସେମି ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା । ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ ଯବାନ । ସିଆରପିଏଫ୍ ଯବାନ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମି ଫାଇନାଲ ମ୍ୟାଚ ପାଇଁ ଜାମ୍ମୁରେ ସିଆରପିଏଫ୍ ଯବାନ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଉ ରୋହିତ ଶର୍ମା ଚୌକା ଓ ଛକା ସହ ମ୍ୟାଚ ଆରମ୍ଭ କରିଛନ୍ତି । ବୋଲ୍ଟ ଓ ସାଉଦିଙ୍କୁ ଭଲ ଖେଳିଛନ୍ତି । ୪ ଓଭର ସୁଦ୍ଧା କୌଣସି ୱିକେଟ ନ ହରାଇ ଭାରତ ୩୮ ରନ କରିଛି ।

ଟସ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, 'ଆମେ ପ୍ରଥମେ ବ୍ୟାଟିଂ କରିବୁ। ଏକ ଭଲ ପିଚ୍ ପରି ଦେଖାଯାଉଛି । ମୁଁ ଭାବୁଛି ଏହା ୨୦୧୯ ବେଳର କଥା, ଯେତେବେଳେ ଆମେ ସେମିଫାଇନାଲ ଖେଳିଥିଲୁ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆମେ ସମାନ ଦଳ ସହିତ ଓହ୍ଲାଉଛୁ ।
ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ହେଡ-ଟୁ-ହେଡ ରେକର୍ଡ
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ମୋଟ ୧୧୭ ଟି ଦିନିକିଆ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଏହି ଅବଧି ମଧ୍ୟରେ ଭାରତ ୫୯ ଟି ମ୍ୟାଚ ଜିତିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ୫୦ଟି ମ୍ୟାଚ ଜିତିଛି। ଏହା ବ୍ୟତୀତ ସାତୋଟି ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି । ଗୋଟିଏ ମ୍ୟାଚ ଟାଇ ହୋଇଛି ।
Rohit Sharma showing boult his level 🥵#INDVsNZpic.twitter.com/hf8Op1dpis
— π (@NeyJr78) November 15, 2023
ରୋହିତ ଶର୍ମା ମ୍ୟାଚ ପୂର୍ବରୁ କହିଥିଲେ ଯେ, କେଉଁ ଦଳ ବେଶୀ ଭଲ ତାହା କହିବା କଷ୍ଟକର । ସେ କହିଥିଲେ , ମୁଁ ୨୦୧୧ ବିଶ୍ୱକପ୍ ଖେଳି ନାହିଁ, ଆମେ ଜିତିଥିଲୁ । ମୁଁ ୨୦୧୫ ଏବଂ ୨୦୧୯ ବିଶ୍ୱକପରେ ଖେଳିଛି । ମୁଁ ବି କହିପାରିବି ନାହିଁ ଯେ ୨୦୧୯ ଦଳ ୨୦୨୩ ଦଳ ଅପେକ୍ଷା ଭଲ ଥିଲା । ମୁଁ ଦଳ ପ୍ରଦର୍ଶନ ବିଷୟରେ କହିପାରେ, ଏହି ଦଳର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି ।












Click it and Unblock the Notifications