World Cup final: ‘ଫ୍ରି ପାଲେଷ୍ଟାଇନ’ ଗଞ୍ଜି ପିନ୍ଧି ପଡିଆ ଭିତରେ ବିରାଟଙ୍କୁ କଲେ ଆଲିଙ୍ଗନ, ମ୍ୟାଚ୍ ବାଧାପ୍ରାପ୍ତ
ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱକପ ୨୦୨୩ ଫାଇନାଲରେ କିଛି ସମୟ ବାଧା ଉପୁଜିଥିଲା । ଜଣେ ବ୍ୟକ୍ତି ପଡିଆ ଭିତରେ ପଶିବାରୁ ଖେଳରେ ବାଧା ସୃଷ୍ଟି ହୋଇଥିଲା ।
ଟି-ସାର୍ଟ ଆଗରେ 'ଷ୍ଟପ୍ ବମିଂ ପାଲେଷ୍ଟାଇନ' ଏବଂ ପଛରେ 'ଫ୍ରି ପାଲେଷ୍ଟାଇନ' ପିନ୍ଧିଥିବା ଜଣେ ବ୍ୟକ୍ତି ପଡ଼ିଆ ଭିତରକୁ ପଶିଥିଲେ । ସେ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କରିଥିଲେ । ବିଶ୍ୱକପ୍ ଫାଇନାଲ୍ କିଛି ମିନିଟ୍ ବାଧାପ୍ରାପ୍ତ ହୋଇଥିଲା। ୧୪ ତମ ଓଭରରେ ଏହି ଘଟଣା ଘଟିଥିଲା। ଯେତେବେଳେ ଜଣେ ପ୍ରଶଂସକ ସୁରକ୍ଷା କର୍ଡନକୁ ଭାଙ୍ଗି ପଡ଼ିଆକୁ ଯିବାରେ ସଫଳ ହୋଇଥିଲେ ।

ଭାରତ ତିନିଟି ଦ୍ରୁତ ଉଇକେଟ ହରାଇବା ପରେ କେଏଲ ରାହୁଲଙ୍କ ସହ ବ୍ୟାଟିଂ କରୁଥିବା ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବାକୁ ସେ ପିଚରେ ପହଞ୍ଚିଥିଲେ । ପ୍ରଶଂସକ ପିଚରେ ପହଞ୍ଚିବାରେ ସଫଳ ହୋଇଥିଲେ ।
A fan breached the field to meet Virat Kohli. pic.twitter.com/c6U9aTrB0r
— Mufaddal Vohra (@mufaddal_vohra) November 19, 2023
କ୍ୟାପଟେନ ରୋହିତ ଶର୍ମା ୪୭ ରନ୍ ସଂଗ୍ରହ କରିଥିଲେ କିନ୍ତୁ ଶୁବମାନ ଗିଲ ଏବଂ ଶ୍ରେୟାସ ଆୟର ପ୍ରତ୍ୟେକ ୪ ରନ୍ ସଂଗ୍ରହ କରି ଆଉଟ୍ ହେଇଥିଲେ । ଅଷ୍ଟ୍ରେଲିଆ ଟସ୍ ଜିତିବା ପରେ ଏବଂ ଅଧିନାୟକ ପ୍ୟାଟ୍ କମିନ୍ସ ମୋଟେରାରେ ଏକ ମନ୍ଥର ପିଚ୍ରେ ପ୍ରଥମେ ବୋଲିଂ କରିବା ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେବା ପରେ ଏହା ଘଟିଥିଲା ।
A Palestine and HAMAS supporter tried to run their propaganda of #FreePalestine by disturbing Virat Kohli 😡#INDvsAUSfinal #CWC2023Final#INDvAUS #AUSvsIND #INDvsAUS pic.twitter.com/VHuD185kSu
— Bingo Dada (@Bingo_Dada) November 19, 2023












Click it and Unblock the Notifications