ବିଶ୍ଵକପରେ ଇତିହାସ ରଚିଲେ ବିରାଟ କୋହଲି; ଦିନିକିଆରେ ୪୯ ତମ ଶତକ ସହ ସଚିନଙ୍କ ସମକକ୍ଷ
ବିଶ୍ଵକପରେ ଇତିହାସ ରଚିଲେ ବିରାଟ କୋହଲି । ଦିନିକିଆରେ ୪୯ ତମ ଶତକ ସହ ସଚିନଙ୍କ ସହ ସମକକ୍ଷ ହେଲେ ବିରାଟ । ବିରାଟ ତାଙ୍କ ଜନ୍ମ ଦିନରେ ଏହି ରେକର୍ଡ କରି ତାଙ୍କ ପ୍ରଶଂସକ ମାନଙ୍କୁ ଭେଟି ଦେଇଛନ୍ତି । ସବୁ ଫର୍ମାଟରେ ବିରାଟ କୋହଲିଙ୍କ ଶତକ ଅଛି । ଆଉ ବିଶ୍ଵକପରେ ସେ ଏହି ରେକର୍ଡ କରିଛନ୍ତି । ୪୯ଟି ଶତକରୁ ଶ୍ରୀଲଙ୍କା ବିରୋଧରେ ସର୍ବାଧିକ ୧୦ ଟି ଶତକ ହାସଲ କରିଛନ୍ତି।

ଏହା ପୂର୍ବରୁ ଧର୍ମଶାଳାରେ ଏକ କଷ୍ଟଦାୟକ ମ୍ୟାଚ୍ ବେଳେ କୋହଲି ୯୫ ରନ୍ ସଂଗ୍ରହ କରିଥିଲେ । ସେ ନିଜର ଶତକ ପୂରଣ କରିବାକୁ ମିସ୍ କରିଥିଲେ କିନ୍ତୁ ତାଙ୍କ ଇନିଂସର ପ୍ରଭାବ ପଡିଥିଲା । ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪ ୱିକେଟରେ ଜିତିଥିଲା।
ବିରାଟ କୋହଲିଙ୍କ ପାଇଁ ଏହି ଶତକ ମଧ୍ୟ ସ୍ୱତନ୍ତ୍ର କାରଣ ଆଜି ତାଙ୍କର ଜନ୍ମଦିନ ଏବଂ ସେ ଏହି ଶତକ ସହ ବିଶେଷ ତାଲିକାରେ ସାମିଲ୍ ଦେଇଛନ୍ତି । ସଚିନ ତେନ୍ଦୁଲକର, ବିନୋଦ କାମ୍ବଲିଙ୍କ ଭଳି ଖେଳାଳିମାନେ ମଧ୍ୟ ଜନ୍ମଦିନ ଅବସରରେ ଶତକ ହାସଲ କରିଥିଲେ ।












Click it and Unblock the Notifications