ବିଶ୍ୱକପ 2023: କଙ୍ଗାରୁ ଦଳ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ; ଜାଣନ୍ତୁ, କେବେ, କେବେ ଅଛି ଭାରତର ମ୍ୟାଚ ?

ODI World Cup 2023, Team India: ବର୍ଷା ହେତୁ ନେଦରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଭାରତର ଖେଳିବାକୁ ଥିବା ୱାର୍ମ ଅପ୍ ମ୍ୟାଚ୍ ଧୋଇ ଯାଇଛି । ଏହିପରି ଭାବରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବାର ସୁଯୋଗ ପାଇ ନାହିଁ । ଫଳରେ ଏବେ ଭାରତ ସିଧା ଦିନିକିଆ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପାଦ ଥାପିବ ।

ତେବେ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଭେଟିବ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ 8 ଅକ୍ଟୋବରରେ ଖେଳାଯିବ । ଚେନ୍ନାଇ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ । ତେବେ ବିଶ୍ୱକପର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ 5 ଅକ୍ଟୋବରରେ ଖେଳାଯିବ । ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।

World Cup 2023

ଏହା ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ । ଅକ୍ଟୋବର 11 ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନର ଦଳ ମୁହାଁମୁହିଁ ହେବେ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ 14 ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 1.30 ରେ ଆରମ୍ଭ ହେବ । ଏହି ଦଳ ବ୍ୟତୀତ ଭାରତୀୟ ଦଳ ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡ ଭଳି ଦଳକୁ ଭେଟିବ ।

  • ବିଶ୍ୱକପରେ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ-
  • ଅକ୍ଟୋବର 8 - ଭାରତ ବନାମ ଅଷ୍ଟ୍ରେଲିଆ - ଏମଏ ଚିଦାମ୍ବରମ୍ ଷ୍ଟାଡିୟମ୍, ଚେନ୍ନାଇ- 2:00 PM
  • ଅକ୍ଟୋବର 11- ଭାରତ ବନାମ ଆଫଗାନିସ୍ତାନ- ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ- 2:00 PM
  • ଅକ୍ଟୋବର 14- ଭାରତ ପାକିସ୍ଥାନ ନରେନ୍ଦ୍ର ମୋଦି ଷ୍ଟାଡିୟମ, ଅହମ୍ମଦାବାଦ- 2:00 PM
  • ଅକ୍ଟୋବର 19- ଭାରତ ବାଂଲାଦେଶ MCA ଷ୍ଟାଡିୟମ, ପୁଣେ- 2:00 PM
  • ଅକ୍ଟୋବର 22- ଭାରତ ବନାମ ନ୍ୟୁଜିଲାଣ୍ଡ- HPCA ଷ୍ଟାଡିୟମ, ହାଇଦ୍ରାବାଦ- 2:00 PM
  • ଅକ୍ଟୋବର 29- ଭାରତ ଇଂଲଣ୍ଡ ଏକାନା ଷ୍ଟାଡିୟମ, ଲକ୍ଷ୍ନୌ -2:00 PM
  • ନଭେମ୍ବର 2- ଭାରତ ବନାମ ଶ୍ରୀଲଙ୍କା ୱାନକେଡେ ଷ୍ଟାଡିୟମ, ମୁମ୍ବାଇ - 2:00 PM
  • ନଭେମ୍ବର 5- ଭାରତ ଦକ୍ଷିଣ ଆଫ୍ରିକା ଇଡେନ୍ ଗାର୍ଡେନ୍, କୋଲକାତା - 2:00 PM
  • ନଭେମ୍ବର 12- ଭାରତ ବନାମ ନେଦରଲ୍ୟାଣ୍ଡ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁ - 2:00 PM

ବିଶ୍ୱକପ ପାଇଁ ଭାରତୀୟ ଦଳ:

  • ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ କିଷାନ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+