World Cup Semi final: ଆହତ କାରଣରୁ ପଡିଆ ବାହାରକୁ ଗଲେ ଶୁଭମାନ ଗିଲ
ଗୋଡରେ ଆହତ କାରଣରୁ ଶୁଭମାନ ଗିଲ ପଡିଆ ବାହାରକୁ ଯାଇଛନ୍ତି । ତାଙ୍କ ସ୍ଥାନରେ ଶ୍ରେୟାସ ଆୟର ପଡିଆ ଭିତରକୁ ଖେଳିବାକୁ ଆସିଛନ୍ତି । ଇନିଂସ ଆରମ୍ଭରୁ ହିଁ ଗିଲ୍ ଭଲ ଫର୍ମରେ ଥିଲେ । ଯଦିଓ ସେ ସମୟ ନେଇଥିଲେ, ରୋହିତ ଶର୍ମା ଆଉଟ୍ ହେବା ପରେ ସେ ଭଲ ଷ୍ଟ୍ରାଇକରେ ବ୍ୟାଟିଂ କରିଥିଲେ । ଆଠଟି ଚୌକା ଏବଂ ତିନୋଟି ଛକା ଦ୍ଵାରା ଗିଲ ୬୫ ବଲରୁ ୭୯ ରନ କରିଥିଲେ ।
ବୁଧବାର ଭାରତ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି କ୍ରିକେଟ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ।
୨୦୧୯ ରେ ରନର୍ସ ଅପ୍ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ପର୍ଯ୍ୟାୟ ପରେ ନଅଟି ମ୍ୟାଚରୁ ପାଞ୍ଚଟିରେ ବିଜୟ ସହ ଚତୁର୍ଥ ସ୍ଥାନ ହାସଲ କରିଛି । ଚାରିଟି ମ୍ୟାଚ ଜିତିଲାପ ରେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚରେ ବିଜୟ ହୋଇ ନକ୍ଆଉଟ୍ ପାଇଁ ଯୋଗ୍ୟତା ହାସଲ କରିଥିଲା ନ୍ୟୁଜିଲ୍ୟାଣ୍ଡ । ରବିବାର ମଧ୍ୟ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା।

ବିଶ୍ଵକପରେ ସର୍ବାଧିକ ଛକା
ବିଶ୍ଵକପରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ ଶର୍ମା । ତାଙ୍କ ବ୍ୟାଟରୁ ଆଜି ଛକାର ବର୍ଷା ହେବା ପରେ ସେ ଏହି ରେକର୍ଡ ହାସଲ କରିଛନ୍ତି । ସେ ଛକାରେ ଦୁଇଟି ରେକର୍ଡ଼ କରିଛନ୍ତି । ଗୋଟିଏ ବିଶ୍ଵକପ ସିଜିନରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ ଶର୍ମା । ଏହା ସହ ବିଶ୍ଵକପରେ ସେ ସର୍ବାଧିକ ଛକା ମାରିଛନ୍ତି।
ବିଶ୍ୱକପ୍ରେ ମୋଟ ୫୦ଟି ଛକା ମାରିବା ସହ ଏହି ରେକର୍ଡ ହାସଲ କରିଥିଲେ । ତାଙ୍କ ପଛକୁ ୪୯ଟି ଛକା ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟର କ୍ରିସ ଗେଲ ଥିବା ବେଳେ ଅଷ୍ଟ୍ରେଲିଆର ବ୍ୟାଟର ଗ୍ଲେନ୍ ମ୍ୟାକ୍ସୱେଲ ୪୩ ଛକା ସହ, ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟର ଏବି ଡି ଭିଲିୟର୍ସ ୩୭ ଛକା ଓ ଅଷ୍ଟ୍ରେଲିଆର ବ୍ୟାଟର ଡେଭିଡ୍ ୱାର୍ଣ୍ଣର ୩୭ ଛକା ସହ ପଞ୍ଚମ ସ୍ଥାନରେ ଅଛନ୍ତି ।












Click it and Unblock the Notifications