ଆଉଟ୍ ହେଲେ ଶୁଭମାନ ଗିଲ୍; ଠିଆ ହୋଇ ତାଳି ମାରିଲେ ସାରା ତେନ୍ଦୁଲକର

ଆଉଟ୍ ହେଲେ ଶୁଭମାନ ଗିଲ୍ । ଠିଆ ହୋଇ ତାଳି ମାରିଲେ ସାରା ତେନ୍ଦୁଲକର । ଆଉ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା । ଆଗରୁ ମଧ୍ୟ ସାରା ଠିଆ ହୋଇ ଗିଲଙ୍କୁ ଅଭିବାଦନ ଜଣାଇଥିବାର ଦେଖାଯାଇଛି ।

ଶୁଭମାନ ଗିଲ ମାତ୍ର ୮ ରନ ପାଇଁ ଶତକ କରି ପାରି ନାହାଁନ୍ତି । ସେ ୯୨ ରନ କରି ଆଉଟ୍ ହୋଇଥିଲେ । ଆଉ ଏହା ପରେ ସାରା ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଉଟ୍ ହେବା ପରେ ସାରା ପ୍ରଥମେ ମୁଣ୍ଡ ତଳକୁ କରି ମନ୍ ଦୁଃଖ କରିଥିବାର ଦେଖା ଯାଇଥିଲେ । ହେଲେ ପରେ ସେ ଠିଆ ହୋଇ ତାଳି ମାରିଥିଲେ । ତେବେ ଏହି ଫଟୋ ଏବେ ଭାଇରଲ ହେବାର ଦେଖା ଦେଇଛି ।

ଶୁଭମାନ ଗିଲ ଆଜି ୯୨ ରନ କରି ଆଉଟ୍ ହୋଇଥିଲେ । ସେ ଏଗାରଟି ଚୌକା ଓ ଦୁଇଟି ଛକା ସାହାଯ୍ୟରେ ଏହି ରନ କରିଥିଲେ । ଏଥିପାଇଁ ସେ ୯୨ ବଲର ସାମ୍ନା କରିଥିଲେ ।

gill_sara

ଆଗରୁ ମଧ୍ୟ ଗିଲ ଆଉଟ୍ ହେଲା ପରେ ସାରା ମନ ଦୁଃଖ କରୁଥିବାର ଦେଖିବାକୁ ମିଳିଛି । ଗିଲଙ୍କ ଫ୍ୟାନ ମାନେ ଏ ନେଇ ସଦାବେଳେ ପ୍ରଶ୍ନ କରନ୍ତି ।

ଶୁଭମାନ ଗିଲ କାହାକୁ ଡେଟିଂ କରୁଛନ୍ତି ?

ବାସ୍ତବରେ, ଶୁଭମାନ ଗିଲଙ୍କ ନାମ ସାରାଙ୍କ ସହ ଜଡିତ, ବେଳେବେଳେ ଲାଗୁଛି ଯେ ସେ ସାରା ତେନ୍ଦୁଲକରଙ୍କୁ ଡେଟ କରୁଛନ୍ତି ଏବଂ ବେଳେବେଳେ ଲାଗୁଛି ଯେ ସେ ସାରା ଅଲି ଖାନଙ୍କ ପ୍ରେମରେ ପଡିଛନ୍ତି । ଯଦିଓ ଏହି ତିନିଜଣଙ୍କ ମଧ୍ୟରୁ କେହି କେବେ ଏ ବିଷୟରେ ଖୋଲାଖୋଲି ଭାବେ କିଛି କହି ନାହାଁନ୍ତି, ଗିଲ୍ ସେମାନଙ୍କ ଡେଟିଂ ଖବର ହେତୁ ଅନେକ ସମୟରେ ହେଡଲାଇନରେ ରହିଥା'ନ୍ତି ।ବିଶ୍ୱକପ୍ 2023 ରେ ଏପର୍ଯ୍ୟନ୍ତ ପ୍ରଦର୍ଶନ ବିଶେଷ ନୁହେଁ

ସମ୍ପ୍ରତି, କେଉଁ ସାରା ଗିଲଙ୍କୁ ପ୍ରେମ କରିଛନ୍ତି?

ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ଯଦି ଆମେ ବିଶ୍ୱକପ୍ 2023 ରେ ଏପର୍ଯ୍ୟନ୍ତ ତାଙ୍କ ପ୍ରଦର୍ଶନ ବିଷୟରେ ଆଲୋଚନା କରୁ, ଆଜି ଦିନକୁ ଛାଡି ସେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+