Shakib Al Hasan: ଆହତ ହେତୁ ବିଶ୍ଵକପରୁ ବାଦ୍ ପଡିଲେ ଶାକିବ ଅଲ ହସନ

ବାମ ହାତ ଇଣ୍ଡେକ୍ସ ଫିଙ୍ଗରରେ ଆଘାତ ହେତୁ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନଙ୍କୁ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ 2023 ରୁ ବାଦ୍ ପଡିଛନ୍ତି । ଗତକାଲି ଦିଲ୍ଲୀରେ ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚରେ ବ୍ୟାଟିଂ କରୁଥିବାବେଳେ ଶାକିବ ଆହତ ହୋଇଥିଲେ ।

ଖେଳ ପରେ ଏକ୍ସ-ରେ ଆଙ୍ଗୁଠି ଫ୍ରାକଚର୍ ହୋଇଥିବା ଜଣା ପଡ଼ିଛି । ସେ ୧୧ ନଭେମ୍ବରରେ ପୁଣେରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ପଡିଛନ୍ତି । ଏହା ବିଶ୍ୱକପରେ ବାଂଲାଦେଶର ଶେଷ ମ୍ୟାଚ୍ ।

ବାଂଲାଦେଶର ଫିଜିଓ ବାଇଜେଡୁଲ ଇସଲାମ ଖାନ ଆହତ ବିଷୟରେ ଅଧିକ ବିବରଣୀ ଦେଇଛନ୍ତି । ସେ କହିଛନ୍ତି, "ଶାକିବ ତାଙ୍କ ଇନିଂସ ଆରମ୍ଭରେ ତାଙ୍କ ବାମ ଇଣ୍ଡେକ୍ସ ଆଙ୍ଗୁଠିରେ ଆଘାତ ପାଇଥିଲେ କିନ୍ତୁ ସହାୟକ ଟ୍ୟାପିଂ ଏବଂ ଯନ୍ତ୍ରଣା ମୁକ୍ତ ଔଷଧ ଦ୍ଵାରା ବ୍ୟାଟିଂ ଜାରି ରଖିଥିଲେ।"

Shakib_Al_Hasan

"ଖେଳ ପରେ ସେ ଦିଲ୍ଲୀରେ ଏକ ଜରୁରୀକାଳୀନ ଏକ୍ସ-ରେ କରିଥିଲେ ଯାହା ଫ୍ରାକଚର୍ ନେଇ ନିଶ୍ଚିତ କରିଥିଲା। ଭଲ ହେବା ପାଇଁ ତିନିରୁ ଚାରି ସପ୍ତାହ ଲାଗିପାରେ । ସେ ଆଜି ବାଂଲାଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।

ଶ୍ରୀଲଙ୍କା ଉପରେ ତିନି ୱିକେଟ ବିଜୟ ପାଇଁ ତାଙ୍କ ଦଳକୁ ମାର୍ଗଦର୍ଶନ କରିବା ପାଇଁ ଶାକିବ ୬୫ ଟି ବଲରୁ ୮୨ ମାରିଥିଲେ । ଏହାପୂର୍ବରୁ ସେ ୫୭ ରନ ଦେଇ ଦୁଇ ୱିକେଟ ନେଇଥିଲେ । ଭଲ ଅଲରାଉଣ୍ଡର ପ୍ରଦର୍ଶନ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+