Get Updates
Get notified of breaking news, exclusive insights, and must-see stories!

ବିଶ୍ଵକପ ସେମି: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଭାରତ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଭାରତ । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରୋମାଞ୍ଚକର ସେମିଫାଇନାଲ ମ୍ୟାଚ୍ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଯାହା ନିର୍ଦ୍ଧାରିତ ସମୟରେ ଅପରାହ୍ନ ୨ ଟାରୁ ଆରମ୍ଭ ହେବ । ଲିଗ୍ ପର୍ଯ୍ୟାୟ ନଅ ମ୍ୟାଚ୍ ରେ ନଅଟି ବିଜୟ ସହ ଭାରତୀୟ ଦଳ ମଧ୍ୟ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଥିବାବେଳେ କିୱି ଦଳ ନଅ ମ୍ୟାଚରେ ପାଞ୍ଚଟି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ।

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ହେଡ-ଟୁ-ହେଡ ରେକର୍ଡ

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ମୋଟ ୧୧୭ ଟି ଦିନିକିଆ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଏହି ଅବଧି ମଧ୍ୟରେ ଭାରତ ୫୯ ଟି ମ୍ୟାଚ ଜିତିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ୫୦ଟି ମ୍ୟାଚ ଜିତିଛି। ଏହା ବ୍ୟତୀତ ସାତୋଟି ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି । ଗୋଟିଏ ମ୍ୟାଚ ଟାଇ ହୋଇଛି ।

india vs newzealand world cup semi final

ଟସ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, 'ଆମେ ପ୍ରଥମେ ବ୍ୟାଟିଂ କରିବୁ। ଏକ ଭଲ ପିଚ୍ ପରି ଦେଖାଯାଉଛି । ମୁଁ ଭାବୁଛି ଏହା ୨୦୧୯ ବେଳର କଥା, ଯେତେବେଳେ ଆମେ ସେମିଫାଇନାଲ ଖେଳିଥିଲୁ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆମେ ସମାନ ଦଳ ସହିତ ଓହ୍ଲାଉଛୁ ।

ଟସ୍ ପରେ କେନ୍ ୱିଲିୟମ୍ସନ୍ କହିଛନ୍ତି: 'ଆମେ ମଧ୍ୟ ପ୍ରଥମେ ବ୍ୟାଟିଂ କରିଥାନ୍ତୁ । ବଲ୍ ସହିତ ଭଲ କରିବାକୁ ଚାହିଁବୁ ଏବଂ ଆଶାକରେ ପରେ କିଛି କାକର ଆସିବ । ଏହା ଏକ ଆଶ୍ଚର୍ଯ୍ୟଜନକ ସୁଯୋଗ, ଚାରି ବର୍ଷ ପୂର୍ବେ ସମାନ ପରିସ୍ଥିତି ଥିଲା କିନ୍ତୁ ସ୍ଥାନଟି ଭିନ୍ନ ଥିଲା । ସେମାନେ ଭଲ କ୍ରିକେଟ୍ ଖେଳୁଛନ୍ତି । ଆମେ ଗତ ମ୍ୟାଚର ସମାନ ଦଳ ସହିତ ଓହ୍ଲାଇବୁ ।

ଭାରତ ( ଚୁଡାନ୍ତ ଏକାଦଶ ) : ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ

ନ୍ୟୁଜିଲାଣ୍ଡ ( ଚୁଡାନ୍ତ ଏକାଦଶ ) : ଡେଭନ କନୱେ, ରାଚିନ୍ ରବିନ୍ଦ୍ର, କେନ୍ ୱିଲିୟମସନ (ଅଧିନାୟକ), ଡ୍ୟାର୍ଲି ମିଚେଲ, ଗ୍ଲେନ ଫିଲିପ୍ସ, ଟମ ଲାଥାମ (ୱିକେଟ କିପର), ମାର୍କ ଚାପମାନ, ମିଚେଲ ସାଣ୍ଟନର୍, ଟିମ୍ ସାଉଥୀ, ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+