ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ କଲେ ରୋହିତ ଶର୍ମା
ଗୋଟେ ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ ଶର୍ମା । ତାଙ୍କ ବ୍ୟାଟରୁ ଆଜି ପ୍ରଥମ ଛକା ଆସିବା ସହିତ ସେ ଏହି ରେକର୍ଡ ହାସଲ କରିଛନ୍ତି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ କଲେ ରୋହିତ ଶର୍ମା । ଗୋଟିଏ କ୍ରିକେଟ ସିଜିନରେ ଦନିକିଆରେ ୫୯ ଟି ଛକା ସହ ସେ ଏହି ରେକର୍ଡ଼ ନିଜ ନାମରେ କରିଛନ୍ତି । ରୋହିତ ଶର୍ମା ଏହି ବିଶ୍ଵକପରେ ଭଲ ପ୍ରଦର୍ଶନ କରିଛନ୍ତି ।
୨୦୨୩ ବର୍ଷରେ ସେ ୫୯ ଟି ଛକା ମାରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ସାଉଥ୍ ଆଫ୍ରିକାର ପୂର୍ବତନ ବ୍ୟାଟର ଏ ବି ଡିଭିଲିୟର୍ସଙ୍କ ନାମରେ ଥିଲା । ସେ ୨୦୧୫ କ୍ୟାଲେଣ୍ଡର ବର୍ଷରେ ୫୮ ଟି ଛକା ମାରିଥିଲେ । ସେହିପରି କ୍ରିସ୍ ଗେଲ ୨୦୧୯ ରେ ୫୬ ଟି ଛକା ମାରିଥିଲେ ।
ସେହିପରି ଅଧିନାୟକ ଭାବରେ ଗୋଟିଏ ବିଶ୍ଵକପରେ ସେ ସର୍ବାଧିକ ଛକା ମାରିଛନ୍ତି । ରୋହିତ ଶର୍ମା ଚଳିତ ବର୍ଷ ୨୩ ଟି ଛକ ମାରିଥିବା ବେଳେ, ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଆନ୍ ମୋର୍ଗାନ୍ ୨୦୧୯ ବିଶ୍ଵକପରେ ୨୨ ଟି ଛକା ମାରିଥିଲେ । ସେହିପରି ସାଉଥ୍ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ୨୦୧୫ରେ ୨୧, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ୍ ଫିଞ୍ଚ ୨୦୧୯ରେ ୧୮, ୨୦୧୫ର ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡେନ ମ୍ୟାକକୁଲମ୍ ୧୭ ଟି ଛକା ମାରିଥିଲେ।

ବିଶ୍ଵକପ ସେମି ଫାଇନାଲ
ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ସେହିପରି ଦ୍ବିତୀୟ ସେମି ଫାଇନାଲ ୧୬ ନଭେମ୍ବରରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ସେହିପରି ଫାଇନାଲ ୧୯ ତାରିଖ ରବିବାର ଖେଳାଯିବ । ଭାରତ ୨୦୧୯ ବିଶ୍ଵକପ ସେମି ଫାଇନାଲରେ ବି ନ୍ୟୁଜିଲାଣ୍ଡକୁ ଭେଟିଥିଲେ । ହେଲେ ଭାରତ ପରାଜିତ ହୋଇଥିଲା ।












Click it and Unblock the Notifications