ବିଶ୍ଵକପ ସେମି ଫାଇନାଲ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
World Cup 2023, Semifinal, IND vs NZ: ଆଇସିସି ଦିନିକିଆ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ୧୨ ନଭେମ୍ବରରେ ଭାରତ ବନାମ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ୧୬୦ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି । ଏହା ସହ ସେମାନେ ବିଶ୍ୱକପରେ କ୍ରମାଗତ ନବମ ମ୍ୟାଚ୍ ଜିତିଥିଲା ।ଏହି ବଡ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ସେ ଖେଳାଳିମାନଙ୍କୁ ସେମିଫାଇନାଲ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
କେ.ଏଲ୍ ରାହୁଲଙ୍କ ଶତକ ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ଶ୍ରେୟସ୍ ଆୟରଙ୍କ ୧୨୮ ରନ୍ ଯୋଗୁଁ ଦୀପାବଳି ଦିନ ଆହୁରି ଧମାକା ହୋଇଥିଲା । ଏଥି ସହ ଭାରତ ୧୮ ପଏଣ୍ଟ ସହ ଲିଗ୍ ପ୍ରତିଯୋଗିତା ଶେଷ କରିଛି । ଏହାପରେ ବୁଧବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା ପାଇଁ ମୁମ୍ବାଇ ଯାତ୍ରା କରିବ ଟିମ୍ ଇଣ୍ଡିଆ ।

ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ବିଶ୍ୱକପରେ ନେଦରଲ୍ୟାଣ୍ଡ ବିପକ୍ଷରେ ବିଜୟ ଏବଂ ଆଗାମୀ ସେମିଫାଇନାଲ ମ୍ୟାଚ୍ ପାଇଁ ପିଏମ ମୋଦୀ ଏକ୍ସରେ (ଟୁଇଟର)
ଲେଖିଛନ୍ତି, 'ଆମର କ୍ରିକେଟ୍ ଦଳ ଯୋଗୁଁ ଦିୱାଲୀ ଅଧିକ ସ୍ୱତନ୍ତ୍ର ହୋଇପାରିଛି । ନେଦରଲ୍ୟାଣ୍ଡ ବିପକ୍ଷରେ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ! କୌଶଳ ଏବଂ ଦଳଗତ ପ୍ରଦର୍ଶନ ପ୍ରଭାବଶାଳୀ ହୋଇଛି । ସେ ଆହୁରି କହିଛନ୍ତି, 'ସେମିଫାଇନାଲ ପାଇଁ ଶୁଭେଚ୍ଛା ! ଭାରତ ଉତ୍ସାହିତ ଅଛି ।
Diwali becomes even more special thanks to our cricket team!
Congratulations to Team India on their fantastic victory against the Netherlands! Such an impressive display of skill and teamwork.
Best wishes for the Semis! India is elated.
— Narendra Modi (@narendramodi) November 12, 2023
ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା କ'ଣ କହିଛନ୍ତି ?
ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, 'ଆମେ ବିଶ୍ଵକପ ଆରମ୍ଭ ଦିନଠାରୁ ଗୋଟିଏ ପରେ ଗୋଟିଏ ମ୍ୟାଚ ପାଇଁ ଭାବୁଥିଲୁ ।
ଆମେ କଦାପି ବହୁତ ଆଗକୁ ଚିନ୍ତା କରିବାକୁ ଚାହିଁ ନାହୁଁ । ଏହା ଏକ ଲମ୍ବା ଟୁର୍ଣ୍ଣାମେଣ୍ଟ । ଯଦି ଆମେ ପୁରା ଟୁର୍ଣ୍ଣାମେଣ୍ଟ ଦେଖିବା ତେବେ ସମୁଦାୟ ୧୧ ଟି ମ୍ୟାଚ୍ ହେବ । ସେ କହିଛନ୍ତି, 'ଆମେ ଗୋଟିଏ ଥରରେ ଗୋଟିଏ ମ୍ୟାଚ୍ ଉପରେ ଧ୍ୟାନ ଦେଇଥିଲୁ । ଆମେ ବିଭିନ୍ନ ସ୍ଥାନରେ ଖେଳୁଛୁ ଏବଂ ସେହି ଅନୁଯାୟୀ ଖେଳୁଛୁ ଏବଂ ଆମେ ସବୁ ସ୍ଥାନରେ ସମାନ କାର୍ଯ୍ୟ କରିଛୁ ।
ରୋହିତ ଶର୍ମା ଆହୁରି କହିଛନ୍ତି, 'ଏହି ନଅ ମ୍ୟାଚ୍ରେ ଆମେ ଯେଉଁଭଳି ଭାବେ ଖେଳିଥିଲୁ, ସେଥିପାଇଁ ଆମେ ବହୁତ ଖୁସି।' ସେ କହିଛନ୍ତି, 'ପ୍ରଥମ ମ୍ୟାଚ୍ ଠାରୁ ରବିବାର ମ୍ୟାଚ୍ ପର୍ଯ୍ୟନ୍ତ ଏହା ବହୁତ କ୍ଲିନିକାଲ୍ ଥିଲା। ବିଭିନ୍ନ ଖେଳାଳି ଆଗକୁ ଆସି ସେମାନଙ୍କ ଭୂମିକା ଗ୍ରହଣ କରିଥିଲେ । ସମସ୍ତେ ଦାୟିତ୍ଵ ନେବାକୁ ଚାହୁଁଥିଲେ । ବିଭିନ୍ନ ସ୍ଥାନରେ ଖେଳିବା ଏକ ଚ୍ୟାଲେଞ୍ଜ ଥିଲା। ଆମେ ପ୍ରକୃତରେ ଭଲ ଖେଳିଛୁ ।












Click it and Unblock the Notifications