୫୦ ତମ ଦିନିକିଆ ଅନ୍ତର୍ଜାତୀୟ ଶତକ ପାଇଁ ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିରାଟ କୋହଲି ପ୍ରଥମ କ୍ରିକେଟର ଭାବେ ୫୦ ଦିନିକିଆ ଅନ୍ତର୍ଜାତୀୟ ଶତକ ହାସଲ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
''ଆଜି ବିରାଟ କୋହଲି କେବଳ ତାଙ୍କର ୫୦ତମ ଦିନିକିଆ ଶତକ ହାସଲ କରିନାହାନ୍ତି ବରଂ ଶ୍ରେଷ୍ଠ କ୍ରୀଡ଼ାଦକ୍ଷତାର ପରିଚୟ ଦେଉଥିବା ଉତ୍କର୍ଷତା ଓ ନିଷ୍ଠାର ଭାବନାର ଉଦାହରଣ ମଧ୍ୟ ଦେଇଛନ୍ତି।'

ଏହି ଉଲ୍ଲେଖନୀୟ ମାଇଲଖୁଣ୍ଟ ତାଙ୍କର ସ୍ଥାୟୀ ସମର୍ପଣ ଏବଂ ଅସାଧାରଣ ପ୍ରତିଭାର ପ୍ରମାଣ । ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସେ ଭବିଷ୍ୟତ ପିଢ଼ି ପାଇଁ କିର୍ତ୍ତୀମାନ ସ୍ଥାପିତ କରିବା ଜାରି ରଖନ୍ତୁ।
ବିଶ୍ଵକପରେ ଇତିହାସ ରଚିଛନ୍ତି ବିରାଟ କୋହଲି । ଦିନିକିଆରେ ୫୦ ତମ ଶତକ ସହ ସଚିନଙ୍କ ରେକର୍ଡ଼ ଭାଙ୍ଗିଲେ ବିରାଟ । ସବୁ ଫର୍ମାଟରେ ବିରାଟ କୋହଲିଙ୍କ ଶତକ ଅଛି । ଆଉ ବିଶ୍ଵକପରେ ସେ ଏହି ରେକର୍ଡ କରିଛନ୍ତି । ୫୦ଟି ଶତକରୁ ଶ୍ରୀଲଙ୍କା ବିରୋଧରେ ସର୍ବାଧିକ ୧୦ ଟି ଶତକ ହାସଲ କରିଛନ୍ତି ।
ଏହା ପୂର୍ବରୁ ଇଡେନ ଗାର୍ଡେନସରେ ସେ ୪୯ ତମ ଦିନିକିଆ ଶତକ ହାସଲ କରିଥିଲେ । ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଥିଲା ବିରାଟ । ଏହି ରେକର୍ଡ ସହ ସେ ନିଜ ନାମକୁ ସ୍ଵର୍ଣ୍ଣ ଅକ୍ଷରରେ ଲେଖିଛନ୍ତି ।












Click it and Unblock the Notifications