ବିଶ୍ୱକପରେ ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇଲା ନ୍ୟୁଜିଲ୍ୟାଣ୍ତ
World Cup 2023: ବେଙ୍ଗାଲୁରୁରେ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ବେଙ୍ଗାଲୁରୁର ଏମ୍ ଚିନ୍ନସ୍ୱାମୀ ଷ୍ଟାଡିୟମରେ ଆଜିର ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ତ ୫ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ଖେଳୁଥିବା ଶ୍ରୀଲଙ୍କା 171ରେ ଆଉଟ୍ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ତ ମାତ୍ର ୨୩.୨ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା ।
ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଖୁବ୍ କମ ସମୟରେ ଶ୍ରୀଲଙ୍କାର ଗୋଟିଏ ପରେ ଗୋଟିଏ ୱିକେଟ୍ ଯାଇଥିଲା । 2 ରନ୍ ସ୍କୋର କରିବା ପରେ ନିସଙ୍କା ଆଉଟ୍ ହୋଇଥିଲେ ଏବଂ 6 ରନ୍ ସ୍କୋର କରିବା ପରେ କୁସଲ ମେଣ୍ଡିସ୍ ଆଉଟ୍ ହୋଇଥିଲେ ଏହାପରେ ସମରୱିକ୍ରମା 1ରନ୍ କରି ଆଉଟ୍ ହୋଇଥିଲେ ।

ଅନ୍ୟପକ୍ଷରେ ଏହି ବିଜୟ ପରେ ଆଉ 2 ପଏଣ୍ଟ ପାଇଛି ନ୍ୟୁଜିଲ୍ୟାଣ୍ତ । ଦଳ 10 ପଏଣ୍ଟ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ବର୍ତ୍ତମାନ ଏହା କହିବା ଭୁଲ ହେବ ନାହିଁ ଯେ ଏହି ବିଜୟ ପରେ ନ୍ୟୁଜିଲ୍ୟାଣ୍ତ ସେମିଫାଇନାସରେ ନିଜ ସ୍ଥିତି ପକ୍କା କରିଛି । ଦଳର ନେଟ୍ ରନ୍ ରେଟ୍ ମଧ୍ୟ ଆହୁରି ଭଲ ହୋଇଯାଇଛି ।
ସେପଟେ ନ୍ୟୁଜିଲ୍ୟାଣ୍ତର ବିଜୟ ପାକିସ୍ତାନ ଏବଂ ଆଫଗାନିସ୍ତାନକୁ ବଡ଼ ଧକ୍କା ଦେଇଛି ବର୍ତ୍ତମାନ ଏହି ଦୁଇଟିର ସେମିଫାଇନାଲ୍ ଖେଳିବାର ରାସ୍ତା ବନ୍ଦ କରିଛି । ବର୍ତ୍ତମାନ ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ତ ପଞ୍ଚମ ସ୍ଥାନରେ ରହିଛି ।
ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଏପର୍ଯ୍ୟନ୍ତ ମୋଟ 101 ଟି ODI ମ୍ୟାଚ୍ ଖେଳାଯାଇଛି । ଏହି ଅବଧି ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ 51 ଟି ମ୍ୟାଚ ଜିତିଥିବାବେଳେ ଶ୍ରୀଲଙ୍କା 44 ଟି ମ୍ୟାଚ ଜିତିଛି । ଦୁଇ ଦଳ ମଧ୍ୟରେ ଆଠଟି ମ୍ୟାଚ୍ ଫଳାଫଳ ବିନା ଶେଷ ହୋଇଛି ଏବଂ ଗୋଟିଏ ମ୍ୟାଚ୍ ଟାଇରେ ଶେଷ ହୋଇଛି ।












Click it and Unblock the Notifications