World Cup 2023: ନ୍ୟିଜିଲ୍ୟାଣ୍ତକୁ ହରାଇଲା ଦକ୍ଷିଣ ଆଫ୍ରିକା

World Cup 2023: ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ମ୍ୟାଚରେ ଦକ୍ଷିଣ ଆଫ୍ରିକା 190 ରନରେ ବିଜୟ ଲାଭ କରିଛି । ଦକ୍ଷିଣ ଆଫ୍ରିକା 4 ୱିକେଟ୍ ପାଇଁ 357 ରନ୍ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଟିମ୍ 167 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ହେଉଛି ଦକ୍ଷିଣ ଆଫ୍ରିକାର ଷଷ୍ଠ ବିଜୟ ଏବଂ ନ୍ୟୁଜିଲ୍ୟାଣ୍ତ କ୍ରମାଗତ ୩ ପରାଜୟ ସହ ବର୍ତ୍ତମାନ ସେମିଫାଇନାଲ୍ ପହଞ୍ଚିବା ପାଇଁ କର ବା ମର ସ୍ଥିତିରେ ପହଞ୍ଚି ଯାଇଛି ।

World Cup 2023
ଗତକାଲି ପୁଣେରେ ଖେଳା ଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ ଡି'କକ ଓ ରସି ଭାନ ଡେର ଡୁସେନଙ୍କ ଶତକ ବଳରେ ନିର୍ଦ୍ଧାରିତ 50 ଓଭରରେ 4 ୱିକେଟ୍ ହରାଇ 357 ରନ୍ ସଂଗ୍ରହ କରିଥିଲା । ଡି'କକ୍ 114 ଏବଂ ଡୁସେନ୍ 133ରନର ଇନିଂସ ଖେଳିଥିଲେ । ସେହିପରି ଡାଭିଡ୍ ମିଲର 30 ବଲରେ 53 ରନ ସଂଗ୍ରହ କରିଥିବା ବେଳେ ଶତକ ପାଇଁ ଡୁସେନ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ହାତେଇଥିଲେ ।

ଏହିପରି ଦକ୍ଷିଣ ଆଫ୍ରିକା 50 ଓଭରରେ 4 ୱିକେଟ୍ ପାଇଁ 357 ରନ୍ ସଂଗ୍ରହ କରିଥିଲା। ଟିମ୍ ସାଉଥୀ ସର୍ବାଧିକ 2 ୱିକେଟ୍ ନେଇଥିଲେ। ସେମାନଙ୍କ ବ୍ୟତୀତ ବୋଲ୍ଟ ଏବଂ ନୀଶାମଙ୍କୁ 1-1 ୱିକେଟ୍ ମିଳିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଦଳ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇଥିଲା ଏବଂ ନିୟମିତ ବ୍ୟବଧାନରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। 358 ରନର ଟାର୍ଗେଟ୍ ଥିବା ବେଳେ ନ୍ୟୁଜିଲ୍ୟାଣ୍ତ 167ରନରେ ଅଲଆଇଟ୍ ହୋଇଯାଇଥିଲା ।

ନ୍ୟୁଜିଲ୍ୟାଣ୍ତ ପକ୍ଷରୁ ଡେଭନ୍ କନୱେ 2, ରଚିନ୍ ରବୀନ୍ଦ୍ର 9, ୱିଲ୍ ୟଙ୍କ 33, ଡାରେଇ ମିଚେଲ 24 ଏବଂ ଟମ ଲାଥମ ମାତ୍ର 4 ରନ୍ କରିଥିଲେ । ନ୍ୟୁଜିଲ୍ୟାଣ୍ତ 35.3 ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର 167 ରମ କରିଥିଲା । ମ୍ୟାଚକୁ 190ରେ ଜିତି ଦକ୍ଷିଣ ଆଫ୍ରିକା ଟେବୁଲର ଶୀର୍ଷରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+