ବିଶ୍ୱକପ୍ ୨୦୨୩: ଉଦଘାଟନୀ ମ୍ୟାଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଖାଲି, ବିସିସିଆଇକୁ ପଡ଼ିଲା ଗାଳି

Cricket World Cup 2023 Opener: ଆରମ୍ଭ ହୋଇଛି ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ । ପ୍ରଥମ ମ୍ୟାଚରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ଭେଟୁଛି । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ତେବେ ମ୍ୟାଚ ଆରମ୍ଭ ହେବା ସହ ଏକ ଖରାପ ଖବର ସାମ୍ନାକୁ ଆସିଛି ।

ଆଜି ଉଦଘାଟନୀ ମ୍ୟାଚ ପାଇଁ ଐତିହାସିକ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଖାଲି ପଡ଼ିଛି । ଉଦଘଟାନୀ ମ୍ୟାଚ ଦେଖିବାକୁ ନାହାନ୍ତି ଦର୍ଶକ । ଏକ ଲକ୍ଷ 30 ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହା ହେଉଛି ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍ ।

World Cup 2023

କିନ୍ତୁ ଓପନିଂ ମ୍ୟାଚ ପାଇଁ ଷ୍ଟାଡିୟମରେ ଖାଲି ସିଟ୍ ଦେଖିବାକୁ ମିଳିଛି । ଯାହା ଟିଭି ଏବଂ ଡିଜିଟାଲ ଷ୍ଟ୍ରିମିଂରେ ମ୍ୟାଚ୍ ଦେଖୁଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଷ୍ଟାଡମୟର ଏକ ବଡ ଅଂଶରେ କୌଣସି ଦର୍ଶକ ନାହାନ୍ତି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ତେବେ ମ୍ୟାଚ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ନ୍ୟୁଜିଲାଣ୍ଡର ନିୟମିତ ଅଧିନାୟକ କେନ ୱିଲିୟମସନଙ୍କୁ ଓପନିଂ ମ୍ୟାଚରେ ଆହତ କରାଣରୁ ଅନୁପସ୍ଥିତ ରହିଛନ୍ତି । ୱିଲିୟମସନଙ୍କ ଅନୁପସ୍ଥିତିରେ ଟମ୍ ଲାଥାମ୍ ବ୍ଲାକ୍ କ୍ୟାପ୍ସର ନେତୃତ୍ୱ ନେଉଛନ୍ତି ।

  • ଇଂଲଣ୍ଡ ଏକାଦଶ: ଜନି ବେୟାରଷ୍ଟୋ, ଡେଭିଡ ମଲାନ, ଜୋ ରୁଟ, ହ୍ୟାରି ବ୍ରୁକ, ଜୋସ ବଟଲର (ୱିକେଟ ରକ୍ଷକ), ଲିଆମ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, ସାମ କୁରାନ, କ୍ରିସ ୱକସ, ଆଦିଲ ରସିଦ, ମାର୍କ ଉଡ ।
  • ନ୍ୟୁଜିଲାଣ୍ଡ ଏକାଦଶ: ଡେଭିନ୍ କନୱେ, ୱିଲ୍ ୟଙ୍ଗ, ରାଚିନ୍ ରବିନ୍ଦ୍ର, ଡାରିଲ୍ ମିଚେଲ, ଟମ୍ ଲାଥାମ୍ (ୱିକେଟ ରକ୍ଷକ, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର୍, ଜେମ୍ସ ନିଶାମ, ମ୍ୟାଟ ହେନେରୀ, ଟ୍ରେଣ୍ଟ ବୋଲ୍ଟ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+