ବିଶ୍ୱକପ ଫାଇନାଲ ଓ ସେମି ପାଇଁ ଆଜି ମିଳିବ ଟିକେଟ; ରାତି ୮ଟାରୁ ମିଳିବ ଟିକେଟ
ବିଶ୍ୱକପ ଫାଇନାଲ ପାଇଁ ଆଜି ମିଳିବ ଟିକେଟ । ବିଶ୍ୱକପ୍ ସେମି ଓ ଫାଇନାଲ୍ ଟିକେଟ୍ ପାଇଁ ଆଜି ଶେଷ ସୁଯୋଗ ରହିଛି । ଆଜି ବଳକା ଥିବା ଟିକେଟ୍କୁ ଅନ୍ଲାଇନରେ ବିକ୍ରି କରିବ ବିସିସିଆଇ । ବିସିସିଆଇର ଅଫିସିଆଲ୍ ୱେବସାଇଟ୍ରେ ଆଜି ରାତି ୮ଟାରୁ ମିଳିବ ଟିକେଟ୍ ।
ୱେବସାଇଟ୍ tickets.cricketworldcup.comରେ ମିଳିବ ସେମି ଓ ଫାଇନାଲର ଟିକେଟ୍ । ୧୫ରେ ମୁମ୍ବାଇରେ ପ୍ରଥମ ସେମି ଫାଇନାଲ ହେବା ବେଳେ ୧୬ରେ କୋଲକାତାରେ ୨ୟ ସେମି ଖେଳାଯିବ। ସେହିପରି ୧୯ରେ ଅହମ୍ମଦାବାଦରେ ଫାଇନାଲ ପାଇଁ ମିଳିବ ଟିକେଟ୍ ।
ନକଆଉଟ୍ ମୁକାବିଲା ଟିକେଟ ପାଇଁ ଆଜି ଶେଷ ସୁଯୋଗ ରହିଛି ।
୧୫ ରେ ପ୍ରଥମ ସେମି ଖେଳାଯିବାକୁ ଥିବା ବେଳେ, ୧୭ରେ ଦ୍ବିତୀୟ ସେମି ଖେଳାଯିବ । ପ୍ରଥମ ସେମି ୱାଙ୍ଖେଡେରେ ଖେଳ ହେବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ଇଡେନ ଗାର୍ଡେନରେ ଖେଳାଯିବ । ତେବେ ଯଦି ପାକିସ୍ତାନ ସେମିରେ ପହଞ୍ଚେ ଇଡେନ ଗାର୍ଡେନରେ ଭାରତ ବିପକ୍ଷରେ ମ୍ୟାଚ ଖେଳାଯିବ ।

ବର୍ତ୍ତମାନ୍ ୧୬ ପଏଣ୍ଟ ସହ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବା ବେଳେ, ସାଉଥ୍ ଆଫ୍ରିକା ୧୨ ପଏଣ୍ଟ ସହ ଦ୍ଵିତୀୟ ସ୍ତାନରେ ରହିଛି । ସେହିପରି ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି । ଏହାରି ଭିତରେ ଚତୁର୍ଥ ସ୍ଥାନ ପାଇଁ, ପାକିସ୍ତାନ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ଦୌଡ଼ରେ ଅଛନ୍ତି ।
ତେବେ ଆଜି ଶ୍ରୀଲଙ୍କା ସହ ନ୍ୟୁଜିଲାଣ୍ଡର ମ୍ୟାଚ୍ ଥିବା ବେଳେ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି । ୮ଟି ମ୍ୟାଚରୁ ପାକିସ୍ତାନ ୮ପଏଣ୍ଟ ହାସଲ କରିଛନ୍ତି ପାକିସ୍ତାନ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ । ଯଦି ବର୍ଷା କାରଣରୁ ନ୍ୟୁଜିଲ୍ୟାଣ୍ଡ ବନାମ ଶ୍ରୀଲଙ୍କା ମ୍ୟାଚ୍ ଧୋଇଯାଏ, ତେବେ ନଭେମ୍ବର 11 (ଶନିବାର) ରେ ପାକିସ୍ତାନକୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ଖେଳ ଜିତିବାକୁ ପଡିବ । ଏହା ନିଶ୍ଚିତ କରିବ ଯେ ସେମାନେ 10 ପଏଣ୍ଟ ସହ ଶେଷ କରିବେ ଏବଂ ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡକୁ ଅତିକ୍ରମ କରିବେ । ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକାକୁ ବଡ ବ୍ୟବଧାନରେ ହରାଇଲେ ଆଫଗାନିସ୍ତାନ ସେମି ଖେଳିବ ।












Click it and Unblock the Notifications