ଆୟର୍ ଓ ରାହୁଲଙ୍କ ଦମଦାର ଶତକ: ନେଦରଲ୍ୟାଣ୍ଡକୁ ୪୧୧ ରନର ଟାର୍ଗେଟ ଦେଲା ଭାରତ

ଭାରତ ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ନେଦରଲ୍ୟାଣ୍ଡ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛି । ଶ୍ରେୟସ୍ ଆୟର୍ ଏବଂ କେ.ଏଲ୍ ରାହୁଲଙ୍କ ଶତକ ବ୍ୟତୀତ ରୋହିତ ଶର୍ମା, ଶୁଭମାନ ଗିଲ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ ।

୫୦ ଓଭରରେ ଚାରିଟି ୱିକେଟ୍ ହରାଇ ଦଳର ସ୍କୋରକୁ 410 ରେ ନେଇଥିଲେ । ଶ୍ରେୟସ୍ ଆୟର ଭାରତ ପାଇଁ ସର୍ବାଧିକ 128 ରନ୍ ସ୍କୋର କରିଥିବାବେଳେ ନେଦରଲ୍ୟାଣ୍ଡ, ୱାନ୍ ଡେର୍ ମେରୱେ, ପଲ୍ ଭାନ୍ ମେକେରେନ୍ ଏବଂ ଲିଡେ 1-1 ୱିକେଟ୍ ନେଇଛନ୍ତି ।

ଶ୍ରେୟାସ ଆୟର ସର୍ବାଧିକ ଅପରାଜିତ ୧୨୮ ରନ୍ ସ୍କୋର କରିଥିଲେ । ଲୋକେଶ ରାହୁଲ ୧୦୨ ରନର ଇନିଂସ ଖେଳିଥିଲେ। କ୍ୟାପଟେନ ରୋହିତ ୬୧ ରନ ଏବଂ ଗିଲ-କୋହଲି ୫୧ ରନ ଯୋଗଦାନ କରିଥିଲେ । ଏହି ମ୍ୟାଚରେ ଭାରତର ପ୍ରଥମ ପାଞ୍ଚଜଣ ବ୍ୟାଟ୍ସମ୍ୟାନ୍ 50 ରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ଚତୁର୍ଥ ୱିକେଟ୍ ପାଇଁ ଲୋକେଶ ରାହୁଲ ଏବଂ ଶ୍ରେୟସ୍ ଆୟର 208 ରନ୍ ଭାଗିଦାରୀ କରିଥିଲେ ।

india_vs_netherlaNDS

ବିଶ୍ୱକପ୍‌ରେ ଏହା ହେଉଛି ଭାରତର ଦ୍ୱିତୀୟ ଶ୍ରେଷ୍ଠ ସ୍କୋର। ଏହାପୂର୍ବରୁ 2007 ରେ ବରମୁଣ୍ଡା ବିପକ୍ଷରେ ଭାରତ 413 ରନ୍ ସଂଗ୍ରହ କରିଥିଲା। ଲୋକେଶ ରାହୁଲ 62 ବଲରେ ନିଜର ଶତକ ପୂରଣ କରିଥିଲେ ଏବଂ ବିଶ୍ୱକପରେ ଦେଶ ପାଇଁ ଏହା ଦ୍ରୁତତମ ଶତକ ଥିଲା। ନେଦରଲ୍ୟାଣ୍ଡ ପାଇଁ କେବଳ ଡି ଲିଡେ ଦୁଇଟି ୱିକେଟ୍ ନେଇଥିଲେ। ମେକ୍ରେନ୍ ଏବଂ ମର୍ଭ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

ବିଶ୍ଵକପ ସେମି ଫାଇନାଲ

ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ସେହିପରି ଦ୍ବିତୀୟ ସେମି ଫାଇନାଲ ୧୬ ନଭେମ୍ବରରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ସେହିପରି ଫାଇନାଲ ୧୯ ତାରିଖ ରବିବାର ଖେଳାଯିବ । ଭାରତ ୨୦୧୯ ବିଶ୍ଵକପ ସେମି ଫାଇନାଲରେ ବି ନ୍ୟୁଜିଲାଣ୍ଡକୁ ଭେଟିଥିଲେ । ହେଲେ ଭାରତ ପରାଜିତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+