ବିଶ୍ୱକପ ୨୦୨୩: ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ, ବିରାଟ-କେଏଲ ରାହୁଲ ସମ୍ଭାଳିଲେ ପାଳି

World Cup 2023 IND vs AUS: ଅଷ୍ଟ୍ରେଲୀୟ ବୋଲରଙ୍କ ଆକ୍ରାମଣାତ୍ମକ ଆରମ୍ଭ ସତ୍ୱେ କଙ୍ଗାରୁଙ୍କ ଠାରୁ ବିଜୟ ଛଡାଇ ଆଣିଲେ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ । ଦୁହେଁ ଚମତ୍କାର ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ବିଶ୍ୱକପର ପ୍ରଥମ ମ୍ୟାଚ୍ ଜିତିବାରେ ସାହାଯ୍ୟ କରିଛନ୍ତି ।

ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ବିଜୟ ଲକ୍ଷ୍ୟ 200 ରନକୁ ପିଛା କରୁଥିବା ବେଳେ ମାତ୍ର ଦୁଇ ରନ୍ ପାଇଁ ଭାରତର ତିନୋଟି ୱିକେଟ୍ ହରାଇଥିଲା । ଏହା ପରେ କିଙ୍ଗ କୋହଲି 85 ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଏବଂ କେ.ଏଲ୍ ରାହୁଲ ଟିମ୍ ଇଣ୍ଡିଆକୁ ବିଜୟ ଆଡକୁ ନେଇଥିଲେ ।

World Cup 2023

ଯେତେବେଳେ ଭାରତ ମାତ୍ର ଦୁଇଟି ରନ୍ ପାଇଁ ତିନୋଟି ୱିକେଟ୍ ହରାଇଥିଲା। ତା'ପରେ ଲାଗୁଥିଲା ଯେ ଅଷ୍ଟ୍ରେଲିଆ ଦଳ କମ୍ ସ୍କୋରିଂ ମ୍ୟାଚରେ ମ୍ୟାଚକୁ ଜିତି ନେଇଯିବ । ମାତ୍ର ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ହାର ମାନି ନଥିଲେ ଏବଂ ସାହସର ସହିତ ଅଷ୍ଟ୍ରେଲୀୟ ବୋଲରଙ୍କ ବଲକୁ ସାମ୍ନା କରିଥିଲେ । ଚତୁର୍ଥ ୱିକେଟ୍ ପାଇଁ ଉଭୟ 165 ରନ୍ ରେକର୍ଡ ଭାଗିଦାରୀ କରିଥିଲେ ।

ମିଚେଲ ଷ୍ଟାର୍କ ଓପନର ଇଶାନ କିଶାନଙ୍କୁ ଭାରତୀୟ ଇନିଂସର ପ୍ରଥମ ଓଭରର ଚତୁର୍ଥ ବଲରେ କ୍ୟାମେରନ୍ ଗ୍ରୀନଙ୍କ ହାତରେ ଧରା ପକାଇ ଭାରତର ଆରମ୍ଭକୁ ନଷ୍ଟ କରି ଦେଇଥିଲେ । ଏହା ପରେ ଜୋଶ ହାଜଲେଉଡ୍ ରୋହିତ ଶର୍ମାଙ୍କୁ ପ୍ରଥମ ଓଭରରେ ଏଲବିଡବ୍ଲୁ ଆଉଟ୍ କରି ଭାରତକୁ ଦୁତିୟ ଋଟକା ଦେଇଥିଲେ । ପରେ ପରେ ୱାର୍ଣ୍ଣରଙ୍କ ଦ୍ୱାରା ରେୟସ୍ ଆୟରଙ୍କୁ ଧର ପକାଇ ହାଜଲେଉଡ୍ ଭାରତକୁ ତୃତୀୟ ଋଟକା ଦେଇଥିଲେ ।

ଏହି ପରି ଭାବେ ଭାରତୟ ଟପ-3 ବ୍ୟାଟର ବିନା କୌଣିସି ରନ କରି ପାଭିଲିଅନ ଫେରିଥିଲେ । ଏହାପରେ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ଭାରତୀୟ ଦଳର ଖଣ୍ଡ ବିଖଣ୍ଡିତ ପାଳିକୁ ସମ୍ଭାଳିଥିଲେ । ତେବେ ବିରାଟ୍ ଶେଷ ପର୍ଯ୍ୟନ୍ତ ରହିପାରି ନଥିବା ବେଳେ କେଏଲ ରାହୁଲ 115 ବଲରୁ ଅପରାଜିତ 97 ରନ ଖେଳି ହାର୍ଦ୍ଦିକ ପାଣ୍ଡ୍ୟଙ୍କ (8 ବଲ, 11 ରନ) ସହ ମିଶି ଭାରତକୁ ବିଜୟ ଭେଟି ଦେଇଥିଲେ । ତେବେ ଅଷ୍ଟ୍ରେଲିଆ ପାଇଁ ଷ୍ଟାର୍କ ଗୋଟିଏ ୱିକେଟ୍ ନେଇଥିବା ବେଳେ ହାଜଲେଉଡ୍ ତାଙ୍କ ନାମରେ 3 ୱିକେଟ୍ ରହିଥିଲା ।

ତେବେ ଆଜି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯାହାକୁ ମିଳିତ ଭାବେ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ବୋଲର । ସ୍ପିନ-ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କ ଜାଲରେ ଫସିଛନ୍ତି କଙ୍ଗାରୁ ବ୍ୟାଟର୍ ।

ତେବେ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭର ଖେଳା ପରିନାହିଁ 5ଥରର ବିଶ୍ୱକପ ବିଜେତା । 49.3 ବଲରେ ମାତ୍ର 200 ରନ ବନାଇ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଫଳରେ ଭାରତ ପାଇଁ ଚଳିତ ବିଶ୍ୱକପର ପ୍ରଥମ ବିଜୟ ଲାଗି ମାତ୍ର 200 ରନ ଧାର୍ଜ୍ୟ ଲକ୍ଷ୍ୟ ରହିଛି ।
ଭାରତ ପକ୍ଷରୁ ରବିନ୍ଦ୍ର ଜାଡ଼େଜା ସର୍ବାଧିକ 3 ୱିକେଟ୍ ନେଇଥିବା ବେଳେ ବୁମରା ଓ କୁଳଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ସେହିପରି ମହମ୍ମଦ ସିରାଜ, ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ରବି ଅଶ୍ୱିନ ଗୋଟିଏ ଲେଖାଏଁ ଶିକାର କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+