୪୯ ତମ ଶତକ ହାସଲ କଲେ ବିରାଟ କୋହଲି, ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ଟାର୍ଗେଟ

ଆଇସିସି ଦିନକିଆ ବିଶ୍ୱକପ ୨୦୨୩ର ୩୭ ତମ ମ୍ୟାଚ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ହେଉଛି । ବିରାଟ କୋହଲିଙ୍କ 49 ତମ ଶତକ ଆଧାରରେ ଭାରତ 50 ଓଭରରେ 5 ୱିକେଟ୍ ହରାଇ 326 ରନ୍ ସଂଗ୍ରହ କରିଛି । ଦକ୍ଷିଣ ଆଫ୍ରିକା ଜିତିବାକୁ ହେଲେ 327 ରନ୍ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ।

ଭାରତ ଟସ୍ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 24 ବଲରେ 40 ରନର ଇନିଂସ ଖେଳି ରୋହିତ ଶର୍ମା ଭାରତକୁ ଦ୍ରୁତ ଆରମ୍ଭ କରିଥିଲେ। ଏହା ପରେ କୋହଲି ଏବଂ ଶ୍ରେୟସ୍ ଆୟର ତୃତୀୟ ୱିକେଟ୍ ପାଇଁ 134 ରନ୍ ସଂଗ୍ରହ କରିଥିଲେ।

ବିରାଟ କୋହଲି ତାଙ୍କର 35 ତମ ଜନ୍ମଦିନରେ ଏକ ଚମତ୍କାର ଶତକ ଖେଳିଥିଲେ । ଏହା କୋହଲିଙ୍କ 49 ତମ ODI ଶତକ, ସଚିନ ତେନ୍ଦୁଲକରଙ୍କ ଦୀର୍ଘ ଦିନର ବିଶ୍ୱ ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି । କୋହଲି 101 ସ୍କୋରରେ ଅପରାଜିତ ରହିଥିଲେ। 119 ବଲରେ 10 ଚୌଲା ସହାୟତାରେ କୋହଲି ଏହି ସଫଳତା ହାସଲ କରିଛନ୍ତି ।

virat_iyer

କୋହଲିଙ୍କ ବ୍ୟତୀତ ଶ୍ରେୟାସ ଆୟର ମଧ୍ୟ ୭୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ତେବେ ଶୁଭମାନ ଗିଲ କିଛି ବିଶେଷ କରିପାରିନଥିଲେ ଏବଂ ୨୩ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ରୋହିତଙ୍କ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଛି, ଉଭୟ ଭାରତର ବୋଲର ଏବଂ ବ୍ୟାଟ୍ସମ୍ୟାନ୍ ଶ୍ରେଷ୍ଠ 5ରେ ଅଛନ୍ତି । ବିରାଟ କୋହଲି ଏବଂ ରୋହିତ ଶର୍ମା ଭାରତୀୟ ବ୍ୟାଟିଂ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଶାମି, ସିରାଜ ଏବଂ ବୁମରା ଭଲ ପ୍ରଦର୍ଶନ କରିଛନ୍ତି ।

ବିଶ୍ଵକପରେ ଇତିହାସ ରଚିଲେ ବିରାଟ କୋହଲି । ଦିନିକିଆରେ ୪୯ ତମ ଶତକ ସହ ସଚିନଙ୍କ ସହ ସମକକ୍ଷ ହେଲେ ବିରାଟ । ବିରାଟ ତାଙ୍କ ଜନ୍ମ ଦିନରେ ଏହି ରେକର୍ଡ କରି ତାଙ୍କ ପ୍ରଶଂସକ ମାନଙ୍କୁ ଭେଟି ଦେଇଛନ୍ତି । ସବୁ ଫର୍ମାଟରେ ବିରାଟ କୋହଲିଙ୍କ ଶତକ ଅଛି । ଆଉ ବିଶ୍ଵକପରେ ସେ ଏହି ରେକର୍ଡ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+