ବିଶ୍ୱକପ ୨୦୨୩: ଜାଡ଼େଜା କଲେ କଙ୍ଗାରୁ ଶିକାର, ବିଜୟ ପାଇଁ ଭାରତ ଆଗରେ ୨୦୦ ରନ ବିଜୟ ଲକ୍ଷ୍ୟ

World Cup 2023, IND vs AUS: ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ବିଶ୍ୱକପ 2023ର ପ୍ରଥମ ମ୍ୟାଚ୍ ଖେଳୁଛି ଭାରତ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯାହାକୁ ମିଳିତ ଭାବେ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ବୋଲର । ସ୍ପିନ-ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କ ଜାଲରେ ଫସିଛନ୍ତି କଙ୍ଗାରୁ ବ୍ୟାଟର୍ ।

World Cup 2023, IND vs AUS

ତେବେ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭର ଖେଳା ପରିନାହିଁ 5ଥରର ବିଶ୍ୱକପ ବିଜେତା । 49.3 ବଲରେ ମାତ୍ର 200 ରନ ବନାଇ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଫଳରେ ଭାରତ ପାଇଁ ଚଳିତ ବିଶ୍ୱକପର ପ୍ରଥମ ବିଜୟ ଲାଗି ମାତ୍ର 200 ରନ ଧାର୍ଜ୍ୟ ଲକ୍ଷ୍ୟ ରହିଛି ।

ଭାରତ ପକ୍ଷରୁ ରବିନ୍ଦ୍ର ଜାଡ଼େଜା ସର୍ବାଧିକ 3 ୱିକେଟ୍ ନେଇଥିବା ବେଳେ ବୁମରା ଓ କୁଳଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ସେହିପରି ମହମ୍ମଦ ସିରାଜ, ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ରବି ଅଶ୍ୱିନ ଗୋଟିଏ ଲେଖାଏଁ ଶିକାର କରିଛନ୍ତି ।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିୟ ଦଳର ଭଲ ଆରମ୍ଭ କରିପାରି ନଥିଲା । ତୋଫାନି ବ୍ୟାଟିଂ ପାଇଁ ପ୍ରସିଦ୍ଧ ମିଚେଲ ମାର୍ଶଙ୍କୁ ସଅଳ ଶିକାର କରିଥିଲେ ସ୍ପିଡଷ୍ଟାର୍ ବୁମରା । ଏହା ପରେ ଷ୍ଟିଭ ସ୍ମିଥ ଏବଂ ଡେଭିଡ ୱାର୍ଣ୍ଣର ଏକ ଦୃଢ ଆରମ୍ଭ କରିଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଉଭୟ 69 ରନର ଭାଗିଦାରୀ କରିଥିଲେ । ତେବେ ବଲ୍ ପୁରୁଣା ହେବା ପରେ ଉଭୟଙ୍କ ପାଇଁ ରନ୍ ସ୍କୋର କରିବା କଷ୍ଟସାଧ୍ୟ ହୋଇ ପଡିଥିଲା ।

6ଟି ଚୌକା ସହାୟତାରେ 52 ବଲରେ 41 ରନ୍ ସ୍କୋର କରିବା ପରେ ୱାର୍ଣ୍ଣର ଆଉଟ୍ ହୋଇଥିଲେ । ସେ କୁଲଦୀପ ଯାଦବଙ୍କଙ୍କ ଶିକାର ବନିଥିଲେ । ଏହା ପରେ ମାର୍ନେଲ ଲାବୁସାଗ୍ନେ ଏବଂ ଷ୍ଟିଭ ସ୍ମିଥଙ୍କ ମଧ୍ୟରେ 36 ରନର ଭାଗିଦାରୀ ହୋଇଥିଲା, କିନ୍ତୁ ସ୍ମିଥ ଆଉଟ୍ ହେବା ମାତ୍ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ 'ତୁ ଚାଲ୍ ମେଁ ଆୟା' ପରି ପାଭିଲିୟ ଫେରିଥିଲେ ।

ସ୍ମିଥ୍ ପାଞ୍ଚଟି ଚୌକା ସହାୟତାରେ 71 ବଲରେ 46 ରନ୍ ସଂଗ୍ରହ କରିଥିଲେ । 41 ବଲରେ 27 ରନ୍ ସ୍କୋର କରିବା ପରେ ଲାବୁସାଗେନ୍ ପାଭିଲିୟନକୁ ଫେରିଥିଲେ । ଏହା ପରେ ଗ୍ଲେନ୍ ମ୍ୟାକ୍ସୱେଲ 15, ଆଲେକ୍ସ କେରେ 00, କ୍ୟାମେରନ୍ ଗ୍ରୀନ୍ 08 ଏବଂ ଅଧିନାୟକ ପ୍ୟାଟ୍ କମିନ୍ସ ମାତ୍ର 15 ରନ୍ ସ୍କୋର କରିପାରି ଥିଲେ ।

ଶେଷରେ ମିଚେଲ ଷ୍ଟାର୍କ ଦୁଇଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ 35 ବଲରେ 28 ରନ୍ ସଂଗ୍ରହ କରି ଦଳର ସ୍କୋରକୁ 200 ପାଖାପାଖି ନେଇଥିଲେ । ଯେତେବେଳେ କି ଆଡାମ ଜାମ୍ପା 6 ରନ କରି ଆଉଟ୍ ହୋଇଥିଲେ ଏବଂ ଜୋସ୍ ହାଜଲେଉଡ୍ ଗୋଟିଏ ରନ ଅପରାଜିତ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+