ବିଶ୍ୱକପ ୨୦୨୩: ନବୀନ-ବିରାଟଙ୍କ ମଧ୍ୟରେ ହୋଇଗଲା ଦୋସ୍ତି
World Cup 2023, Naveen Ul Haq-Virat Kohli: ତାଜା ତାତା ଆଇପିଏଲ ବିବାଦ । ଅପେକ୍ଷା କରିଥିଲେ ପ୍ରଶଂସକ ଓ ସମାଲୋଚକ । ଯେତେବେଳେ ଚଳିତ ଦିନିକିଆ ବିଶ୍ୱକପରେ ଆଜି ଖେଳା ଯାଉଥିବା ଭାରତ ବନାମ ଆଫଗନିସ୍ତାନ ମ୍ୟାଚରେ ମୁହାଁମୁଁହି ହୋଇଥାନ୍ତେ ବିରାଟ କୋହଲି ଓ ନବୀନ ଉଲ୍ ହକ୍ । ବଢିଥାନ୍ତ ତାତି । ମଇଦାନ ହେଇଥାନ୍ତା ଗରମା ଗରମ । ମାତ୍ର ସବୁ ହୋଇଗଲା ଓଲଟାପାଲଟା । ନବୀନ ଉଲ ହକ-ବିରାଟ କୋହଲିଙ୍କ ମଧ୍ୟରେ ହୋଇଗଲା ଦୋସ୍ତି ।
ଏଠାରେ କହିରଖୁ ଚଳିତ ବର୍ଷ ଶେଷ ହୋଇଥିବା ଇଣ୍ଡିଆ ପ୍ରିମିୟର ଲିଗରେ ଦୁହିଁଙ୍କ ମଧ୍ୟରେ ହୋଇଥିଲା ବିବାଦ । ଆଇପିଏଲ୍ 2023 ପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ ଭାରତର ତାରାକ ବ୍ୟାଟର ବିରାଟ୍ କୋହଲି ଓ ଆଫଗାନିସ୍ତାନ ଯୁବ ବୋଲର ନବୀନ ଉଲ୍ ହକ୍ । କିନ୍ତୁ ବିବାଦକୁ ଆଗକୁ ବଢାଇବା ପରିବର୍ତ୍ତେ ଦୋସ୍ତିର ହାତ ବଢାଇଥିଲେ କୋହିଲ । ଯାହା ଆଜି ମ୍ୟାଚର ସବୁଠାରୁ ଚର୍ଚ୍ଚିତ ମୁହୁର୍ତ୍ତ ହୋଇଛି ।

ଆଜି (ବୁଧବାର) ମ୍ୟାଚ୍ ସମୟରେ ଯେବେ ପ୍ରଥମ ଥର ପାଇଁ ପଡ଼ିଆକୁ ନବୀନ ଉଲ୍ ହକ୍ ଓହ୍ଲାଇଥିଲେ, 'କୋହଲି କୋହଲି' କୋଳହଳରେ ତାଙ୍କୁ ଥଟ୍ଟା କରିଥିଲେ ଦର୍ଶକ । ପରେ ନବୀନ ଉଲ ହକ କୋହଲିଙ୍କୁ ଚମତ୍କାର ବୋଲିଂ କରିଥିଲେ।
IPL 2023 ସମୟରେ ବିବାଦ ଆରମ୍ଭ ହୋଇଥିଲା
ବାସ୍ତବରେ, ଚଳିତ ବର୍ଷ ଆରମ୍ଭରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2023) ସମୟରେ ବିରାଟ ଏବଂ ନବୀନଙ୍କ ମଧ୍ୟରେ ବିବାଦ ହେଡଲାଇନ ହୋଇ ଆସିଛି । ବିରାଟ କୋହଲି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ପାଇଁ ଖେଳୁଥିବା ନବୀନ-ଉଲ୍-ହଜ୍ ମଧ୍ୟରେ ମ୍ୟାଚ୍ ସମୟରେ ଏକ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ବିତର୍କରେ LSG ର ପରାମର୍ଶଦାତା ଗୌତମ ଗମ୍ଭୀର ହସ୍ତକ୍ଷେପ କରିଥିଲେ ଏବଂ ପୁନର୍ବାର କୋହଲିଙ୍କ ସହ ତାଙ୍କର ଦୀର୍ଘ ଯୁକ୍ତିତର୍କ ହୋଇଥିଲା ।
ଏହି ବିବାଦ ପରେ ନବୀନ-ଉଲ-ହକ ଏଠାରେ ଅଟକି ନଥିଲେ। ଅନେକ ଇନଷ୍ଟାଗ୍ରାମର କାହାଣୀ ଏବଂ ପୋଷ୍ଟରେ ସେ ବିରାଟ କୋହଲିଙ୍କ ନାମରେ ଲେଖିଥିଲେ । ଏହି କ୍ରମରେ, ଆଇପିଏଲ୍ 2023 ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆରସିବିର ପରାଜୟ ସମୟରେ ସେ 'ମିଠା ଆମ୍ବ' ସହିତ ପୋଷ୍ଟ କରିଥିଲେ, ଯାହା ହେଡଲାଇନରେ ରହିଥିଲା ।












Click it and Unblock the Notifications