ବିଶ୍ଵକପ ମଝିରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବନ କଲା ଆଇସିସି

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଆଇସିସି ଏକ ବଡ଼ ନିଷ୍ପତ୍ତି ନେଇଛି । ଏହି କାରଣରୁ ଶ୍ରୀଲଙ୍କା କ୍ରିକେଟ୍ ଦଳ ଆଉ ଆଇସିସି ଇଭେଣ୍ଟରେ ଅଂଶଗ୍ରହଣ କରିପାରିବ ନାହିଁ । ଆଇସିସି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଦସ୍ୟତାକୁ ବାତିଲ କରିଦେଇଛି ।

ଗତ କିଛି ଦିନ ହେବ ଶ୍ରୀଲଙ୍କା କ୍ରିକେଟ୍ ରେ ବହୁତ ଅଶାନ୍ତି ଦେଖାଦେଇଛି । କ୍ରୀଡା ମନ୍ତ୍ରଣାଳୟ ବୋର୍ଡକୁ ବରଖାସ୍ତ କରି ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ନିଯୁକ୍ତ କରିଛି । ଏହା ପରେ ଆଇସିସି ଶ୍ରୀଲଙ୍କା କ୍ରିକେଟ୍ ଦଳକୁ ନିଲମ୍ବିତ କରିଛି । ବର୍ତ୍ତମାନ ଏହି ପ୍ରତିବନ୍ଧକ ନ ହଟାଯିବା ପର୍ଯ୍ୟନ୍ତ ଶ୍ରୀଲଙ୍କା ଦଳ କୌଣସି ଆଇସିସି ଇଭେଣ୍ଟରେ ଅଂଶଗ୍ରହଣ କରିପାରିବ ନାହିଁ।

ନିକଟରେ ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ, ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ । ମଧ୍ୟବର୍ତ୍ତୀକାଳୀନ ଅଧକ୍ଷ ଭାବରେ ରଣତୁଙ୍ଗା ମଧ୍ୟ ନିଯୁକ୍ତ ହୋଇଥିଲେ । ଏହା ପରେ ଲାଗୁଥିଲା ଯେ ଆଇସିସି ମଧ୍ୟ ବୋର୍ଡର ସଦସ୍ୟତା ବାତିଲ କରିପାରେ ।

srilanka

ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହ ୭ ଜଣ ସଦସ୍ୟଙ୍କ ଏକ କମିଟି ଗଠନ କରିଛନ୍ତି । ଏଥିରେ କେତେକ ପୂର୍ବତନ ବିଚାରପତି ମଧ୍ୟ ସାମିଲ ହୋଇଛନ୍ତି। ଏହି କମିଟିରେ ତିନିଜଣ ବିଚାରପତି ଏବଂ ଦୁଇଜଣ ମହିଳାଙ୍କ ସମେତ ୭ ଜଣ ଅଛନ୍ତି । ଅର୍ଜୁନ ରଣତୁଙ୍ଗା ବୋର୍ଡର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଅଟନ୍ତି । କ୍ରୀଡା ମନ୍ତ୍ରଣାଳୟର ହସ୍ତକ୍ଷେପ ଯୋଗୁଁ ଏହା ଘଟିଛି ।

ଆଇସିସିର କ୍ରିକେଟ୍ ବୋର୍ଡରେ କୌଣସି ସରକାରୀ କିମ୍ବା ରାଜନୈତିକ ହସ୍ତକ୍ଷେପ ରହିବା ଉଚିତ୍ ନୁହେଁ । ଏହି କାରଣରୁ କ୍ରିକେଟ୍ ଦଳକୁ ନିଲମ୍ବିତ କରିଛି ଆଇସିସି । ଏପରି ନିଲମ୍ବନ ପୂର୍ବରୁ ମଧ୍ୟ ଘଟିଛି । ଜିମ୍ବାୱେ କ୍ରିକେଟ୍ ଦଳକୁ ମଧ୍ୟ ନିଲମ୍ବିତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+