ଆଫଗାନିସ୍ତାନ ପାଇଁ ବିଶ୍ଵକପରେ ପ୍ରଥମ ଶତକ ହାସଲ କଲେ ଇବ୍ରାହିମ ଜାଦ୍ରାନ୍, ଅଷ୍ଟ୍ରେଲିଆ ପାଇଁ 292 ରନର ଟାର୍ଗେଟ

ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ, 39 ତମ ମ୍ୟାଚ୍: ଆଇସିସି ODI ବିଶ୍ୱକପ୍ ର 39 ତମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ (AUS) ଆଫଗାନିସ୍ତାନ (AFG) ସହିତ ମୁହାଁମୁହିଁ ହୋଇଛି । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି 50 ଓଭରରେ 5 ୱିକେଟ୍ ହରାଇ 291 ରନ୍ ସଂଗ୍ରହ କରିଛି । ଜିତିବା ପାଇଁ ଅଷ୍ଟ୍ରେଲିଆ ପାଇଁ 292 ରନର ଟାର୍ଗେଟ ରହିଛି ।

ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚର ପ୍ରଥମ ଇନିଂସ ଶେଷ ହୋଇଛି । ଆଫଗାନିସ୍ତାନ ପାଇଁ ବିଶ୍ୱକପରେ ଶତକ ହାସଲ କରିବାରେ ଓପନର୍ ଇବ୍ରାହିମ୍ ଜାଦ୍ରାନ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।

ଓପନର୍ ରହମାନୁଲ୍ଲା ଗୁରୁବାଜ 25 ବଲରେ 21 ରନ୍ ସଂଗ୍ରହ କରିଥିଲେ। ଏହା ପରେ ଜାଦ୍ରାନ୍ ଏବଂ ରହମତ ଶାହା ଦ୍ୱିତୀୟ ୱିକେଟ୍ ପାଇଁ 83 ରନ୍ ଭାଗିଦାରୀ କରି ଦଳକୁ ସମ୍ମାନଜନକ ସ୍କୋରକୁ ନେଇଥିଲେ। ଗୋଟିଏ ପଟେ ଜାଦ୍ରାନ୍ ଶେଷ ପର୍ଯ୍ୟନ୍ତ ନିଜ ୱିକେଟ୍ ରଖିଥିବା ବେଳେ ଅନ୍ୟ ପଟେ ୱିକେଟ୍ ପଡ଼ିବା ପ୍ରକ୍ରିୟା ଜାରି ରହିଥିଲା। ଶେଷରେ ରସିଦ ଖାନ 18 ବଲରେ ଅପରାଜିତ 35 ରନ ସ୍କୋର କରିଥିଲେ।

 Ibrahim Zadran

ପ୍ରଥମ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ଭାବରେ ବିଶ୍ୱକପ୍ 2023 ରେ ଶତକ

ଇବ୍ରାହିମ ଜାଦ୍ରାନ୍, ହେଜଲେଉଡଙ୍କ ଓଭରରେ ନିଜର ଶତକ ହାସଲ କରିଥିଲେ । ଇବ୍ରାହିମ ଜାଦ୍ରାନ୍ ହେଉଛନ୍ତି ପ୍ରଥମ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ଯିଏକି ବିଶ୍ୱକପ୍ 2023 ରେ ଶତକ ହାସଲ କରିଛନ୍ତି। ଇବ୍ରାହିମ 7 ଚୌକା ସହାୟତାରେ 131 ବଲରେ 102 ରନ୍ ସ୍କୋର କରି ନିଜର ଶତକ ପୂରଣ କରିଥିଲେ ।

ଜୋଶ ହେଜଲଉଡ୍ ଦୁଇଟି ୱିକେଟ୍ ନେଇଥିଲେ

ଅଷ୍ଟ୍ରେଲିଆରୁ ମଧ୍ୟ ଭଲ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଜୋସ୍ ହେଜଲଉଡ୍ ସର୍ବାଧିକ ଦୁଇଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ମିଚେଲ ଷ୍ଟାର୍କ, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+