IND vs NZ: ଫାଇନାଲରେ ପହଞ୍ଚିବାର ଭାରତର ସ୍ୱପ୍ନ କିପରି ଭାଙ୍ଗିଲା, ୨୦୧୯ ସେମି ଫାଇନାଲର ପୁରା କାହାଣୀ ଜାଣନ୍ତୁ
World Cup 2023, Semifinal, IND vs NZ: ହାରିଗଲା ଭାରତ । ଆଉ କାନ୍ଦିଥିଲା ପୁରା ଦେଶ । ୨୦୧୯ ଜୁଲାଇ ୯ ସେମି ଫାଇନାଲରେ ଭାରତକୁ ହରାଇଥିଲା ନ୍ୟୁଜିଲାଣ୍ଡ । ଆଉ ସମସ୍ତଙ୍କ ଆଖିରୁ ଲୁହ ବାହାରିଥିଲା। ରନ ଆଉଟ୍ ହୋଇଥିଲେ ୨୦୧୧ ବିଶ୍ଵକପ ବିଜେତା ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଆଉ ସାରା ଭାରତ ବର୍ଷା ଜାଣିଥିଲା। ଏଇଠି ସରିଲା ଭାରତର ଅଭିଯାନ । ଜାଣନ୍ତୁ କଣ ଥିବା ପୁରା ଘଟଣା ।
୨୦୨୩ ଦିନିକିଆ ବିଶ୍ୱକପ୍ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇନାହିଁ । ଭାରତ ପ୍ରଥମେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହା ପରେ ଆଫଗାନିସ୍ତାନ, ପାକିସ୍ଥାନ ଏବଂ ବାଂଲାଦେଶ ବିପକ୍ଷରେ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ପରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା, ସାଉଥ୍ ଆଫ୍ରିକା ଓ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି ଟିମ୍ ଇଂଡିଆ ।
ନ୍ୟୁଜିଲ୍ୟାଣ୍ଡ ସହିତ ସେମି ଖେଳିବ ଭାରତ: ଭାରତ ନଭେମ୍ବର ୧୫ ତାରିଖ (ବୁଧବାର) ରେ ସେମି ଫାଇନାଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ ।

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ୨୦୧୯ ବିଶ୍ଵକପ ସେମିଫାଇନାଲ ହାଇଲାଇଟ୍: ୨୦୧୯ ଦିନିକିଆ ବିଶ୍ୱକପରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ସେମିଫାଇନାଲ ମ୍ୟାଚରେ ପରାଜୟ ସହ ଭାରତୀୟ ଦଳ ବିଶ୍ୱକପ ଦୌଡରୁ ବାଦ ପଡିଥିଲା। ସେମିଫାଇନାଲ ପୂର୍ବରୁ ଭାରତୀୟ ଦଳ ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା, କିନ୍ତୁ ସେମିଫାଇନାଲରେ ଜିତିବାରେ ବିଫଳ ହୋଇଥିଲା ।
WHAT A MOMENT OF BRILLIANCE!
Martin Guptill was 🔛🎯 to run out MS Dhoni and help send New Zealand to their second consecutive @cricketworldcup final! #CWC19 pic.twitter.com/i84pTIrYbk
— ICC (@ICC) July 10, 2019
ମ୍ୟାଚରେ କ'ଣ ଘଟିଥିଲା ଜାଣନ୍ତୁ: ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୨୩୯ ରନ୍ ସ୍କୋର କରିଥିଲା। ବର୍ଷା ହେତୁ ମ୍ୟାଚକୁ ରିଜର୍ଭ ଡେକୁ ସ୍ଥାନାନ୍ତର କରାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ପାଇଁ ରସ ଟେଲର ୭୪ ରନର ସର୍ବାଧିକ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ଅଧିନାୟକ କେନ୍ ୱିଲିୟମସନଙ୍କ ବ୍ୟାଟରୁ ୬୭ ରନ୍ ମଧ୍ୟ ସ୍କୋର କରାଯାଇଥିଲା। ଭାରତ ପାଇଁ ଭୁବନେଶ୍ୱର କୁମାର ସର୍ବାଧିକ ତିନିଟି ୱିକେଟ୍ ନେଇଥିବା ବେଳେ ଜସପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଫାଇନାଲରେ ପହଞ୍ଚିବାର ସ୍ୱପ୍ନ ଭାଙ୍ଗିଗଲା: ୨୪୦ ରନ୍ ପଛରେ କରୁଥିବା ଟିମ୍ ଇଣ୍ଡିଆ ୨୨୧ ରନ ସ୍କୋର କରିଥିଲା। ଏହା ସହ ଭାରତର ଫାଇନାଲରେ ପ୍ରବେଶ କରିବାର ସ୍ୱପ୍ନ ମଧ୍ୟ ଭାଙ୍ଗି ଯାଇଥିଲା। କେ ଏଲ୍ ରାହୁଲ୍, ରୋହିତ ଶର୍ମା ଓ ବିରାଟ କୋହଲି ଫ୍ଲପ ହୋଇଥିଲେ । ତିନିଜଣ ଏକ ରନ ଲେଖାଏଁ କରିଥିଲେ । ଭାରତ ପାଇଁ ଜାଡେଜା ୭୭ ରନ୍ ଏବଂ ମହେନ୍ଦ୍ର ସିଂ ଧୋନି ୫୦ ରନ୍ ସଂଗ୍ରହ କରିଥିଲେ । ସପ୍ତମ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୧୧୬ ରନ୍ ଭାଗିଦାରୀ ହୋଇଥିଲା, କିନ୍ତୁ ଧୋନି ରନ୍ ଆଉଟ୍ ହେବା ସହିତ ଭାରତର ବିଜୟ ଆଶା ମଧ୍ୟ ଶେଷ ହୋଇଥିଲା । ମାର୍ଟିନ ଗଫଟିଲଙ୍କ ଥ୍ରୋରେ ଧୋନି ଆଉଟ୍ ହୋଇଥିଲେ ।












Click it and Unblock the Notifications