ବିଶ୍ୱକପ୍ ୨୦୨୩: ଗିଲ୍ ଆଉଟ୍, ରୋହିତଙ୍କ ସହ କିଏ କରିବ ଓପନ ? ଏମିତି ହୋଇପାରେ ଭାରତୀୟ ଏକାଦଶ ?
World Cup 2023: ଆରମ୍ଭ ହୋଇ ସାରିଛି କ୍ରିକେଟ୍ ମହାକୁମ୍ଭ ଆଇସିସି ଦିନିକିଆ କ୍ରିକେଟ୍ ବିଶ୍ୱକପ । ଆସନ୍ତା 8 ଅକ୍ଟୋବର ରବିବାର ଦିନ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ତାର ବିଶ୍ୱକପ୍ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ମାତ୍ର ଟୁର୍ଣ୍ଣାମେଣ୍ଟରେ ନିଜର ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭାରତ କିଛି ଅସୁବିଧାର ସମ୍ମୁଖୀନ ହୋଇଛି ।
ଓପନର୍ ଶୁବମାନ ଗିଲଙ୍କ ଡେଙ୍ଗୁରେ ପୀଡିତ ଥିବା ଖବର ବାହାରକୁ ଆସିଥିବା ବେଳେ ଅଭ୍ୟାସ ସମୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିବା ଖବର ଆସିଛି । କୁହାଯାଇଛି କି ଶୁଭମନ ଗିଲ ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡି ପାରନ୍ତି । ଏହା ବ୍ୟତୀତ ପ୍ରଥମ ମ୍ୟାଚରେ କେଉଁ ଖେଳାଳି ଖେଳିବେ । ଏହି ବିଷୟରେ କିଛି ବଡ଼ ଅପଡେଟ୍ ମଧ୍ୟ ଆସିଛି ।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଶୁଭମନ ଗିଲ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରୁ ବାଦ ପଡିପାରନ୍ତି । ସେ ଦ୍ୱିତୀୟ ମ୍ୟାଚରୁ ମଧ୍ୟ ବାହାରେ ରହିପାରନ୍ତି । ତେବେ ଗିଲ ବାଦ୍ ପଡ଼ିବା ପରେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇଶାନ କିଷନ ଏକ ସୁଯୋଗ ପାଇ ପାରନ୍ତି । ସେ ରୋହିତ ଶର୍ମାଙ୍କ ସହ ଓପନ କରୁଥିବାର ନଜର ଆସିବେ ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, 3ଜଣ ସ୍ପିନରଙ୍କ ସହ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପଡ଼ିଆକୁ ଓହ୍ଲାଇ ପାରେ । ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜାଙ୍କ ସହ ରୋହିତ ଶର୍ମା ଯାଇପାରନ୍ତି । ତେବେ ଜାଡେଜା ଏବଂ ଅଶ୍ୱିନଙ୍କୁ ଅନେକ ମାସ ପରେ ପଡ଼ିଆରେ ଦେଖିବାକୁ ମିଳିବ । ତେବେ ପ୍ରଥମ ମ୍ୟାଚରେ ଦଳ କେଉଁ ଖେଳାଳିଙ୍କୁ ସୁଯୋଗ ଦେବ, ତାହା ଦେଖିବା ମଜାଦାର ହେବ ।
- ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ ।












Click it and Unblock the Notifications