World Cup 2023 Final: ବଢିଲା ଫ୍ଲାଇଟ୍ ଟିକେଟ୍ ଦାମ୍, ୫ ହଜାର ଟିକେଟ୍ ଦାମ ଏବେ ୩୦ ହଜାର
World Cup 2023 Final: ଆଉ ଗୋଟିଏ ଦିନ ପରେ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ଯେଉଁଥି ପାଇଁ ବଢିଲା ଫ୍ଲାଇଟ୍ ଟିକେଟ୍ ଦାମ୍ । ୫ ହଜାର ଟିକେଟ୍ ଦାମ ଏବେ ୩୦ ହଜାର ହୋଇଯାଇଛି । ଯାହା ସାଧାରଣକେ ଯାତ୍ରୀଙ୍କ ଚିନ୍ତା ବଢାଇଛି । ରବିବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ ଫାଇନାଲ ମ୍ୟାଚ୍ ଖେଳାଯିବ । ଯେଉଁଥିରେ ମୁହାଁମୁହିଁ ହେବେ ଅଷ୍ଟ୍ରିଲିଆ-ଭାରତ ।
ଆଇସିସି ୱାନଡେ ବିଶ୍ୱକପ ଫାଇନାଲ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ବିଶେଷକରି ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗ୍ରାଣ୍ଡ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖିବା ପାଇଁ ଲୋକଙ୍କ ମଧ୍ୟ ଉତ୍ସାହ ଭରି ରହିଛି । ହେଲେ ଏହି ଐତିହାସିକ ମୁହୂର୍ତ୍ତର ଅଂଶ ହେବାକୁ ପ୍ରଶଂସକମାନେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି । ଅହମ୍ମଦାବାଦରେ ବର୍ତ୍ତମାନ କୌଣସି ହୋଟେଲ ରୁମ୍ ଖାଲି ନାହିଁ ଏବଂ ଭାରତ-ପାକିସ୍ତାନ ମ୍ୟାଚ୍ ଅପେକ୍ଷା ଏଥର ରୁମ୍ ଭଡ଼ା ଅଧିକ ବଢି ମଧ୍ୟ ଯାଇଛି ।

ସେହିପରି ଫ୍ଲାଇଟ୍ ଟିକେଟରେ ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି । ଗୁରୁବାର ସଂଧ୍ୟାରେ ଯେଉଁ ଟିକେଟ୍ ଦାମ ବେଙ୍ଗୁଲୁରୁରୁ ଅବମଦାବାଦ ୫ ହଜାର ୭୦୦ ଚଙ୍କା ଥିଲା ତେହା ଏବେ ୩୩ ହଜାର ହୋଇଯାଇଛି । ତେବେ ଶନିବାର ସଂଧ୍ୟା ପର୍ଯ୍ୟନ୍ତ ପ୍ଲାଇଟ୍ ଟିକେଟର ଦର ବୃଦ୍ଧି କରାଯାଇଛି । ତେବେ ସର୍ବାଧିକ ଭଡ଼ା ଇଣ୍ତିଗୋ ବିମାନର ଥିବା ବେଳେ ଏୟାରଲାଇନ୍ସର ଭଡ଼ା ୨୮ ହଜାର ୭୭୮ ଟଙ୍କା ରହିଛି ।
ସେହିପରି ହୋଟେଲ ଭଡା ମଧ୍ୟ ବଢିଯାଇଛି । ସାଧାରଣ ହୋଟେଲରେ ଗୋଟିଏ ରାତି ରହିବା ପାଇଁ ପ୍ରାୟ ୧୦,୦୦୦ ଟଙ୍କା ଲାଗୁଥିବା ବେଳେ ସହରର ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକ ରାତିରେ ରହିବା ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟ ରହିଛି । ବିମାନ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି, ଅହମ୍ମଦାବାଦକୁ ରାଉଣ୍ଡ ଟ୍ରିପ ଟିକେଟ୍ 200-300 ପ୍ରତିଶତ ବୃଦ୍ଧି ପାଇଛି। ଫାଇନାଲ ପୂର୍ବରୁ ଦିଲ୍ଲୀରୁ ବିମାନର ମୂଲ୍ୟ ବର୍ତ୍ତମାନ ୧୫ ହଜାର ଟଙ୍କା।












Click it and Unblock the Notifications