ବର୍ଷାରେ ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ ବାତିଲ ହେଲେ କିଏ ହେବ ବିଜେତା ?

IND vs AUS WC 2023 Final: ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର ଅନ୍ତିମ ମ୍ୟାଚ୍ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ଫାଇନାଲ ମ୍ୟାଚ୍ ପୂର୍ବରୁ ବର୍ଷା ହେବାର ସମ୍ଭାବନା ପ୍ରଶଂସକ ଏବଂ ଖେଳାଳିଙ୍କ ସମସ୍ୟାକୁ ବଢାଇ ଦେଇଛି । ଏଭଳି ପରିସ୍ଥିତିରେ ସମସ୍ତେ ଚିନ୍ତାରେ ଅଛନ୍ତି ଯେ ବର୍ଷା ହେତୁ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଧୋଇଗଲେ କଣ ହେବ? ରବିବାର ଦିନ ଅହମ୍ମଦାବାଦର ପାଗ କିପରି ହେବ, ବିଳମ୍ବ ନକରି ଆସନ୍ତୁ ଜାଣିବା ।

ବିଶ୍ୱକପ ୨୦୨୩ ଫାଇନାଲ ଦିନ ପାଣିପାଗ କିପରି ହେବ ?
ଭାରତ ପାଣିପାଗ ବିଭାଗ ଆକଳନ କରିଛି ଯେ ଆକାଶ ସ୍ୱଚ୍ଛ ରହିବ ଏବଂ ବର୍ଷା ହେବାର ସମ୍ଭାବନା ନାହିଁ । ରବିବାର ଦିନ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ହେବ ।

ଭାରତ ପାଣିପାଗ ବିଭାଗ (ଆଇଏମଡି) ର ପୂର୍ବାନୁମାନ ଅନୁଯାୟୀ ସର୍ବାଧିକ ତାପମାତ୍ରା ପ୍ରାୟ ୩୨-୩୫ ଡିଗ୍ରୀ ସେଲସିୟସ ଏବଂ ସପ୍ତାହରେ ସର୍ବନିମ୍ନ ତାପମାତ୍ରା ୧୮-୨୧ ଡିଗ୍ରୀ ସେଲସିୟସ ରହିବ । ନଭେମ୍ବର ୨୧ରୁ ଅହମ୍ମଦାବାଦ ଖରା ହେବ ଏବଂ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ହେବ ।

worldcup_final

ଯଦି ବର୍ଷା ହେତୁ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଧୋଇଯାଏ ତେବେ କ'ଣ ହେବ ?

ତଥାପି, ପାଣିପାଗର ଗ୍ୟାରେଣ୍ଟି କେବେ କହି ହେବ ନାହିଁ, ଏହା କେବଳ ପୂର୍ବାନୁମାନ । ଏଭଳି ପରିସ୍ଥିତିରେ ଯଦି ଫାଇନାଲ ମ୍ୟାଚରେ ବର୍ଷା ହୁଏ, ତା'ହେଲେ ଗୋଟିଏ ଦିନର ରିଜର୍ଭ ଡେ ରଖାଯାଇଛି । ଯଦି ୧୯ ନଭେମ୍ବରରେ ବର୍ଷା ହେତୁ ମ୍ୟାଚ୍ ବନ୍ଦ ହୋଇଯାଏ, ତା'ହେଲେ ପରଦିନ ସେଠାରୁ ମ୍ୟାଚ୍ ଆରମ୍ଭ ହେବ ଏବଂ ଯଦି ରିଜର୍ଭ ଡେରେ ଅର୍ଥାତ୍ ୨୦ ନଭେମ୍ବରରେ ମ୍ୟାଚ୍‌ର ଫଳାଫଳ ଜଣା ନପଡେ, ତେବେ ଟେବୁଲର ଶୀର୍ଷରେ ଥିବା ଦଳ ଲାଭବାନ ହେବ । ଏହି ପରିସ୍ଥିତିରେ ଭାରତ ଟାଇଟଲ୍ ହାସଲ କରିପାରିବ ।

ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଜସପ୍ରୀତ ବୁମରା, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆର ସମ୍ଭାବ୍ୟ ଏକାଦଶ: ଟ୍ରାଭିସ୍ ହେଡ୍, ଡେଭିଡ୍ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୁସାଗ୍ନେ, ଗ୍ଲେନ୍ ମ୍ୟାକ୍ସୱେଲ, ଜୋସ୍ ଇଂଲିସ୍ (ୱିକେଟ୍ କିପର), ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହେଜଲଉଡ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+