ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ: ଚମ୍ପିଆନ୍ସ ଟ୍ରଫି ଖେଳିବା ଲକ୍ଷ୍ୟ ନେଇ ଓହ୍ଲାଇବେ ଦୁଇ ଦଳ

ଇଂଲଣ୍ଡ ଟସ୍ ଜିତି ନେଦରଲ୍ୟାଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଅପରାହ୍ନ 2 ଟାରୁ ଆରମ୍ଭ ହୋଇଛି । ଆଇସିସି ODI ବିଶ୍ୱକପ୍‌ର 40 ତମ ମ୍ୟାଚ୍‌ରେ ଇଂଲଣ୍ଡ (ENG) ନେଦରଲ୍ୟାଣ୍ଡ (NED) କୁ ଭେଟିଛି । ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଇଂଲଣ୍ଡ ଏପର୍ଯ୍ୟନ୍ତ ସାତୋଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲରେ ଶେଷରେ ଥିବାବେଳେ ନେଦରଲ୍ୟାଣ୍ଡ ସେମିଫାଇନାଲରେ ପ୍ରବେଶ କରିବା ଦୌଡ଼ରେ ଅଛି । ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ହେବାକୁ ଯାଉଛି ।

ଇଂଲଣ୍ଡ ବନାମ ନେଦରଲ୍ୟାଣ୍ଡ ହେଡ-ଟୁ-ରେକର୍ଡ
ଏପର୍ଯ୍ୟନ୍ତ ଇଂଲଣ୍ଡ ଏବଂ ନେଦରଲ୍ୟାଣ୍ଡ ODI ଫର୍ମାଟରେ ମୋଟ 6 ଥର ମୁହାଁମୁହିଁ ହୋଇଛନ୍ତି । ଏହି ଅବଧି ମଧ୍ୟରେ ଇଂଲଣ୍ଡ ସମସ୍ତ ମ୍ୟାଚ୍ ଜିତିଛି । ଦୁଇ ଦଳ ମଧ୍ୟରେ ଶେଷ ମ୍ୟାଚ୍ 22 ଜୁନ୍ 2022 ରେ ଖେଳାଯାଇଥିଲା । ଯେଉଁଥିରେ ଇଂଲଣ୍ଡ 8 ୱିକେଟରେ ଜିତିଥିଲା। ଇଂଲଣ୍ଡ ଦୃଢ଼ ସ୍ଥିତିରେ ଅଛି, କିନ୍ତୁ ନେଦରଲ୍ୟାଣ୍ଡ ଏହି ଟୁର୍ନାମେଣ୍ଟରେ ଏବେ ଭଲ ସ୍ଥିତିରେ ଅଛି ।

eng_vs_ned

ଇଂଲଣ୍ଡ ବନାମ ନେଦରଲ୍ୟାଣ୍ଡ ମ୍ୟାଚ୍ ପିଚ୍ ରିପୋର୍ଟ
ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍, ପୁଣେ ସଂପୂର୍ଣ୍ଣ ସନ୍ତୁଳିତ, ଯେଉଁଠାରେ ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ଦ୍ରୁତ ବୋଲରମାନେ ସାହାଯ୍ୟ ପାଆନ୍ତି । ପଡ଼ିଆ ବଡ଼, ତଥାପି ଚାରି ଓ ଛକା ଦେଖିବାକୁ ମିଳିଥାଏ | ପୁଣେରେ କାକର କାରକ ହେବାର ଏତେଟା ସମ୍ଭାବନା ନାହିଁ ।

ଇଂଲଣ୍ଡ (ଚୁଡାନ୍ତ ଏକାଦଶ): ଜନି ବେୟାରଷ୍ଟୋ, ଡେଭିଡ ମଲାନ, ଜୋ ରୁଟ, ବେନ ଷ୍ଟୋକ୍ସ, ହ୍ୟାରି ବ୍ରୁକ, ଜୋସ ବଟଲର (ୱିକେଟ କିପର / ଅଧିନାୟକ), ମୋଇନ ଅଲି, କ୍ରିସ ୱକସ୍, ଡେଭିଡ ୱିଲି, ଗୁସ ଆଟକିନ୍ସନ୍, ଆଦିଲ ରସିଦ

ନେଦରଲ୍ୟାଣ୍ଡ (ଚୁଡାନ୍ତ ଏକାଦଶ): ୱେସଲି ବାରେସି, ମ୍ୟାକ୍ସ ଓ'ଡାଉଡ୍, କଲିନ୍ ଆକ୍କର୍ମନ୍, ସାଇବ୍ରାଣ୍ଡ୍ ଏଙ୍ଗେଲବ୍ରେଚ୍, ସ୍କଟ୍ ଏଡୱାର୍ଡସ୍ (ୱିକେଟ କିପର / ଅଧିନାୟକ), ବାସ୍ ଡି ଲିଡେ, ତେଜା ନିଡାମାନୁରୁ, ଲୋଗାନ୍ ଭାନ୍ ବେକ, ରୋଲୋଫ୍ ଭାନ୍ ଡେର୍ ମେରୱେ, ଆର୍ଯ୍ୟନ୍ ଦତ୍ତ, ପଲ୍ ଭାନ୍ ମେକେରେନ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+