ENG vs AUS: ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଇଂଲଣ୍ଡ
ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଇଂଲଣ୍ଡ । ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ୩୬ ତମ ମ୍ୟାଚରେ ଇଂଲଣ୍ଡ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହୋଇଛି । ଅଷ୍ଟ୍ରେଲିଆ ଏବେ ମଧ୍ୟ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ ଦୌଡ଼ରେ ଅଛି । ଦୁଇ ଦଳ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏଭଳି ପରିସ୍ଥିତିରେ, ନକ୍ଆଉଟ୍ ଖେଳିବାର ଆଶା ନିକଟତର ହେବା ପାଇଁ ପ୍ୟାଟ୍ କମିନ୍ସ ଏବଂ କମ୍ପାନୀ ଖେଳରୁ ଗୁରୁତ୍ୱପୂର୍ଣ୍ଣ ଦୁଇଟି ପଏଣ୍ଟ ପାଇବାକୁ ଲକ୍ଷ୍ୟ ରଖିବେ ।
ଏହି ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସେମି ପାଇଁ ଆଉ ଏକ ପାଦ ଆଗକୁ ବଢ଼ାଇବ । ସେହିପରି ଇଂଲଣ୍ଡ ଏହି ମ୍ୟାଚ ଜିତି ଚମ୍ପିୟାନସ ଟ୍ରଫି ପାଇଁ ଆଶା ବଳ ବତ୍ତର ରଖିବ।

ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ହେଡ-ଟୁ-ହେଡ ରେକର୍ଡ
ODI ଫର୍ମାଟରେ ଦୁଇ ଦଳ ମଧ୍ୟରେ 155 ଟି ମ୍ୟାଚ୍ ହୋଇଛି । ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆ 87 ଟି ମ୍ୟାଚ୍ ଜିତିଥିବାବେଳେ ଇଂଲଣ୍ଡ ଦଳ 63 ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ଏହା ବ୍ୟତୀତ 3 ଟି ମ୍ୟାଚ୍ରେ କୌଣସି ଫଳାଫଳ ବାହାରିନି । 2 ଟି ମ୍ୟାଚ୍ ଟାଇ ହୋଇଛି ।
ଇଂଲଣ୍ଡ ( ଚୁଡାନ୍ତ ଏକାଦଶ): ଜନି ବେୟାରଷ୍ଟୋ, ଡେଭିଡ ମଲାନ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର (ୱିକେଟ କିପର/ ଅଧିନାୟକ), ମୋଇନ ଅଲି, ଲିଆମ ଲିଭିଙ୍ଗଷ୍ଟୋନ, କ୍ରିସ ୱୁକସ, ଡେଭିଡ ୱିଲି, ଆଦିଲ ରସିଦ, ମାର୍କ ଉଡ୍
ଅଷ୍ଟ୍ରେଲିଆ (ଚୁଡାନ୍ତ ଏକାଦଶ): ଡେଭିଡ ୱାର୍ଣ୍ଣର, ଟ୍ରାଭିସ୍ ହେଡ୍, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୁସାଗ୍ନେ, ଜୋସ୍ ଇଂଲିସ୍ (ୱିକେଟ କିପର), କ୍ୟାମେରନ୍ ଗ୍ରୀନ୍, ମାର୍କସ୍ ଷ୍ଟୋଇନିସ୍, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହେଜେଲଉଡ୍
ସେପଟେ ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରୁଛି ପାକିସ୍ତାନ । ଉଭୟ ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଦୁଇ ଦଳ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ଯେଉଁ ଦଳ ମ୍ୟାଚ୍ ହାରିବ, ତାର ସେମି ରାସ୍ତା ସେତେ କଷ୍ଟ ସାଧ୍ୟ ହେବ । ନ୍ୟୁଜିଲାଣ୍ଡ ଦଳକୁ ଅଧିନାୟକ କେନ୍ ୱିଲିୟମସନ୍ ଫେରିଛନ୍ତି ।












Click it and Unblock the Notifications