BAN vs SL: ଟସ୍ ଜିତି ପ୍ରଥମେ ବୋଲିଂ କରିବ ବାଂଲାଦେଶ
ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱକପ୍ର ୩୮ ତମ ମ୍ୟାଚରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ୍ ଖେଳା ଯାଉଛି । ଉଭୟ ବାଂଲାଦେଶ ଏବଂ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବିଶ୍ଵକପରେ ବର୍ତ୍ତମାନ ପର୍ଯ୍ୟନ୍ତ ବାଂଲାଦେଶ ପାଇଁ ବିଶେଷ କିଛି କରି ପାରି ନାହିଁ ।
ଯଦି ବାଂଲାଦେଶ 2025 ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚାହୁଁଛି, ତେବେ ପଏଣ୍ଟ ଟେବୁଲରେ ଅତି କମରେ ଅଷ୍ଟମ ସ୍ଥାନ ହାସଲ କରିବାକୁ ପଡିବ । ଏଭଳି ପରିସ୍ଥିତିରେ ବାଂଲାଦେଶ ଶ୍ରୀଲଙ୍କାକୁ ପରାସ୍ତ କରି ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବ। ଭାରତ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବା ପରେ ଶ୍ରୀଲଙ୍କା ଯେ କୌଣସି ମୂଲ୍ୟରେ ବାଂଲାଦେଶ ବିପକ୍ଷରେ ଜିତିବାକୁ ଚାହିଁବ ।
ଶ୍ରୀଲଙ୍କା, ମାତ୍ର 55 ରନ୍ ପାଇଁ ଭାରତ ବିପକ୍ଷରେ ଆଉଟ୍ ହୋଇଥିଲା। ଯାହା ପରେ ଶ୍ରୀଲଙ୍କା ବିଶ୍ୱକପ୍ର ଶ୍ରେଷ୍ଠ ଚାରିରେ ପହଞ୍ଚିବା ପ୍ରାୟ ଅସମ୍ଭବ ହୋଇପଡିଛି । ତଥାପି ସେମାନଙ୍କର ଆଶା ଜୀବନ୍ତ ଅଛି ।ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏକ ଉଚ୍ଚ ସ୍କୋରର ମ୍ୟାଚ୍ ଦେଖିବାକୁ ମିଳେ । ଏଠାରେ ପରେ ବ୍ୟାଟିଂ କରୁଥିବା ଦଳ ଏହାର ସୁବିଧା ପାଇବ ନିଶ୍ଚିତ । କାକର ଯୋଗୁଁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସହଜ ହେବ। ଯେତେବେଳେ କି ଦ୍ୱିତୀୟ ଇନିଂସର ଶେଷ କିଛି ଓଭର ବୋଲରଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜ ହେବ ।

ଶ୍ରୀଲଙ୍କା (ଚୁଡାନ୍ତ ଏକାଦଶ): ପୃଥମ୍ ନିସଙ୍କା, କୁସାଲ ପେରେରା, କୁସାଲ ମେଣ୍ଡିସ୍ (ୱିକେଟ ରାକ୍ଷକ/ ଅଧିନାୟକ), ସାଦିରା ସମରବିକ୍ରମା, ଚାରିଥ ଆସାଲଙ୍କା, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜୟ ଡି ସିଲଭା, ମହିଷ ଥିଶାନା, ଦୁଷ୍ମାନଥା କାମିରା, କାସୁନ୍ ରାଜିତା, ଦିଲଶାନ ମଦୁଶଙ୍କା
ବାଂଲାଦେଶ (ଚୁଡାନ୍ତ ଏକାଦଶ): ତାନଜିଦ ହାସନ, ଲିଟନ ଦାସ, ନାଜମୁଲ ହୁସେନ ଶାନ୍ତୋ, ମୁଶଫିକୁର ରହୀମ (ୱିକେଟ କିପର), ମହମୁଦୁଲ୍ଲା, ଶାକିବ ଅଲ ହାସନ (ଅଧିନାୟକ), ତାହିଦ ହ୍ରିଡୋଇ, ମେହେଡି ହାସନ ମିରାଜ, ତାନଜିମ ହାସନ ଶାକିବ, ତସ୍କିନ୍ ଅହମ୍ମଦ, ଶୋରଫୁଲ ଇସଲାମ












Click it and Unblock the Notifications