World Cup 2023: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଆଫଗାନିସ୍ତାନ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଆଫଗାନିସ୍ତାନ । ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ । ଆଇସିସି ଦିନିକିଆ ବିଶ୍ୱକପ 2023 ର 39 ତମ ମ୍ୟାଚରେ ଅଷ୍ଟ୍ରେଲିଆ (AUS) ଆଫଗାନିସ୍ତାନ (AFG) କୁ ଭେଟିବ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଅପରାହ୍ନ 2 ଟାରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ସାତୋଟି ମ୍ୟାଚ ମଧ୍ୟରୁ ପାଞ୍ଚଟି ଜିତିଛି ଏବଂ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଆଫଗାନିସ୍ତାନ ସାତୋଟି ମ୍ୟାଚ ମଧ୍ୟରୁ ଚାରିଟି ଜିତିଛି ଏବଂ ର଼୍ୟାଙ୍କିଙ୍ଗରେ ଷଷ୍ଠ ସ୍ଥାନରେ ରହିଛି ।

ଅଷ୍ଟ୍ରେଲିଆ (ଚୁଡାନ୍ତ ଏକାଦଶ): ଟ୍ରାଭିସ୍ ହେଡ୍, ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ମାର୍ନୁସ ଲାବୁସାଗ୍ନେ, ଜୋଶ ଇଂଲିସ (ୱିକେଟ କିପର), ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜଲେଉଡ

ଆଫଗାନିସ୍ତାନ (ଚୁଡାନ୍ତ ଏକାଦଶ): ରହମାନୁଲ୍ଲା ଗୁରୁବାଜ, ଇବ୍ରାହିମ ଜାଦ୍ରାନ, ରହମତ ଶାହା, ହାଶମୁତୁଲ୍ଲା ଶାହିଡି (ଅଧିନାୟକ), ଆଜମତୁଲ୍ଲା ଓମାରଜାଇ, ମହମ୍ମଦ ନବୀ, ଇକ୍ରାମ ଅଲିଖିଲ (ୱିକେଟ୍ କିପର), ରସିଦ ଖାନ, ମୁଜିବ ଉର ରହମାନ, ନୁର ଅହମ୍ମଦ, ନବୀନ-ଉଲ-ହକ

AUS_VS-AFG

ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ମଧ୍ୟ ୮ ଲେଖାଏଁ ପଏଣ୍ଟ ପାଇଛନ୍ତି । ଏଭଳି ପରିସ୍ଥିତିରେ ତିନି ଦଳ ମଧ୍ୟରେ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିବାକୁ ଯୁଦ୍ଧ ଚାଲିଛି ।

ଆଫଗାନିସ୍ତାନ ବିଷୟରେ କହିବାକୁ ଗଲେ ଏହି ଦଳର ସ୍ପିନ୍ ବୋଲିଂ ଦୃଢ ରହିଛି । ଏପରି ପରିସ୍ଥିତିରେ, ଏଠାରେ ଥିବା ପିଚ୍ ନିଶ୍ଚିତ ଭାବରେ ସେମାନଙ୍କୁ କିଛି ସହାୟକ ହୋଇପାରେ । ରସିଦ ଖାନ କଙ୍ଗାରୁ ଦଳ ପାଇଁ ସମସ୍ୟା ହୋଇପାରନ୍ତି । କେବଳ ଭଲ ବୋଲିଂ ଆଧାରରେ ନୁହେଁ ବ୍ୟାଟିଂ ଆଧାରରେ ଆଫଗାନିସ୍ତାନ ଦଳ ଗତ କିଛି ମ୍ୟାଚ୍ ଜିତିଛି । ତେଣୁ ଅଷ୍ଟ୍ରେଲିଆ ଦଳ ଆଫଗାନିସ୍ତାନକୁ ହାଲୁକା ଭାବେ ନେଇ ପାରିବ ନାହିଁ ।

ଆଫଗାନିସ୍ତାନ ପାଇଁ 'କର ବା ମର' ପ୍ରତିଯୋଗିତା

ବାସ୍ତବରେ ଆଫଗାନିସ୍ତାନ ପାଇଁ ଏହା ଏକ 'କର ବା ମର' ମ୍ୟାଚ୍, କାରଣ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିବାକୁ ଉଭୟ ଦଳ ଦୌଡ଼ରେ ଅଛନ୍ତି, ଆଫଗାନିସ୍ତାନ ଏହି ମ୍ୟାଚ୍ ଜିତିଲେ ସେମିଫାଇନାଲରେ ପ୍ରବେଶ କରିବ। ଏହି ରେସରେ ରହିବାକୁ ସେମିଫାଇନାଲରେ ପହଞ୍ଚିବାକୁ ପଡିବ । ଆଜିର ମ୍ୟାଚ୍ ଜିତିବା ଜରୁରୀ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ନିଜର ସ୍ଥାନ ବୁକ୍ କରିସାରିଛନ୍ତି । ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଯୋଗିତା ହେବାକୁ ଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+