ବିଶ୍ଵକପରେ ଇତିହାସ ରଚିଲେ ବିରାଟ କୋହଲି; ଦିନିକିଆରେ ୫୦ ତମ ଶତକ ସହ ଭାଙ୍ଗିଲେ ସଚିନଙ୍କ ରେକର୍ଡ଼
ବିଶ୍ଵକପରେ ଇତିହାସ ରଚିଲେ ବିରାଟ କୋହଲି । ଦିନିକିଆରେ ୫୦ ତମ ଶତକ ସହ ସଚିନଙ୍କ ରେକର୍ଡ଼ ଭାଙ୍ଗିଲେ ବିରାଟ । ସବୁ ଫର୍ମାଟରେ ବିରାଟ କୋହଲିଙ୍କ ଶତକ ଅଛି । ଆଉ ବିଶ୍ଵକପରେ ସେ ଏହି ରେକର୍ଡ କରିଛନ୍ତି । ୫୦ଟି ଶତକରୁ ଶ୍ରୀଲଙ୍କା ବିରୋଧରେ ସର୍ବାଧିକ ୧୦ ଟି ଶତକ ହାସଲ କରିଛନ୍ତି । ବିଶ୍ୱର ପ୍ରଥମ ବ୍ୟାଟର ଭାବେ ସେ ୫୦ ତମ ଶତକ ହାସଲ କରିଛନ୍ତି ।
ଏହା ପୂର୍ବରୁ ଇଡେନ ଗାର୍ଡେନସରେ ସେ ୪୯ ତମ ଦିନିକିଆ ଶତକ ହାସଲ କରିଥିଲେ । ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଥିଲା ବିରାଟ । ଏହି ରେକର୍ଡ ସହ ସେ ନିଜ ନାମକୁ ସ୍ଵର୍ଣ୍ଣ ଅକ୍ଷରରେ ଲେଖିଛନ୍ତି ।

ସେ ଦିନିକିଆରେ ୫୦ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୯ଟି ଶତକ ହାସଲ କରିଛନ୍ତି । ସେହିପରି ଟି-୨୦ରେ ମଧ୍ୟ ସେ ଗୋଟିଏ ସେଞ୍ଚୁରି ମାରିଛନ୍ତି। ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ଆଜି ୮୦ରେ ପହଞ୍ଚିଛି । ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୯ ଇନିଂସରେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ବିରାଟ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ନିଜର ୫୦ତମ ଶତକ ହାସଲ କରିଛନ୍ତି ।
ଏହା ସହ ବିରାଟ କୋହଲି ଆଉ ଏକ ରେକର୍ଡ ଭାଙ୍ଗିଲେ। ଦିନିକିଆ ରେ ସର୍ବାଧିକ ରନ୍ ସ୍କୋର କରିବାରେ ବିରାଟ କୋହଲି ରିକି ପଣ୍ଟିଙ୍ଗଙ୍କୁ ପଛରେ ପକାଇ ଦେଇଛନ୍ତି । ରିକି ପେଣ୍ଟିଂ ୧୩୭୦୪ ରନ୍ ସ୍କୋର କରିଥିଲା। ବର୍ତ୍ତମାନ ବିରାଟ କୋହଲି ତାଙ୍କ ନାମରେ ୧୩୭୦୪ ରୁ ଅଧିକ ରନ୍ କରିଛନ୍ତି। ଦିନିକିଆରେ ସର୍ବାଧିକ ରନ୍ ସ୍କୋର କରିବା ବିଷୟରେ କହିବାକୁ ଗଲେ ସଚିନ୍ ତେନ୍ଦୁଲକରଙ୍କ ନାମ ଏଥିରେ ଅଛି । ସଚିନ ୧୮୪୨୬ ରନ୍ ସ୍କୋର କରିଥିଲେ । ଦ୍ୱିତୀୟ ସ୍ଥାନରେ ୧୪୨୩୪ ରନ୍ ସହ କୁମାର ସାଙ୍ଗାକାରା ଅଛନ୍ତି ।












Click it and Unblock the Notifications