ବିଶ୍ୱ ଚେସ୍ ଚାମ୍ପିଅନସିପ୍ 2022: ଭାରତୀୟ କ୍ୟାଡେଟ୍ ଦଳର କୋଚ୍ ଭାବେ ନିଯୁକ୍ତ ହେଲେ ଓଡିଆ ଝିଅ ଅପରାଜିତା
ଆସନ୍ତା 15 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଜର୍ଜିଆର ବାଟୁମି ଠାରେ ଅନୁଷ୍ଠିତ ହେବାକୁ ଥିବା FIDE ୱାର୍ଲ୍ଡ କ୍ୟାଡେଟ୍ ଚେସ୍ ଚାମ୍ପିଅନସିପ୍ 2022 ପାଇଁ ଓଡିଶାର ମାଷ୍ଟର ତଥା FIDE (ଆନ୍ତର୍ଜାତୀୟ ଚେସ୍ ଫେଡେରେସନ୍) ନିର୍ଦ୍ଦେଶିକା ଅପରାଜିତା ଗୋଚିକରଙ୍କୁ ଭାରତୀୟ
ଭୁବନେଶ୍ୱର: ଆସନ୍ତା 15 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଜର୍ଜିଆର ବାଟୁମି ଠାରେ ଅନୁଷ୍ଠିତ ହେବାକୁ ଥିବା FIDE ୱାର୍ଲ୍ଡ କ୍ୟାଡେଟ୍ ଚେସ୍ ଚାମ୍ପିଅନସିପ୍ 2022 ପାଇଁ ଓଡିଶାର ମାଷ୍ଟର ତଥା FIDE (ଆନ୍ତର୍ଜାତୀୟ ଚେସ୍ ଫେଡେରେସନ୍) ନିର୍ଦ୍ଦେଶିକା ଅପରାଜିତା ଗୋଚିକରଙ୍କୁ ଭାରତୀୟ ଚେସ ଦଳର କୋଚ୍ ଭାବେ ନିଯୁକ୍ତ କରାଯାଇଛି ।

ଜର୍ଜିଆ ଚେସ୍ ଫେଡେରେସନ୍ ଦ୍ୱାରା ଆୟୋଜିତ ଅଣ୍ଡର-8, ଅଣ୍ଡର-10 ଏବଂ ଅଣ୍ଡର-12 ବୟସ ବର୍ଗ (ବାଳକ ଏବଂ ବାଳିକା) ପାଇଁ ବିଶ୍ୱ କ୍ୟାଡେଟ୍ ଚେସ୍ ଚାମ୍ପିଅନସିପ୍ ଆୟୋଜିତ ହେଉଛି । ଭାରତରୁ ମୋଟ 65 ଟି ପ୍ରତିନିଧୀ ଉପରୋକ୍ତ କାର୍ଯ୍ୟକ୍ରମ ପାଇଁ ଜର୍ଜିଆର ବାଟୁମି ଅଭିମୁଖେ ଯାଉଛନ୍ତି । ଭାରତୀୟ ଦଳର କୋଚ୍ ଭାବରେ ଏସ୍ ସି ସୁବ୍ରମଣ୍ୟମ୍ ଏବଂ ଅପରାଜିତା ଗୋଚିକରଙ୍କୁ ଦାୟିତ୍ୱ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ସ୍ପେନରେ ଆୟୋଜିତ ବିଶ୍ୱ କ୍ୟାଡେଟ୍ ଚେସ୍ ଚାମ୍ପିଅନସିପ୍ 2018 ରେ ଅପରାଜିତା ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ଥିଲେ । ଯେଉଁଥିରେ ଭାରତ ସିଲଭର ପଦକ ଜିତିଥିଲା। ତାସକେଣ୍ଟରେ ଆୟୋଜିତ ଏସୀୟ ଯୁବ ଚେସ ଚାମ୍ପିଅନସିପରେ ସେ ଭାରତୀୟ ଯୁବ ଦଳର ପ୍ରଶିକ୍ଷକ ଥିଲେ । ଯେଉଁଥିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେ ଚେନ୍ନାଇରେ ଶେଷ ହୋଇଥିବା 44 ତମ FIDE ଚେସ୍ ଅଲିମ୍ପିଆଡ୍ 2022 ରେ FIDE (ଆନ୍ତର୍ଜାତୀୟ ଚେସ୍ ଫେଡେରେସନ୍) ଦ୍ୱାରା ମନୋନୀତ ହୋଇଥିବା ଫେୟାର ପ୍ଲେ ପ୍ୟାନେଲ (FPP) ର ସଦସ୍ୟ ଥିଲେ । ସେ ବର୍ତ୍ତମାନ ନାଲକୋରେ କାର୍ଯ୍ୟ କରୁଛନ୍ତି ।












Click it and Unblock the Notifications