Get Updates
Get notified of breaking news, exclusive insights, and must-see stories!

ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କଲେ ନିଖତ୍ ଜାରିନ୍

World Boxing Championship

Women's World Boxing Championship: ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପରେ ଭାରତୀୟ ମହିଳା ବକ୍ସର ନିଖତ୍ ଜାରିନ୍ ୫୦ କେଜି ଲାଇଟ୍‌ ଫ୍ଲାଇୱେଟ୍‌ ବର୍ଗରେ ଦ୍ୱିତୀୟ ଥର ପାଇଁ ବିଶ୍ୱ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଫାଇନାଲରେ ଏସୀୟ ଚାମ୍ପିଅନ୍‌ ଏନଗୁଏନ ଥି ତାମଙ୍କୁ ସେ ଏକପାଖିଆ ୫-୦ରେ ହରାଇ ପଦକ ହାସଲ କରିଛନ୍ତି ।

ନିଖତ୍ ଜାରିନ୍ ପ୍ରଥମ ରାଉଣ୍ଡରେ ଜବରଦସ୍ତ ପଞ୍ଚ୍ ର ବର୍ଷା କରିଥିଲେ । ବିରୋଧୀ ବକ୍ସରଙ୍କୁ ଧରାଶାୟୀ କରି ଅଗ୍ରଣୀ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ନିଖତ୍ ଜାରିନ୍ । ଏହି ରାଉଣ୍ଡରେ ମଧ୍ୟ ଭଲ ଲଢେଇ ହୋଇଥିଲା ଏବଂ ଶେଷରେ ନିଷ୍ପତ୍ତି ତାଙ୍କ ସପକ୍ଷରେ ଥିଲା । ଶେଷରେ ନିଖତ୍ ଜାରିନ୍ ନଗୁଏନଙ୍କୁ ୫-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଚାମ୍ପିଅନସିପରେ ଏହା ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ ଥିଲା ।

ବିଶ୍ୱ ଇଭେଣ୍ଟରେ ଦୁଇଥର ଟାଇଟଲ୍ ଜିତିବାରେ ନିଖତ୍ ଜାରିନ୍ କେବଳ ଦ୍ୱିତୀୟ ଭାରତୀୟ ମହିଳା । ଏମସି ମେରି କମଙ୍କ ନାମ ତାଙ୍କ ଆଗରେ ରହିଛି । ମେରି କମ୍ 6 ଥର ଟାଇଟଲ୍ ଜିତିଛନ୍ତି । ଶନିବାର ଅନୁଷ୍ଠିତ ଦୁଇଟି ଫାଇନାଲରେ ଭାରତ ମଧ୍ୟ ସ୍ୱର୍ଣ୍ଣ ପଦକ ପାଇଛି । ପ୍ରଥମ ମ୍ୟାଚରେ ନିତୁ ଘଙ୍ଗାସ ପଦକ ଜିତିଥିଲେ। ଏହା ପରେ, 75-81 ଓଜନ ବର୍ଗରେ ମିଠା ବୁରା ଚାଇନାର ବକ୍ସରଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହିପରି ଭାବରେ ଶନିବାର ଦିନ ଭାରତର ବ୍ୟାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଆସିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+