Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ: ପ୍ରଥମ ଭାରତୀୟ ଭାବେ ରୌପ୍ୟ ଜିତିଲେ କିଦାମ୍ବୀ ଶ୍ରୀକାନ୍ତ

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଇତିହାସ ରଚିଛି ଭାରତ । ଟୁର୍ଣ୍ଣମେଣ୍ଟର ଫାଇଲାନରେ ପରାସ୍ତ ହୋଇଥିଲେ ମଧ୍ୟ ପ୍ରଥମ ଭାରତୀୟ ଭାବେ ରୌପ୍ୟ ଜିତିଛନ୍ତି ଷ୍ଟାର୍ ଶଟଲିର୍ କିଦାମ୍ବୀ ଶ୍ରୀକାନ୍ତ ।

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଇତିହାସ ରଚିଛି ଭାରତ । ଟୁର୍ଣ୍ଣମେଣ୍ଟର ଫାଇଲାନରେ ପରାସ୍ତ ହୋଇଥିଲେ ମଧ୍ୟ ପ୍ରଥମ ଭାରତୀୟ ଭାବେ ରୌପ୍ୟ ଜିତିଛନ୍ତି ଷ୍ଟାର୍ ଶଟଲିର୍ କିଦାମ୍ବୀ ଶ୍ରୀକାନ୍ତ । ଫାଇନାଲରେ ଶ୍ରୀକାନ୍ତ ସିଙ୍ଗାପୁରର ୨୪ ବର୍ଷୀୟ କିନ ୟୁ ଲୋଙ୍କ ନିକଟରୁ ୨୧-୧୫, ୨୨-୨୦ରେ ହାରି ଯାଇଥିଲେ । ଏଥିସହ ଶ୍ରୀକାନ୍ତ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି ।

World Badminton Championships

ଅନ୍ୟପକ୍ଷରେ ଚଳିତ ଚାମ୍ପିଅନସିପରେ ଭାରତର ଲକ୍ଷ୍ୟ ସେନ୍ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। କୌଣସି ବିଶ୍ୱ ଚାମ୍ପିୟନଶିପର ଗୋଟିଏ ସଂସ୍କରଣରେ ଭାରତ ପ୍ରଥମଥର ଲାଗି ଦୁଇଟି ପଦକ ଜିତିଛି। ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ହାସଲ କରିବାରେ ଶ୍ରୀକାନ୍ତ ଦ୍ୱିତୀୟ ଭାରତୀୟ ପୁରୁଷ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ୧୯୮୩ରେ ପ୍ରକାଶ ପାଦୁକୋଣ ଓ ୨୦୧୯ରେ ସାଇ ପ୍ରଣୀତ ବ୍ରୋଞ୍ଜ ପଦକ ଜିତିଥିଲେ। ହେଲେ ଭାରତ ପାଇଁ ବିଶ୍ୱ ଚାମ୍ପିଅନସିପରେ ରେକର୍ଡ ସଂଖ୍ୟକ ପଦକ ଜିତିଛନ୍ତି ପିଭି ସିନ୍ଧୁ। ସିନ୍ଧୁ ୨୦୧୯ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୨୦୧୮ ଓ ୨୦୧୮ରେ ରୌପ୍ୟ ଏବଂ ୨୦୧୩ ଓ ୨୦୧୪ରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଆଜି ମ୍ୟାଚରେ ଶ୍ରୀକାନ୍ତ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ। ପ୍ରଥମ ଗେମରେ ଶ୍ରୀକାନ୍ତ ଏକ ସମୟରେ ୯-୩ରେ ଆଗୁଆ ରହିଥିଲେ। କିନ୍ତୁ ପରେ ସେ ନିଜ ଆଟାକକୁ ଜାରି ରଖିପାରିନଥିଲେ। ଯେଉଁ କାରଣରୁ ସେ ପ୍ରଥମ ଗେମରେ ୨୧-୧୫ରେ ହାରି ଯାଇଥିଲେ। ଏହି ଗେମକୁ ଜିତିବା ପାଇଁ କିନ୍ ମାତ୍ର ୧୬ ମିନିଟ୍ ସମୟ ନେଇଥିଲେ।

ଦ୍ୱିତୀୟ ଗେମର ଆରମ୍ଭରୁ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ଦୁଇ ଖେଳାଳି ଗୋଟିଏ ଲେଖାଏ ପଏଣ୍ଟ ହାସଲ କରି ଗେମକୁ ବରାବର ସ୍ଥିତିକୁ ଆଣିଥିଲେ। ସ୍କୋର ୯-୯ରେ ବରାବର ଥିବା ବେଳେ କିନ୍ ଲଗାତର ଦୁଇଟି ପଏଣ୍ଟ ହାସଲ କରି ୧୧-୯ର ଅଗ୍ରଣୀ ହାସଲ କରିନେଇଥିଲେ। ଦ୍ୱିତୀୟ ହାଫରେ ମଧ୍ୟ ଦୁଇ ଖେଳାଳି ପରସ୍ପରକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଏବଂ ଗେମ୍ ପୁଣିଥରେ ୧୪-୧୪ରେ ବରାବର ରହିଥିଲା। ଗେମ୍ ଏକ ସମୟରେ ୨୦-୨୦ରେ ଥିବା ବେଳେ କିନ୍ ଲଗାତର ଦୁଇ ପଏଣ୍ଟ ହାସଲ କରି ମ୍ୟାଚକୁ ଜିତି ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+