Get Updates
Get notified of breaking news, exclusive insights, and must-see stories!

ମହିଳା ବିଶ୍ୱକପ: ‘କର ବା ମର’ ମୁକାବିଲାରେ ବାଂଲାଦେଶକୁ ୧୧୦ ରନରେ ମାତ୍ ଦେଲା ଟିମ ଇଣ୍ଡିଆ

ମହିଳା ବିଶ୍ୱକପରେ ଭାରତର ବଡ଼ ବିଜୟ । ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରି ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରଖିଛି ଟିମ୍ ଇଣ୍ଡିଆ ।

ହାମିଲଟନ: ମହିଳା ବିଶ୍ୱକପରେ ଭାରତର ବଡ଼ ବିଜୟ । ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରି ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରଖିଛି ଟିମ୍ ଇଣ୍ଡିଆ । ମହିଳା ବିଶ୍ୱକପର କର ବା ମର ମ୍ୟାଚରେ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୨୯ ରନ୍ କରିଥିଲା । ଜବାବରେ ବାଂଲାଦେଶ ୧୧୯ ରନରେ ଅଲଆଉଟ୍ ହୋଇଯାଇଥିଲା ।

Womens World Cup

୧୧୦ ରନର ବଡ଼ ବିଜୟ ଫଳରେ ଭାରତର ନେଟ୍‌ ରନ ରେଟ ମଧ୍ୟ ବୃଦ୍ଧି ପାଇଛି । ସେହ୍ନା ରାଣାଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତ ଏହି ମ୍ୟାଚକୁ ନିଜ ନାମରେ କରିବାରେ ସଫଳ ହୋଇଥିଲା ।

ମଙ୍ଗଳବାର ମୁକାବିଲାରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । କିନ୍ତୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । ତେବେ ସ୍ମୃତି ମନ୍ଧନା, ସେଫାଳି ଓ ୟାସ୍ତିକା ସ୍ଥିତି ସମ୍ଭାଳିଥିଲେ । ୟାସ୍ତିକା ଭାଟିକା ସର୍ବାଧିକ ୫୦ ରନ୍ କରିଥିବା ବେଳେ ସେଫାଳି ବର୍ମା ୪୨ ଓ ସ୍ମୃତି ମନ୍ଧାନା ୩୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଚା ଘୋଷ ୨୬ ଓ ହରମନପ୍ରିତ କୌର ୧୪ ରନ୍ କରିଥିଲେ । ଫଳରେ ଦଳ୭ ଓ୍ୱିକେଟ୍ ହରାଇ ୨୨୯ ରନ୍ କରିପାରିଥିଲା ।ଏହାସହ ବାଂଲାଦେଶକୁ ୨୩୦ ରନର ଟାର୍ଗେଟ୍ ଦେଇଥିଲା ଭାରତ ।

୨୩୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଭାରତୀୟ ବୋଲରଙ୍କ ଆଗରେ ଅଧିକ ତିଷ୍ଠି ପାରିନଥିଲା । ମାତ୍ର ୧୧୯ ରନରେ ଅଲଆଉଟ ହୋଇଥିଲା ବାଂଲାଦେଶ । ଭାରତ ପକ୍ଷରୁ ସେହ୍ନା ରାଣା ୪ଟି ଓ୍ୱିକେଟ ନେଇଥିବାବେଳେ ଝୁଲଣ ଗୋସ୍ୱାମୀ, ପୂଜା ବସ୍ତ୍ରାକର ୨ଟି, ପୁନମ ଯାଦବ ଓ ରାଜେଶ୍ୱର ଗାଇକ୍ୱେଡ ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ । ଯାହା ଫଳରେ ଭାରତ ଏହି ମ୍ୟାଚକୁ ୧୧୦ ରନରେ ନିଜ ନାମରେ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+