Get Updates
Get notified of breaking news, exclusive insights, and must-see stories!

ମହିଳା ବିଶ୍ବକପ୍: ପାକିସ୍ତାନକୁ ୨୪୮ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ମହିଳା କ୍ରିକେଟ୍‌ ବିଶ୍ବକପ୍‌-୨୦୨୫ରେ ଭାରତୀୟ ଟିମ୍‌ ନିଜର ଦ୍ବିତୀୟ ମୁକାବିଲାରେ ପାକିସ୍ତାନକୁ ଭେଟିଛି । କଲମ୍ବୋସ୍ଥିତ ଆର ପ୍ରେମ୍‌ଦାସା ‌ଷ୍ଟାଡିୟମରେ ଖେଳ ଜାରି ଥିବା ଏହି ମ୍ୟାଚ୍‌ରେ ପାକିସ୍ତାନକୁ ଭାରତ ୨୪୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୪୭ ରନ୍‌ ସଂଗ୍ରହ କରିଛି ।

ଏହି ମ୍ୟାଚରେ ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ବ୍ୟାଟିଂ କରିଥିଲା।


ପ୍ରତୀକା ରାୱଲ ଓ ସ୍ମୁତି ମନ୍ଧାନା ଭାରତର ବ୍ୟାଟିଂ ଆରମ୍ଭ କରିଥିଲେ । ଉଭୟ ଖେଳାଳି ପ୍ରଥମ ୱିକେଟ୍‌ ପାଇଁ ୪୮ ରନ୍‌ ସଂଗ୍ରହ କରିଥିଲେ । ମନ୍ଧାନା ପ୍ରଥମେ ପାକିସ୍ତାନର ଶିକାର ହୋଇଛନ୍ତି । ସେ ପଡ଼ିଆ ଛାଡ଼ିବା ପୂର୍ବରୁ ଫତିମା ସାନାଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ଆଉଟ୍‌ ହୋଇଛନ୍ତି। ମନ୍ଧାନା ୩୨ଟି ବଲ୍‌ ଖେଳି ୨୩ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୪ଟି ଚୌକା ସାମିଲ ଥିଲା। ଭାରତ ନିଜର ସ୍କୋର ୬୭ ରନ୍‌ ଥିବା ବେଳେ ପ୍ରତୀକା (୩୧ ରନ୍‌)ଙ୍କୁ ହରାଇ ଥିଲା। ସେ ୩୭ଟି ବଲ୍‌ ସାମ୍ନା କରି ୫ଟି ଚୌକା ମାରିଥିଲେ ।

ଏହି ମୁକାବିଲାରେ ଟସ୍‌ ସମୟରେ ପୁଣି ଥରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଭୟ ଭାରତ ଓ ପାକିସ୍ତାନର ଅଧିନାୟକ ହାତ ମିଳାଇ ନଥିଲେ । ଭାରତୀୟ ଅଧିନାୟକ ହରମନପ୍ରୀତ କୌର ନିଜର ପାକିସ୍ତାନ ସମକକ୍ଷ ଫାତିମା ସହିତ ହାତ ମିଳାଇ ନଥିଲେ । ଏହା ପୂର୍ବରୁ ଏସିଆ କପ୍‌-୨୦୨୫ରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଥିଲା, ଯାହାକୁ ନେଇ ବିଶ୍ବରେ ଚର୍ଚ୍ଚା ହେଉଛି। ସେହି ସମୟରେ ଭାରତୀୟ ଖେଳାଳିମାନେ ୩ଟି ମ୍ୟାଚ୍‌ରେ ପାକିସ୍ତାନୀ ଖେଳାଳିମାନଙ୍କର ସହିତ ହାତ ମିଳାଇ ନଥିଲେ।

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଚିବ ଦେବଜୀତ ସୌକିଆ ପୂର୍ବରୁ ସ୍ପଷ୍ଟ କରିଦେଇଥିଲେ ଯେ, ବୋର୍ଡ ତରଫରୁ ଖେଳାଳିମାନଙ୍କୁ ପାକିସ୍ତାନ ଟିମ୍‌ ସହିତ ହାତ ମିଳାଇବାକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ପଲିସିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଖେଳାଳିମାନଙ୍କୁ ହାତ ମିଳାଇବା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ।‌ ଖେଳ ଉପରେ ଆମର ନଜର ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+