ମହିଳା ବିଶ୍ୱକପ ୨୦୨୫: ପାକିସ୍ତାନକୁ ୮୮ ରନରେ ପରାସ୍ତ କଲା ଭାରତ

ଭାରତ ମହିଳା ବିଶ୍ୱକପରେ ପାକିସ୍ତାନକୁ 88 ରନରେ ପରାସ୍ତ କରି ଏହାର ଅଭିଯାନ ଜାରି ରଖିଛି । ରବିବାର କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି 50 ଓଭରରେ 247 ରନ କରିଥିଲା। ଜବାବରେ ପାକିସ୍ତାନର ଦଳ 43 ଓଭରରେ କେବଳ 159 ରନ କରିପାରିଥିଲା ଏବଂ ଅଲଆଉଟ ହୋଇଥିଲା। ଭାରତ ପକ୍ଷରୁ କ୍ରାନ୍ତି ଗୌର ଏବଂ ଦୀପ୍ତି ଶର୍ମା ଏହି ମ୍ୟାଚରେ ତିନୋଟି ଲେଖାଏଁ ୱିକେଟ ନେଇଥିଲେ, ଯେତେବେଳେ ସ୍ନେହ ରାଣା ଦୁଇଟି ସଫଳତା ପାଇଥିଲେ ।

Women s World Cup 2025 India beat Pakistan by 88 runs

ବ୍ୟାଟିଂ ପରେ ଭାରତୀୟ ଟିମ୍‌ ବୋଲିଂ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛି। କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମା ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ସ୍ନେହ୍‌ ରାଣାଙ୍କୁ ୨ଟି ୱିକେଟ୍‌ ମିଳିଥିଲା। ପାକିସ୍ତାନ ପାଇଁ ସିଦ୍ରା ଅମିନ ବ୍ୟକ୍ତିଗତ ଭାବେ ସର୍ବାଧିକ ୮୧ ରନ୍‌ ସଂଗ୍ରହ କରିଥିଲେ। ସେ ୧୦୬ଟି ବଲ୍‌ ଖେଳି ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୪୭ ରନ୍‌ ସଂଗ୍ରହ କରିଥିଲା। ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ବ୍ୟାଟିଂ କରିଥିଲା।

ଭାରତୀୟ ଷ୍ଟାର କ୍ରିକେଟର ହର୍ଲିନ ଦେଓଲ ୬୫ଟି ବଲ୍‌ ଖେଳି ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୬ ରନ୍‌ ସଂଗ୍ରହ କରିଥିଲେ। ହରମନପ୍ରୀତ କୌର ୧୯ ରନ୍‌, ଜେମିମା ରେଦ୍ରିଗଜ ୩୨ ରନ, ଦୀପ୍ତି ଶର୍ମା ୨୫ ରନ, ସ୍ନେହ୍‌ ରାଣା ୨୦ ରନ୍‌ ଓ ରିଚା ଘୋଷ ଅପରାଜିତ ୩୫ ରନ୍‌ ସଂଗ୍ରହ କରିଥିଲେ।

ପ୍ରତୀକା ରାୱଲ ଓ ସ୍ମୁତି ମନ୍ଧାନା ଭାରତର ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍‌ ପାଇଁ ୪୮ ରନ୍‌ ସଂଗ୍ରହ କରିଥିଲେ। ମନ୍ଧାନା ପ୍ରଥମେ ପାକିସ୍ତାନର ଶିକାର ହୋଇଛନ୍ତି। ସେ ପଡ଼ିଆ ଛାଡ଼ିବା ପୂର୍ବରୁ ଫତିମା ସାନାଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ଆଉଟ୍‌ ହୋଇଛନ୍ତି। ମନ୍ଧାନା ୩୨ଟି ବଲ୍‌ ଖେଳି ୨୩ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୪ଟି ଚୌକା ସାମିଲ ଥିଲା। ଭାରତ ନିଜର ସ୍କୋର ୬୭ ରନ୍‌ ଥିବା ବେଳେ ପ୍ରତୀକା (୩୧ ରନ୍‌)ଙ୍କୁ ହରାଇ ଥିଲା। ସେ ୩୭ଟି ବଲ୍‌ ସାମ୍ନା କରି ୫ଟି ଚୌକା ମାରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+