Get Updates
Get notified of breaking news, exclusive insights, and must-see stories!

ମହିଳା ଟି-20 ବିଶ୍ୱକପ: ସେମିଫାଇନାଲରେ ଟିମ୍ ଇଣ୍ଡିଆ, ଆୟର୍ଲାଣ୍ଡକୁ 5 ରନରେ କଲା ପରାସ୍ତ

ଦକ୍ଷିଣ ଆଫ୍ରିକାରେ ଖେଳା ଯାଉଥିବା ମହିଳା ଟି-20 ବିଶ୍ୱକପ 2023 ରେ ଭାରତ ଗ୍ରୁପ-ବି ରୁ ସେମିଫାନାଲରେ ପ୍ରବେଶ କରିଛି । ଆଜି (ସୋମବାର) ଡକୱର୍ଥ-ଲୁଇସ ନିୟମରେ ଆୟର୍ଲାଣ୍ଡକୁ 5 ରନରେ ପରାସ୍ତ କରିଛି ।

Womens T20 World Cup

ICC Women T20 World Cup 2023: ଦକ୍ଷିଣ ଆଫ୍ରିକାରେ ଖେଳା ଯାଉଥିବା ମହିଳା ଟି-20 ବିଶ୍ୱକପ 2023 ରେ ଭାରତ ଗ୍ରୁପ-ବି ରୁ ସେମିଫାନାଲରେ ପ୍ରବେଶ କରିଛି । ଆଜି (ସୋମବାର) ଡକୱର୍ଥ-ଲୁଇସ ନିୟମରେ ଆୟର୍ଲାଣ୍ଡକୁ 5 ରନରେ ପରାସ୍ତ କରିଛି । ଏହା ସହ ହରମାନପ୍ରୀତ କୌରଙ୍କ ନେତୃତ୍ୱଧିନ ଭାରତୀୟ ମହିଳା ଦଳ 4ଟି ମ୍ୟାଚ ମଧ୍ୟରୁ 3ଟି ଜିତି 6 ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି ।

ତେବେ ଆଜି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 155 ରନ୍ ସଂଗ୍ରହ କରିଥିଲା ଦଳ। ସ୍ମୃତି ମନ୍ଧାନା 56 ବଲରୁ ସର୍ବାଧିକ 87 ରନ କରିଥିଲେ । ଏହାର ଜବାବରେ ଆୟର୍ଲାଣ୍ଡ ଦଳ 8.2 ଓଭରରେ 2 ୱିକେଟ୍ ହରାଇ 54 ରନ୍ ସଂଗ୍ରହ କରିଥିଲା । ମାତ୍ର ବର୍ଷା ହେତୁ ମ୍ୟାଚ୍ ବନ୍ଦ କରିବାକୁ ପଡିଥିଲା । ମ୍ୟାଚ୍ ବନ୍ଦ ହେବା ପର୍ଯ୍ୟନ୍ତ ଡକୱର୍ଥ - ଲୁଇସ୍ ନିୟମ ଅନୁଯାୟୀ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡଠାରୁ 5 ରନ୍ ଆଗରେ ଥିଲା।

ତେବେ ଏହି ବିଜୟ ସହିତ ଗ୍ରୁପ୍ ବିରୁ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ର ଆଶା ନଷ୍ଟ ହୋଇଛି । 3ଟି ମ୍ୟାଚ୍ ହାରିବା ପରେ ୱେଷ୍ଟଇଣ୍ଡିଜ୍ ଦଳ ଦୌଡ଼ରୁ ବାଦ ପଡିଥିଲା । ତେବେ ଆଜି ମ୍ୟାଚରେ ଟିମ୍ ଇଣ୍ଡିଆର ଚୁଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଥିଲା ​​। ରାଧା ଯାଦବଙ୍କ ସ୍ଥାନରେ ଦେବିକା ବିଦ୍ୟା ଏକ ସୁଯୋଗ ପାଇଥିଲେ । ରାଧା ଯାଦବଙ୍କ ଅସୁସ୍ଥତା ହେତୁ ସେ ଏହି ମ୍ୟାଚରେ ଖେଳି ପାରିନଥିଲେ । ଅନ୍ୟପଟେ ଟିମ୍ ଇଣ୍ଡିଆ ଅଧିନାୟକ ହରମାନପ୍ରୀତ କୌରଙ୍କ ଏହା ଥିଲା 150 ତମ ଟି-20 ମ୍ୟାଚ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+