Get Updates
Get notified of breaking news, exclusive insights, and must-see stories!

ମହିଳା ଟି-୨୦ ବିଶ୍ୱକପ: ଭାରତର ଲଗାତାର ଦ୍ୱିତୀୟ ବିଜୟ, ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ଦେଲା ମାତ୍

ଚଳିତ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି । ବୁଧବାର ଖେଳା ଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି ଟୁର୍ଣ୍ଣାମେଣ୍ଟରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ୱମେନ ଇନ୍ ବ୍ଲୁ ।

Womens T20 World Cup

କେପଟାଉନ: ଚଳିତ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି । ବୁଧବାର ଖେଳା ଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି ଟୁର୍ଣ୍ଣାମେଣ୍ଟରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ୱମେନ ଇନ୍ ବ୍ଲୁ । ଧାର୍ଯ୍ୟ ୧୧୯ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୮.୧ ତମ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା । ଭାରତ ପକ୍ଷରୁ ରିଚା ଘୋଷ ୪୪ ରନ କରିଥିବାବେଳେ ହରମନପ୍ରୀତ କୌର ୩୩ ରନ କରିଥିଲେ । ଶେଫାଲି ବର୍ମା ୨୮ ରନ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ ଟିମ ଭାରତକୁ ମାତ୍ର ୧୧୯ ରନର ଟାର୍ଗେଟ ଦେଇଥିଲେ । ଏହାକୁ ପିଛା କରି ଭାରତ ଦ୍ରୁତ ଆରମ୍ଭ କରିଥିଲା । ହେଲେ ଦଳୀୟ ସ୍କୋର ୩୨ ଥିବା ବେଳେ ଓପନର ସ୍ମୃତି ମନ୍ଧାନା(୧୦) ରନ କରି ଷ୍ଟମ୍ପିଂ ହୋଇ ଯାଇଥିଲେ। ତାଙ୍କ ୱିକେଟ କରିଶ୍ମା ନେଇଥିଲେ। ସେହିପରି ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଇନିଂସ ଖେଳିଥିବା ଜେମିମା ରୋଡ୍ରିଗ୍ସ ମଧ୍ୟ ଆଜି କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ।

ଶେଫାଳୀ ବର୍ମା କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ ୨୩ ବଲରେ ୨୮ ରନ କରି କରିଶ୍ମାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୪୩ ରନରେ ୩ ୱିକେଟ ହରାଇ ଭାରତ ସାମାନ୍ୟ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ପୁଣିଥରେ ଦଳକୁ ସମ୍ଭାଳିଥିଲେ ୱିକେଟ କିପର ବ୍ୟାଟର ରିଚା ଘୋଷ। ତାଙ୍କୁ ଅଧିନାୟକ ହରମନପ୍ରୀତ କୌର ସବୁ ପ୍ରକାରର ସହଯୋଗ କରିଥିଲେ।

ଉଭୟ ୪ର୍ଥ ୱିକେଟ ପାଇଁ ଦଳୀୟ ସ୍କୋରକୁ ୪୩ରୁ ନେଇ ୧୧୫ ରନରେ ପହଞ୍ଚାଇଥିଲେ। ଦଳକୁ ଜିତିବା ପାଇଁ ୧୮ ବଲରେ ୪ ରନ ଥିବା ବେଳେ ହେନରୀ ଦମଦାର ବୋଲିଂ କରିଥିଲେ। ସେ ଏହି ଓଭରରେ କୌଣସି ରନ ଦେଇ ନଥିଲେ ଓ ୩୩ ରନ କରିଥିବା କୌରଙ୍କୁ ମଧ୍ୟ ଆଉଟ କରି ଦେଇଥିଲେ। ତେବେ ୧୨ ବଲରେ ଦଳକୁ ଜିତିବା ପାଇଁ ୪ ରନ ଦରକାର ଥିବା ବେଳେ ରଚା ଘୋଷ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ।

ସେପଟେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୧୮ ରନ କରିଥିଲା । ଦଳ ପକ୍ଷରୁ ଏସ.ଟେଲର ୪୨ରନ ଓ କ୍ୟାମ୍ପବେଲ ୩୦ ରନ କରିଥିଲେ । ଚେଡିଅନ ନେସନ ୨୧ରନ ଓ ସବିକା ଗଞ୍ଜାବି ୧୫ ରନ କରିଥିଲେ । ଭାରତ ପକ୍ଷରୁ ଦିପ୍ତୀ ଶର୍ମା ୩ଟି ୱିକେଟ ନେଇଥିବାବେଳେ ରେଣୁକା ସିଂ ଓ ପୂଜା ବସ୍ତ୍ରାକର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଗତ ରବିବାର ଖେଳାଯାଇଥିବା ଭାରତ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+